ETV Bharat / sports

ବୁମରାଙ୍କୁ ବିଶ୍ବର ଶ୍ରେଷ୍ଠ ବୋଲର କହିଲେ ମାଇକେଲ ଭନ - ଜଶପ୍ରୀତ ବୁମରା ଶ୍ରେଷ୍ଠ ବୋଲର

ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ଇଂଲଣ୍ଡର ପୂର୍ବତନ କ୍ୟାପଟେନ ମାଇକେଲ ଭନ୍‌ଙ୍କ ପ୍ରଶଂସା । ୨୮ ବର୍ଷୀୟ ଷ୍ଟାର ଦ୍ରୁତ ବୋଲର ବୁମରାଙ୍କୁ କ୍ରିକେଟର ସମସ୍ତ ଫର୍ମାଟରେ ବିଶ୍ବର ନମ୍ବର ୧ ବୋଲର କହିଛନ୍ତି ଭନ୍‌ । ଅଧିକ ପଢନ୍ତୁ

MICHAEL VAUGHAN SAYS JASPRIT BUMRAH BEST BOWLER IN THE WORLD
ବୁମରାଙ୍କୁ ବିଶ୍ବର ଶ୍ରେଷ୍ଠ ବୋଲର କହିଲେ ମାଇକେଲ ଭନ
author img

By

Published : Jan 13, 2022, 9:23 PM IST

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ଇଂଲଣ୍ଡର ପୂର୍ବତନ କ୍ୟାପଟେନ ମାଇକେଲ ଭନ୍‌ଙ୍କ ପ୍ରଶଂସା । ୨୮ ବର୍ଷୀୟ ଷ୍ଟାର ଦ୍ରୁତ ବୋଲର ବୁମରାଙ୍କୁ କ୍ରିକେଟର ସମସ୍ତ ଫର୍ମାଟରେ ବିଶ୍ବର ନମ୍ବର ୧ ବୋଲର କହିଛନ୍ତି ଭନ୍‌ । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ବୁମରା ପ୍ରଥମ ଇଂନିସରେ ୫ ୱିକେଟ ହାସଲ କରିବା ପରେ ଭନ୍‌ ଏହି ଟିପ୍ପଣୀ କରିଛନ୍ତି । ବର୍ଷ ୨୦୧୮ରେ ନିଜର ଟେଷ୍ଟ ଡେବ୍ୟୁ କରିଥିବା ବୁମରା ଟେଷ୍ଟ କ୍ୟାରିୟରର ସପ୍ତମ ୫ ୱିକେଟ ଅକ୍ତିଆର କରିବାର ରେକର୍ଡ କରିଛନ୍ତି । ପ୍ରଥମ ଇଂନିସରେ ବୁମରାଙ୍କ ଘାତକ ବୋଲିଂ ବଳରେ ଭାରତ ୨୧୦ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ଅଲଆଉଟ୍‌ କରିବା ସହ ୧୩ ରନ୍‌ର ଅଗ୍ରଣୀ ଲାଭ କରିଥିଲା ।

ଏହାମଧ୍ୟ ପଢନ୍ତୁ: ପନ୍ତଙ୍କ ଦମଦାର ଶତକ, ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୨ ବିଜୟ ଲକ୍ଷ୍ୟ ରଖିଲା ଭାରତ

ବୁମରାଙ୍କୁ ଟ୍ବିଟ୍‌ ଯୋଗେଁ ପ୍ରଶଂସା କରିବା ସହ ଭନ୍‌ ବିଶ୍ବକର ସର୍ବଶ୍ରେଷ୍ଠ ବୋଲର କହିଛନ୍ତି । ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଏରିକ ସିମନ୍ସ ବୁମରାଙ୍କ ବୋଲିଂକୁ ପ୍ରଶଂସା କରିଥିଲେ ।

ତେବେ ରୋମାଞ୍ଚକର ସ୍ଥିତିରେ ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ ରହିଛି । ୱିକେଟକିପର ବ୍ୟାଟର ଋଷଭ ପନ୍ତ ଦମଦାର ଅପରାଜିତ ଶତକ ହାସଲ କରିଛନ୍ତି । ନିର୍ଣ୍ଣାୟକ ଟେଷ୍ଟର ଦ୍ବିତୀୟ ଇଂନିସରେ ୧୯୮ ରନ୍‌ରେ ଅଲଆଉଟ୍‌ ହୋଇଛି ଭାରତ । ଫଳରେ ସିରିଜ ୨-୧ରେ ଜିତିବାକୁ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଭ୍ରମଣକାରୀ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.