ସିଡନୀ: କିମ୍ବଦନ୍ତୀ ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଳେନ ମାକଗ୍ରାଥ(Glenn McGrath) ରବିବାର COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ପଳରେ ସିଡନୀ କ୍ରିକେଟ ଗ୍ରାଉଣ୍ଡ(SCG)ରେ ଖେଳାଯିବାକୁ ଥିବା ଚତୁର୍ଥ ଆସେସ ଟେଷ୍ଟ ଆରମ୍ଭରେ ସାମିଲ ହୋଇପାରିବେ ନାହିଁ ।
ଏହି ମ୍ୟାଚ୍ ମାକଗ୍ରାଥ୍ଙ୍କ ଦିବଂଗତ ପତ୍ନୀ ଜେନ୍ଙ୍କ ସ୍ମୃତିରେ ଖେଳାଯିବ । ଜେନ୍ ସ୍ତନ କର୍କଟ( breast cancer) ରୋଗରେ ପୀଡିତହୋଇ ପ୍ରାଣ ହରାଇଛନ୍ତି । ମାକଗ୍ରାଥ୍ ଫାଉଣ୍ଡେସନ ଏହି ରୋଗରେ ପୀଡିତା ମହିଳାଙ୍କ ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ ସହ ସହାୟତା କରୁଛି ।
ଏହାମଧ୍ୟ ପଢନ୍ତୁ: Sports in 2022: ଭାରତୀୟ କ୍ରିକେଟ ଟିମର ମ୍ୟାଚ୍ ସୂଚୀ
ବୁଧବାର ଠାରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଆସେସ ଟେଷ୍ଟ ଐତିହାସିକ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । SCG ପିଙ୍କ୍ ବଲ୍ ଟେଷ୍ଟର ତୃତୀୟ ଦିନକୁ 'ଜେନ୍ ମାକଗ୍ରାଥ୍ ଡେ'(Jane McGrath Day) ଭାବେ ଗଣାଯିବ ।
ମାତ୍ର COVID ପଜିଟିଭ ଚିହ୍ନଟ ପରେ ମ୍ୟାଚ୍ରେ ପ୍ରତ୍ୟେକ୍ଷ ସାମିଲ ହୋଇପାରିବେ ନାହିଁ ମାକଗ୍ରାଥ୍ । ଅଷ୍ଟ୍ରେଲିଆ ଗଣମାଧ୍ୟମକୁ ମାକଗ୍ରାଥ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିବାହୀ ହୋଲି ମାଷ୍ଟର୍ସଙ୍କ ସୂଚନା ଅନୁଯାୟୀ, ମାକଗ୍ରାଥ୍ ଭର୍ଚୁଆଲ ମାଧ୍ୟମରେ ଉଭୟ ଟିମର ଖେଳାଳିଙ୍କୁ ପିଙ୍କ୍ କ୍ୟାପଟେନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏବେ ମାକଗ୍ରାଥ୍ ହୋମ ଆଇସୋଲେସନରେ ରହିଥିବାବେଳେ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି ।
ଅଷ୍ଟ୍ରେଲିଆ ୫ ମ୍ୟାଚ୍ ବିଶିଷ୍ଟ ଆସେସ ଟେଷ୍ଟ ସିରିଜର ପ୍ରଥମ ତିନୋଟି ମ୍ୟାଚ୍ରେ ବିଜୟ ସହ ୩-୦ରେ ସିରିଜ କବ୍ଜା କରିସାରିଛି ।
PTI