ହାଇଦ୍ରାବାଦ: ବିସିସିଆଇର ( Board of Control for Cricket in India ) ନୂଆ ପ୍ରାୟୋଜକ ହେଲା ପ୍ରଦ୍ୟୋଗିକ କମ୍ପାନୀ ମାଷ୍ଟରକାର୍ଡ ( technology company Mastercard ) । ବିତ୍ତୀୟ ସେବା କମ୍ପାନୀ ପେଟିଏମ ( financial services company Paytm ) ବଦଳରେ ପ୍ରଦ୍ୟୋଗିକ କମ୍ପାନୀ ମାଷ୍ଟରକାର୍ଡ ସ୍ଥାନ ପାଇଲା ବିସିସିଆଇର ପ୍ରାୟୋଜକ ହିସାବରେ । ଏନେଇ ଆଜି ( ସୋମବାର ) ବିସିସିଆଇ ତରଫରୁ ଘୋଷଣା କରାଯାଇଛି । ବିସିସିଆଇ ପକ୍ଷରୁ ସମସ୍ତ ଆୟୋଜିତ ମହିଳା ଏବଂ ପୁରୁଷ ଅନ୍ତର୍ଜାତୀୟ ଏବଂ ଘରୋଇ ମ୍ୟାଚର ପ୍ରାୟୋଜକ ରହିବ ପ୍ରଦ୍ୟୋଗିକ କମ୍ପାନୀ ମାଷ୍ଟରକାର୍ଡ ।
-
NEWS - Mastercard acquires title sponsorship rights for all BCCI international and domestic home matches.
— BCCI (@BCCI) September 5, 2022 " class="align-text-top noRightClick twitterSection" data="
More details here 👇👇https://t.co/VGvWxVU9cq
">NEWS - Mastercard acquires title sponsorship rights for all BCCI international and domestic home matches.
— BCCI (@BCCI) September 5, 2022
More details here 👇👇https://t.co/VGvWxVU9cqNEWS - Mastercard acquires title sponsorship rights for all BCCI international and domestic home matches.
— BCCI (@BCCI) September 5, 2022
More details here 👇👇https://t.co/VGvWxVU9cq
ଭାରତରେ ଆୟୋଜିତ ସମସ୍ତ ଜୁନିଅର କ୍ରିକେଟ ତଥା ଅଣ୍ଡର-୧୯ ଏବଂ ଅଣ୍ଡର ୨୩ କ୍ରିକେଟ ଟିମ, ସମସ୍ତ ଘରୋଇ କ୍ରିକେଟ, ଇରାନୀ ଟ୍ରଫି, ଦିଲ୍ଲୀପ ଟ୍ରଫି ଏବଂ ବିସିସିଆଇ ଦ୍ବାରା ଆୟୋଜିତ ରଣଜୀ ଟ୍ରଫି ଏହା ସହିତ ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ମ୍ୟାଚରେ ପ୍ରଦ୍ୟୋଗିକ କମ୍ପାନୀ ମାଷ୍ଟରକାର୍ଡ ପ୍ରାୟଜକ ରହିବ ବୋଲି ଡିଲ ହୋଇଛି । ଏନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ( BCCI President Sourav Ganguly ) କହିଛନ୍ତି, "ବିସିସିଆଇ ୨୦୨୨-୨୩ ସିଜିନ ପାଇଁ ଘରୋଇ କ୍ରିକେଟ ମ୍ୟାଚରେ ମାଷ୍ଟରକାର୍ଡ ପ୍ରାୟୋଜକକୁ ସ୍ବାଗତ କରୁଛି । ଅନ୍ତର୍ଜାତୀୟ ଘରୋଇ ସିରିଜ ସହିତ, ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟ ମଧ୍ୟ ବହୁତ ଗୁରୁତ୍ବବହନ କରେ । କାରଣ ବିସିସିଆଇ ଭାରତକୁ ଏକ ମଜବୁତ ଅନ୍ତର୍ଜାତୀୟ ଦଳ ହିସାବରେ ଗଢି ତୋଳିବାକୁ ଏହା ଏକ ଭିନ୍ନ ପଦକ୍ଷେପ । ବିସିସିଆଇ ପ୍ରକୃତରେ ଭାରତୀୟ କ୍ରିକେଟ ଦୁନିଆକୁ ଅଧିକ ସୁଦୃଢ କରିବାକୁ ମାଷ୍ଟରକାର୍ଡ ସମର୍ଥନକୁ ଗୁରୁତ୍ବ ଦେଉଛି ।"
ସେହିପରି ବିସିସିଆଇ ସମ୍ପାଦକ ଜୟ ଶାହା ( BCCI Secretary Jay Shah ) ଏବାବଦରେ କହିଛନ୍ତି, "ବିସିସିଆଇ ଏକ ବୈଷୟିକ ମାର୍କୀ ବ୍ରାଣ୍ଡ ମାଷ୍ଟରକାର୍ଡ ସହିତ ଜଡିତ ହୋଇ ଧନ୍ୟମନେ କରୁଛି । ଏକ ରୋମାଞ୍ଚକର ସମୟ ଦେଇ ଭାରତୀୟ କ୍ରିକେଟ ଟିମ ଗତି କରୁଛି । କାରଣ ଭାରତ ଆଗକୁ ବହୁତ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳିବାକୁ ଯାଉଛି । ଅଷ୍ଟ୍ରେଲିଆରେ ଆଗକୁ ଟି-୨୦ ବିଶ୍ବକପ ଭାରତ ଖେଳିବାକୁ ଯାଉଛି । ଏହା ସହିତ ଭାରତ ଆଗକୁ ହ୍ବାଇଟ ବଲ ସିରିଜ ଖେଳିବା ସହିତ ବୋର୍ଡର ଗାଭାସ୍କର ଟ୍ରଫି ମଧ୍ୟ ଖେଳିବ । ସେହିପରି ଭାରତ ଘରୋଇ କ୍ରିକେଟରେ ଦିଲ୍ଲୀପ ଟ୍ରଫି, ରଣଜୀ ଟ୍ରଫି ମ୍ୟାଚ ଖେଳିବା ନେଇ ତାଲିକା ପ୍ରସ୍ତୁତ କରିଛି । ୨୦୨୨-୨୩ ସିଜିନରେ ସମସ୍ତ ପ୍ରକାରର ମ୍ୟାଚ ଦେଖିବାକୁ ମିଳିବ । ମୋର ବିଶ୍ବାସ ରହିଛି ଏହା ଆଗକୁ ଭଲ ସପଟିଂ ପାର୍ଟନରସିପ ରହିବ ।