ETV Bharat / sports

IPL ଇତିହାସରେ ପ୍ରଥମ ମହିଳା ନିଲାମୀଧାରୀ ମଲିକା ସାଗର, ଜାଣନ୍ତୁ ସେ କିଏ ?

author img

By ETV Bharat Odisha Team

Published : Dec 19, 2023, 8:39 AM IST

IPL Auction 2024: ଆଜି ଆଇପିଏଲର 17ତମ ସଂସ୍କରଣର ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମ ଥର ପାଇଁ ଏଥର ଜଣେ ମହିଳା ନିଲାମୀକାରୀଙ୍କୁ ଦେଖିବାକୁ ମିଳିବ । ମଲିକା ସାଗର ନିଲାମୀରେ ଉପସ୍ଥାପିକା ଭୂମିକା ତୁଲାଇବେ । ଅଧିକ ପଢନ୍ତୁ

Mallika Sagar first female auctioneer
ମଲିକା ସାଗର

ନୂଆଦିଲ୍ଲୀ: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଆଇପିଏଲର 17ତମ ସଂସ୍କରଣ । ଏଥି ପାଇଁ ଆଜି ବସିବ ମିନି ନିଲାମୀ ହାଟ । ଦୁବାଇରେ ଆଇପିଏଲ 2024 ପାଇଁ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ । ମନ ପସନ୍ଦର ଖେଳାଳିଙ୍କୁ କିଣିବାକୁ 10 ପ୍ରାଞ୍ଚାଇଜ ମଧ୍ୟରେ ଦେଖିବାକୁ ମିଳିବେ ଜୋରଦାର ପ୍ରତିଦ୍ବନ୍ଦିତା । କୋଟି କୋଟି ଟଙ୍କାରେ ନିଲାମୀ ହେବେ ଖେଳାଳି । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ନିଲାମୀଧାରୀଙ୍କୁ ଦେଖିବାକୁ ମିଳିବ । ସେ ହେଉଛନ୍ତି ମଲିକା ସାଗର । ପୂର୍ବ ସଂସ୍କରଣର ନିଲାମୀଧାରୀ ହ୍ୟୁଗ୍‌ ଏଡମେଡେସଙ୍କ ସ୍ଥାନରେ ବିସିସିଆଇ ମଲିକା ସାଗରଙ୍କୁ ନିଲାମୀକାରୀ ରୂପେ ଚୟନ କରିଛି । ମହିଳା ପ୍ରିମିୟର ଲିଗରେ ତାଙ୍କୁ ନାଲାମୀ ଧାରୀ ଭୂମିକାରେ ଦେଖିବାକୁ ମିଳିଥିଲା । ସେ ଏହାକୁ ସୂଚାରରୂପେ ତୁଲାଇଥିଲେ ।

ମଲିକା ସାଗର କିଏ?

ମଲିକା ସାଗର ଭାରତର ମୂଳ ବାସିନ୍ଦା । ଫିଲାଡେଲଫିଆର ବ୍ରାଏନ୍ ମାୱାର କଲେଜରେ ସେ କଳାରେ ଇତିହାସ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିଲେ । ସେ ନ୍ୟୁୟର୍କ ସହରର ଏକ ଆନ୍ତର୍ଜାତୀୟ ନିଲାମ ହାଉସ କ୍ରିଷ୍ଟିରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଯେଉଁଠାରେ ସେ ବ୍ରାଣ୍ଡର ପ୍ରଥମ ଭାରତୀୟ ମହିଳା ନିଲାମକାରୀ ହୋଇଥିଲେ । କ୍ରୀଡ଼ା କ୍ଷେତ୍ରରେ ସେ ପ୍ରଥମ ଥର ପାଇଁ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି । ବରଂ 2021 ମସିହାରେ ପ୍ରୋ କବାଡି ଲିଗ୍ ପାଇଁ ପ୍ରଥମ ମହିଳା ନିଲାମକାରୀ ଭାବେ ଇତିହାସ ସୃଷ୍ଟି କରିଥିଲେ । ମହିଳା ପ୍ରିମିୟର ଲିଗ୍‌ରେ ତାଙ୍କର ନିଲାମ କୌଶଳକୁ ପ୍ରଶଂସା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଆଜି ଆଇପିଏଲ୍‌ ୨୦୨୪ ମିନି ଅକ୍ସନ: ଏହି ଭାରତୀୟ କ୍ରିକେଟର୍ସଙ୍କ ଉପରେ ରହିବ ସବୁ ଦଳର ନଜର

ଏଡମେଡେସଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ମଲିକା ସାଗରଙ୍କୁ ଆଇପିଏଲ ନିଲାମୀକାରୀ ଭାବେ ଚୟନ କରାଯାଇଛି । 2018 ମସିହାରେ ରିଚାର୍ଡ ମ୍ୟାଡଲେଙ୍କଠାରୁ ଏଡମେଡେସ ଆଇପିଏଲ ନିଲାମୀ ଦାୟିତ୍ବ ଗ୍ରହଣ କରିଥଲେ । ଆଜି ଦୁବାଇରେ କୋକାକୋଲା ଏରେନାରେ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ । ମଧ୍ୟାହ୍ନ 1ଟି ସମୟରେ ନିଲାମୀ ଆରମ୍ଭ ହେବ । ଷ୍ଟାର୍‌ ସ୍ପୋର୍ଟସ୍‌ ଚ୍ୟାନେଲରେ ଏହା ପ୍ରସାରିତ ହେବ । ଜିଓ ସିନେମାରେ ମଧ୍ୟ ଦର୍ଶକ ଆଇପିଏଲ ନିଲାମୀ ଦେଖିପାରିବେ । ନିଲାମୀ ପାଇଁ ମୋଟ 333 ଖେଳାଳିଙ୍କ ନାମ ରହିଛି । ସେମାନଙ୍କ ମଧ୍ୟରୁ 214 ଜଣ ଭାରତୀୟ ଏବଂ 119 ଜଣ ବିଦେଶୀ ଖେଳାଳି ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.