ହାଇଦ୍ରାବାଦ: ତୃତୀୟ ଦିନିକିଆରେ ଜିମ୍ବାୱେ ଆଗରେ ୨୯୦ ରନ୍ର ବିଜୟ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ(india vs Zimbabwe 3rd ODI) । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ୱିକେଟ ହରାଇ ୨୮୯ ରନ କରିଛି । ଯୁବ ବ୍ୟାଟର ଶୁଭମନ ଗିଲ୍ (Shubman Gill) ଏହି ମ୍ୟାଚ୍ରେ ଦମଦାର ଶତକ ହାସଲ କରିଛନ୍ତି ।
-
Innings Break!
— BCCI (@BCCI) August 22, 2022 " class="align-text-top noRightClick twitterSection" data="
A brilliant 130 from @ShubmanGill as #TeamIndia post a total of 289/8 on the board.
Scorecard - https://t.co/ZwXNOvRwhA #ZIMvIND pic.twitter.com/sKPx9NzWwi
">Innings Break!
— BCCI (@BCCI) August 22, 2022
A brilliant 130 from @ShubmanGill as #TeamIndia post a total of 289/8 on the board.
Scorecard - https://t.co/ZwXNOvRwhA #ZIMvIND pic.twitter.com/sKPx9NzWwiInnings Break!
— BCCI (@BCCI) August 22, 2022
A brilliant 130 from @ShubmanGill as #TeamIndia post a total of 289/8 on the board.
Scorecard - https://t.co/ZwXNOvRwhA #ZIMvIND pic.twitter.com/sKPx9NzWwi
ଶିଖର ଧାୱନ(Shikhar Dhawan) ଏବଂ କେଏଲ ରାହୁଲ ଓପନିଂ ପାଇଁ ଆସିଥିଲେ । ଉଭୟ ଯଥାକ୍ରମେ ୪୦ ଓ ୩୦ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ପରେ ଭାରତର ବ୍ୟାଟିଂ ସ୍ଥିତିକୁ ଆଗକୁ ବଢାଇଥିଲେ ଇଶାନ କିଶାନ(Ishan Kishan) ଓ ଶୁଭମନ ଗିଲ ।
ରୋହିତ ଶର୍ମା ଏବଂ ଲୋକେଶ ରାହୁଲଙ୍କ ପରେ ହରାରେ ସ୍ପର୍ଟ୍ସ କ୍ଲବରେ(Harare Sports Club) ଶୁଭମନ ଗିଲ୍ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଶତକ ହାସଲ (1st International ODI Century) କରିଛନ୍ତି । ସେ ୯୭ ବଲ୍ରୁ ଗୋଟିଏ ଛକା ୧୫ଟି ଚୌକା ମାରି ୧୩୦ ରନର ଇନିଂସ ଖେଳି ଆଉଟ୍ ହୋଇଛନ୍ତି । ସେହିପରି ଇଶାନ କିଶାନ ୬୧ ବଲରୁ ୫୦ ରନର ଇନିଂସ ଖେଳି ଆଉଟ ହୋଇଛନ୍ତି ।
ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୮୯ ରନ ସଂଗ୍ରହ କରିଛି । ସେପଟେ ଜିମ୍ବାୱେର ବୋଲର ବ୍ରାଡ ଇଭେନ୍ସ(Brad Evans) ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଛନ୍ତି । ଭାରତ ଏହି ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ୨-୦ରେ ଆଗୁଆ ଥିବାବେଳେ ଶେଷ ମ୍ୟାଚ୍ ଜିତି କ୍ଳିନସୁଇପ ଲକ୍ଷ୍ୟରେ ରହିଛି ।