ETV Bharat / sports

Ranji Final: ଐତିହାସିକ ମୂହୁର୍ତ୍ତ, ପ୍ରଥମ ଥର ରଣଜୀ ଟ୍ରଫି ଟେକିଲା ମଧ୍ୟପ୍ରଦେଶ ଟିମ୍‌ - ରଣଜୀ ଟ୍ରଫି ଜିତିଲା ମଧ୍ୟପ୍ରଦେଶ ଟିମ୍‌

ଇତିହାସ ରଚିଲା ମଧ୍ୟ ପ୍ରଦେଶ ରଣଜୀ ଦଳ । ୪୧ ଥରର ରଣଜୀ ଚମ୍ପିଆନ୍‌ ମୁମ୍ବାଇ ଦଳକୁ ୬ ୱିକେଟରେ ମାତ୍‌ ଦେଇ ପ୍ରଥମ ଥର ପାଇଁ ଚମ୍ପିଆନ୍‌ ହୋଇଛି ମଧ୍ୟପ୍ରଦେଶ ରଣଜୀ ଦଳ । ଅଧିକ ପଢ଼ନ୍ତୁ

Ranji Final: ଐତିହାସିକ ମୂହୁର୍ତ୍ତ, ପ୍ରଥମ ଥର ରଣଜୀ ଟ୍ରଫି ଟେକିଲା ମଧ୍ୟପ୍ରଦେଶ ଟିମ୍‌

author img

By

Published : Jun 26, 2022, 10:55 PM IST

ବେଙ୍ଗାଲୁରୁ: ଇତିହାସ ରଚିଲା ମଧ୍ୟ ପ୍ରଦେଶ ରଣଜୀ ଦଳ । ୪୧ ଥରର ରଣଜୀ ଚମ୍ପିଆନ୍‌ ମୁମ୍ବାଇ ଦଳକୁ ୬ ୱିକେଟରେ ମାତ୍‌ ଦେଇ ପ୍ରଥମ ଥର ପାଇଁ ଚମ୍ପିଆନ୍‌ ହୋଇଛି ମଧ୍ୟପ୍ରଦେଶ ରଣଜୀ ଦଳ । ମୁମ୍ବାଇ ପ୍ରଥମ ଇନିଂସରେ ସମସ୍ତ ୱିକେଟ ବିନିମୟରେ ୩୭୪ ରନ୍‌ କରିଥିଲା । ଏହାର ଜବାବରେ ମଧ୍ୟ ପ୍ରଦେଶ ଦଳ ୫୩୬ ରନ୍‌ କରି ଲିଡ୍‌ ନେଇଥିଲା ।

ତେବେ ଦ୍ବିତୀୟ ଇନିଂସରେ ମୁମ୍ବାଇ ଦଳ ମାତ୍ର ୨୬୯ ରନ୍‌ କରି ଅଲ୍ଆଉଟ ହୋଇଥିଲା । ସୁଭେଦ ପାର୍କର ଦଳ ପକ୍ଷରୁ ଏକ ମାତ୍ର ଖେଳାଳି ଭାବରେ ଅର୍ଦ୍ଧଶତକ ହାସଲ କରିଥିଲେ । ସମସ୍ତ ବ୍ୟାଟରଙ୍କୁ ଭଲ ଆରମ୍ଭ ମିଳିଥିଲେ ସୁଦ୍ଧା ଏହାକୁ ବଡ଼ ସ୍କୋର୍‌ରେ ପରିଣତ କରି ପାରିନଥିଲେ । ଶେଷ ଦିନରେ ମଧ୍ୟ ପ୍ରଦେଶକୁ ବିଜୟୀ ହେବାକୁ ୧୦୮ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା ମୁମ୍ବାଇ । ୨୯.୫ ଓଭରରେ ୪ ୱିକେଟ ବିନିୟମରେ ବିଜୟ ଲକ୍ଷ୍ୟ ହାସଲ କରିଛି ମଧ୍ୟ ପ୍ରଦେଶ ।

ଶୁଭମ ଶର୍ମାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି । ସେପଟେ ଯୁବ ବ୍ୟାଟର ସର୍‌ଫରାଜ ଖାନ୍‌ଙ୍କୁ ପ୍ଲେୟାର ଅଫ ଦି ସିରିଜ ବିବେଚିତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.