ETV Bharat / sports

IPL2022: ଖାତା ଖୋଲି ପାରିଲାନି ହାଇଦ୍ରାବାଦ, ୧୨ ରନରେ ଜିତିଲା ଲକ୍ଷ୍ନୌ - ହାଇଦ୍ରବାଦକୁ ହରାଇଲା ଲକ୍ଷ୍ନୌ

ସୋମବାର ଅନୁଷ୍ଠିତ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୨ ରନରେ ହରାଇ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି ଲକ୍ଷ୍ନୌ । ଆଉ ବିଜୟ ଖାତା ଖୋଲିବା ଲକ୍ଷ୍ୟ ରଖିଥିବା ସନରାଇଜର୍ସର ସ୍ବପ୍ନ ଚୁରମାର ହୋଇଛି । ଅଧିକ ପଢନ୍ତୁ

12 ରନରେ ଜିତିଲା ଲକ୍ଷ୍ନୌ
12 ରନରେ ଜିତିଲା ଲକ୍ଷ୍ନୌ
author img

By

Published : Apr 5, 2022, 7:33 AM IST

ମୁମ୍ବାଇ: ଚଳିତ ଟାଟା ଆଇପିଏଲରେ ନୂଆ କରି ସାମିଲ ହୋଇଥିବା ଲକ୍ଷ୍ନୌ ସୁପରଜାଏଣ୍ଟସ ଦଳ ଫୁଲ ଫର୍ମରେ ରହିଛି । ଲଗାତାର ବିଜୟ ପରେ ପରେ ହାସଲ କରିଛି ସୁପରଜାଏଣ୍ଟସ । ସୋମବାର ଅନୁଷ୍ଠିତ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୨ ରନରେ ହରାଇ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି ଲକ୍ଷ୍ନୌ । ଆଉ ବିଜୟ ଖାତା ଖୋଲିବା ଲକ୍ଷ୍ୟ ରଖିଥିବା ସନରାଇଜର୍ସର ସ୍ବପ୍ନ ଚୁରମାର ହୋଇଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୭ ୱିକେଟ ହରାଇ ୧୬୯ ରନ ସଂଗ୍ରହ କରିଥିଲା । ଜବାବରେ ସନରାଇଜର୍ସ ୯ ୱିକେଟ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା । ସୁପରଜାଏଣ୍ଟସର ଘାତକ ବୋଲିଂ ଦଳକୁ ବିଜୟୀ କରାଇଛି। ଦମଦାର ବୋଲିଂ କରି ଅଭେଶ ଖାନ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ସନରାଇଜର୍ସ ପ୍ରଥମେ ଟସ ଜିତି ଫିଲ଼୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସୁପରଜାଏଣ୍ଟସ ପ୍ରାରମ୍ବିକରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୨୭ ରନରେ ଦଳର ୩ଟି ୱିକେଟ ପତନ ହୋଇଥିଲା । ଓପନର କ୍ବିଣ୍ଟନ ଡି କକ ୧, ଏଭିନ ଲୁଇସ ୧ ଓ ମନୀଷ ପାଣ୍ଡେ ୧୧ ରନ କରି ଆଉଟ ହୋଇଥିଲେ । ଦୀପକ ହୁଡା ଓ ଓପନର ଲୋକେଶ ରାହୁଲଙ୍କ ସହ ମିଶି ବ୍ୟାଟିଂ ସ୍ଥିତି ସୁଧାରିଥିଲେ । ଚତୁର୍ଥ ୱିକେଟ ବେଳକୁ ଉଭୟ ୮୭ରନ ଯୋଡି ଥିଲେ । ରାହୁଲ ୫୦ ବଲରେ ୬୮ ରନ ଓ ଦୀପକ ୩୩ ବଲରେ ୫୧ ରନ କରିଛନ୍ତି । ଦଳୀୟ ସ୍କୋର ୧୧୪ରେ ଦୀପର ଆଉଟ ହୋଇଥିଲେ । ପରେ ପରେ ରାହୁଲ ପାଭିଲିୟନ ଫେରିଥିଲେ । ଅନ୍ତିମ ଭାଗରେ ଆୟୁଷ ବଦୋନି ୧୯, କୃନାଲ ପାଣ୍ଡ୍ୟା ୬ ଓ ଜାସନ ହୋଲ୍ଡ ଅପରାଜିତ ୮ ରନ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୯ ରନ୍‌ ସଂଗ୍ରହ କରିଥିଲା । ଅରେଞ୍ଜ ଆର୍ମୀ ହାଇଦ୍ରାବାଦ ସାମ୍ନାରେ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା।

ବିଜୟ ଖାତା ଖୋଲିବା ଲକ୍ଷ୍ୟ ରଖିଥିବା ସନରାଇଜର୍ସ ଶେଷ ଯାଏ ଲଢେଇ ଜାରି ରଖିଥିଲା । ସୁପରଜାଏଣ୍ଟସ ଅଭେଶ ଖାନଙ୍କ ବୋଲଂ ଆଗରେ ଧରାଶାୟୀ ହୋଇଥିଲା ଦଳ । ୩୮ ରନ ବେଳକୁ ଦଳ ଉଭୟ ଓପନରଙ୍କୁ ହରାଇଥିଲା । କେନ ୱିଲିୟମସନ ୧୬ ଓ ଅଭିଷେକ ଶର୍ମା ୧୩ ରନ କରି ଆଉଟ ହୋଉଥିଲେ । ରାହୁଲ ତ୍ରିପାଠୀ ଓ ଆଡେମ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୮୨ରେ ପହଞ୍ଚାଇଥିଲେ । ମଧ୍ୟ ଭାଗରେ ପାଣ୍ଡ୍ୟା ବାଜି ପଲଟାଇ ଦେଇଥିଲେ । ୯୫ ରନରେ ଦଳ ୪ଟି ୱିକେଟ ହରାଇଥିଲା । ଶେଷ ଓଭରରେ ଦଳକୁ ବିଜୟ ପାଇ ୧୬ ରନର ଆବଶ୍ୟକ ଥିଲା । ପ୍ରଥମ ମ୍ୟାଚ ଖେଳୁଥିବା ଜାସନ ହୋଲ୍ଡରରେ ୩ଟି ୱିକେଟ ନେଇ ସନରାଇଜର୍ସର ସ୍ବପ୍ନ ଭାଙ୍ଗି ଦେଇଥିଲେ । ଫଳରେ ୧୨ରେ ବିଜୟୀ ହୋଇଥିଲା ସୁପରଜାଏଣ୍ଟସ । ଅଭେଶ ଖାନ ୪ଟି ୱିକେଟ ନେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.