ETV Bharat / sports

ଏଥର ବାରବାଟୀରେ ଖେଳାଯିବ ଲିଜେଣ୍ଡସ୍ ଲିଗ

ଦ୍ଵିତୀୟ ସିଜିନରେ ଲିଜେଣ୍ଡସ ଲିଗର କିଛି ମ୍ୟାଚ ଓଡିଶାର ଖେଳାଯିବା ନେଇ ଭେନ୍ୟୁ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର 26, 27 ଏବଂ 29 ରେ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡସ ଲିଗ ଖେଳାଯିବା ନେଇ ଖେଳ ସୂଚୀ ଧାର୍ଯ୍ୟ ହୋଇଛି । ଅଧିକ ପଢନ୍ତୁ

author img

By

Published : Sep 12, 2022, 11:03 PM IST

ଏଥର ବାରବାଟୀରେ ଖେଳାଯିବ ଲିଜେଣ୍ଡସ ଲିଗ
ଏଥର ବାରବାଟୀରେ ଖେଳାଯିବ ଲିଜେଣ୍ଡସ ଲିଗ

ଭୁବନେଶ୍ବର: ଆରମ୍ଭ ହେବାକୁ ଯାଉଛି ଲିଜେଣ୍ଡସ ଲିଗ କ୍ରିକେଟ ( legends league cricket ) ଦ୍ଵିତୀୟ ସିଜିନ । ସେପ୍ଟେମ୍ବର 16 ରୁ ଅକ୍ଟୋବର 8 ଯାଏ ଭାରତର ବିଭିନ୍ନ ସହରରେ ଲିଜେଣ୍ଡ ଲିଗ କ୍ରିକେଟ ଖେଳାଯିବାର ସୂଚୀ ଧାର୍ଯ୍ୟ ହୋଇଛି । ଦ୍ଵିତୀୟ ସିଜିନରେ ଲିଜେଣ୍ଡସ ଲିଗର କିଛି ମ୍ୟାଚ ଓଡିଶାର ଖେଳାଯିବା ନେଇ ଭେନ୍ୟୁ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର 26, 27 ଏବଂ 29 ରେ ବାରବାଟୀ ଷ୍ଟାଡିୟମରେ ( Barabati Stadium ) ଲିଜେଣ୍ଡସ ଲିଗ ଖେଳାଯିବା ନେଇ ଖେଳ ସୂଚୀ ଧାର୍ଯ୍ୟ ହୋଇଛି ।

ଏଥର ବାରବାଟୀରେ ଖେଳାଯିବ ଲିଜେଣ୍ଡସ ଲିଗ

ଲିଜେଣ୍ଡସ ଲିଗର ପ୍ରଥମ ସିଜିନ ଓମାନରେ ସଫଳତାର ସହ ଆୟୋଜନ କରାଯାଇଥିଲା । ପରେ ଏହାର ଦ୍ବିତୀୟ ସିଜିନ ଭାରତରେ ଖେଳାଯିବା ନେଇ ନିଷ୍ପତ୍ତି ହୋଇଥିଲା । ସେପ୍ଟେମ୍ବର 16 ରୁ ଅକ୍ଟୋବର 8 ଯାଏ ଭାରତର ବିଭିନ୍ନ ସହରରେ ଖେଳାଯିବ ଲିଜେଣ୍ଡ ଲିଗ କ୍ରିକେଟର ଦ୍ଵିତୀୟ ସିଜିନ । ସେହିପରି ସେପ୍ଟେମ୍ବର 26, 27 ଏବଂ 29 ରେ ବାରବାଟୀ ଷ୍ଟାଡିଅମରେ ଖେଳାଯିବ ଲିଜେଣ୍ଡ ଲିଗ କ୍ରିକେଟର ତିନୋଟି ଲିଗ ମ୍ୟାଚ । ଏନେଇ ଆୟୋଜକଙ୍କ ପକ୍ଷରୁ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯାଇଛି । ଏହାର ଦ୍ବିତୀୟ ସିଜିନରେ ଭାରତର 25 ଜଣ ଲିଜେଣ୍ଡ କ୍ରିକେଟର ଭାଗ ନେବା ନେଇ ସୂଚନା ରହିଛି । ଏହା ସହିତ ଏଥିରେ ବିଦେଶର ବହୁ ଲିଜେଣ୍ଡ ମଧ୍ୟ ନଜର ଆସିବେ ।

ଏହି ଟୁର୍ଣ୍ଣାମେଣ୍ଟରେ ବଲିଉଡର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନ ବ୍ରାଣ୍ଡ ଅମ୍ବାସାଡର ରହିଛନ୍ତି । ଏହା ସହିତ ଏହି ଟୁର୍ଣ୍ଣାମେଣ୍ଟରେ କମିଶନର ରହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ । ଲିଜେଣ୍ଡସ ଲିଗ କ୍ରିକେଟ ଦ୍ଵିତୀୟ ସିଜିନରେ 4 ଟି ଦଳକୁ ନେଇ 15 ଟି ମ୍ୟାଚ ଖେଳାଯିବାର ଖେଲ ସୂଚୀ ଧାର୍ଯ୍ୟ ହୋଇିଛି । କ୍ରିକେଟରମାନେ ସେପ୍ଟେମ୍ବର 25 ରେ ଓଡିଶାରେ ପହଞ୍ଜିବା ନେଇ ସୂଚନା ରହିଛି । ତେବେ ଦ୍ବିତୀୟ ସିଜିନରେ କ୍ରିକେଟର ମାନଙ୍କ ପୁରସ୍କାର ରାଶି 4 କୋଟି ରହିଛି । ବିଜେତା ଦଳ ପାଇଁ 2.5 କୋଟି ଟଙ୍କା ପୁରସ୍କାର ରହିଥିବା ବେଳେ ଉପବିଜେତା ଦଳ ପାଇଁ1 କୋଟି ଟଙ୍କା କ୍ୟାସ ପ୍ରାଇଜ ରହିଛି । ତେବେ ଲିଜେଣ୍ଡସ ଲିଗ କ୍ରିକେଟ ଦ୍ଵିତୀୟ ସିଜିନ ମ୍ୟାଚର ଟିକେଟ bookmyshow ରେ ଉପଲବ୍ଧ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.