ETV Bharat / sports

Legends League Cricket: 10ରୁ ଲିଜେଣ୍ଡ୍ସ କ୍ରିକେଟ ଲିଗ୍‌, ଏହି ଦୁଇ ଟିମ୍‌ ମଧ୍ୟରେ ପ୍ରଥମ ମୁକାବିଲା

author img

By

Published : Mar 6, 2023, 3:43 PM IST

ମାର୍ଚ୍ଚ 10 ତାରିଖରୁ ଲିଜେଣ୍ଡ୍ସ ଲିଗ କ୍ରିକେଟ ଆରମ୍ଭ ହେବାକୁ ଯାଉଛି । ଗୌତମ ଗମ୍ଭୀର ଇଣ୍ଡିଆ ମହାରାଜା ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

legends league cricket starts from march 10

ନୂଆଦିଲ୍ଲୀ: ଆସନ୍ତା 10 ତାରିଖରୁ ଲିଜେଣ୍ଡ୍ସ ଲିଗ କ୍ରିକେଟ ଆରମ୍ଭ ହେବ । କତାରର ଦୋହା ସ୍ଥିତ ଏସିଆନ ଟାଉନ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହେବ ଏହି ଲିଗ୍‌ । ଏନେଇ ଅଂଶ ଗ୍ରହଣକାରୀ 3 ଦଳର ଅଧିନାୟକଙ୍କ ନାମ ଘୋଷଣା ହୋଇଛି । ଗୌତମ ଗମ୍ଭୀର ଇଣ୍ଡିଆ ମହାରାଜା ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର 4 ଦିନ ବାକି ରହିଛି ।

ଅଂଶ ଗ୍ରହଣକାରୀ 3 ଦଳର ଅଧିନାୟକ ଘୋଷଣା ହୋଇଛି । ଭାରତୀୟ ପୂର୍ବତନ କ୍ରିକେଟର ତଥା ଓପନର ଗୌତମ ଗମ୍ଭୀର ଇଣ୍ଡିଆ ମହାରାଜ ଦଳର ନେତୃତ୍ବ ନେବେ । ସେହିପରି ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦି ଏସିଆ ଲାଇନ୍ସ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ ୱାର୍ଲଡ ଜାଏଣ୍ଟସ ଦଳର ମଙ୍ଗ ଧରିବେ । ଉଦଘାଟନୀ ମ୍ୟାଚରେ ଇଣ୍ଡିଆ ମହାରାଜ ଓ ଏସିଆ ଲାୟନ୍ସ ମଧ୍ୟରେ ଖେଳାଯିବ ।

ମାର୍ଚ୍ଚ 10ରୁ 20 ତାରିଖ ଯାଏ କତାରରେ ଲିଜେଣ୍ଡ୍ସ ଲିଗ କ୍ରିକେଟ୍‌ ଅନୁଷ୍ଠିତ ହେବ । 10 ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କ୍ରିକେଟ ବସମାନଙ୍କ ମଧ୍ୟରେ ମ୍ୟାଚ ଖେଳାଯିବ । ଇରଫାନ ଫଠାନ, ଶ୍ରୀଶନ୍ଥ, ରବୀନ ଉଥପ୍ପା, ଆରୋନ ଫିଞ୍ଚ, ସାହିଦ ଆଫ୍ରିଦି, ମହମ୍ମଦ ହାଫିଜ, ଦିଲସାନ ଆଦି କ୍ରିକେଟରଙ୍କୁ ଦେଖିବାକୁ ମିଳିବ । କ୍ରିକେଟ ବସ୍‌ଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମୁକାବିଲାର ମଜା ନେବେ ଦର୍ଶକ । ଏସିଆନ ଲାଏନ୍ସର ନେତୃତ୍ବ ନେବେ ପାକିସ୍ତାନ ଅଲରାଉଣ୍ଡର ସାହିଦ ଆଫ୍ରିଦି । ଆରୋନ ଫିଞ୍ଚ୍‌ ୱାର୍ଲଡ ଜାଏଣ୍ଟସର ନେତୃତ୍ବ ନେବେ ।

ଏହା ବି ପଢନ୍ତୁ...WPL 2023: ଆଜି ମୁହାଁମୁହିଁ ହେବେ ମାନ୍ଧନା-ହର୍ମନପ୍ରୀତ, ବିଜୟଧାରା ବଜାୟ ଲକ୍ଷ୍ୟରେ ମୁମ୍ବାଇ

ଇଣ୍ଡିଆ ମହାରାଜା ପାଇଁ ଖେଳିବେ ସୁରେଶ ରୈନା । ଦଳରେ ନୂଆ କରି ସାମିଲ ହୋଇଛନ୍ତି ସୁରେଶ ରୈନା । ଭାରତୀୟ ଦଳ ପକ୍ଷରୁ ସୁରେଶ ରୈନା 18ଟି ଟେଷ୍ଟ, 226ଟି ଦିନିକିଆ ଓ 78ଟି ଟି-20 ମ୍ୟାଚ ଖେଳିଛନ୍ତି । ଡେବ୍ୟୁ ଟେଷ୍ଟରେ ଶତକ ହାସଲ କରିଥିଲେ ରୈନା । ସମସ୍ତ ଫର୍ମାଟରେ ଶତକ ହାସଲ କରିବା ପ୍ରଥମ ଭାରତୀୟ ହେଉଛନ୍ତି ସୁରେଶ ।

ପ୍ରକାଶ ଥାଉ କି, ଗତବର୍ଷ ଲିଜେଣ୍ଡ୍ସ ଲିଗ କ୍ରିକେଟ ଚମ୍ପିଆନ ହୋଇଥିଲା ଇଣ୍ଡିଆ କ୍ୟାପିଟାଲ୍ସ । ଜୟପୁରର ସ୍ବାମୀ ମାନ ସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଫାଇନାଲ ମୁକାବିଲା ଜିତିଥିଲା ଇଣ୍ଡିଆ କ୍ୟାପିଟାଲ୍ସ । ଭିଲୱାରା କିଙ୍ଗ୍‌ସକୁ 104 ରନରେ ପରାସ୍ତ କରି ଟାଇଟଲ ହାତେଇଥିଲା ଇଣ୍ଡିଆ କ୍ୟାପିଟାଲ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.