ETV Bharat / sports

Legends League Cricket: ମଣିପାଲର ପ୍ରଥମ ବିଜୟ, 3 ରନରେ ହାରିଲା ଭିଲୱାରା

author img

By

Published : Sep 27, 2022, 8:12 AM IST

ବାରବାଟୀରେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗସ ମଧ୍ୟରେ ଖେଳାଯାଇଥିବା ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ୍‌ରେ ବାଜି ମାରି ନେଇଛି ମଣିପାଲ । 3 ରନରେ କିଙ୍ଗସକୁ ହରାଇଛି ଟାଇଗର୍ସ । ଅଧିକ ପଢନ୍ତୁ

Legends League Cricket
ମଣିପାଲର ପ୍ରଥମ ବିଜୟ, 3 ରନରେ ହାରିଲା ଭିଲୱାରା

କଟକ: ବାରବାଟୀରେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗସ ମଧ୍ୟରେ ଲିଜେଣ୍ଡ୍ସ ଲିଗ କ୍ରିକେଟର ଖେଳାଯାଇଥିବା ମୁକାବିଲାରେ ଭିଲୱାରାକୁ ମାତ୍‌ ଦେଇଛି ମଣିପାଲ। ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ହରଭଜନ ସିଂଙ୍କ ନେତୃତ୍ବାଧୀନ ମଣିପାଲ କିଙ୍ଗସ ଲିଗର ପ୍ରଥମ ବିଜୟ ହାସଲ କରିଛି । 3 ରନରେ ଭିଲୱାରା କିଙ୍ଗସକୁ ପରାସ୍ତ କରିଛି ଦଳ । ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଦିଲହାରା ଫର୍ଣ୍ଣାଣ୍ଡୋ । ଶେଷ ଓଭରରେ କିଙ୍ଗସକୁ ବିଜୟ ପାଇଁ 9 ରନ ଆବଶ୍ୟକ ଥିଲା ।

ଏହି ଓଭରରେ 5ରନ ଦେଇ 2ଟି ୱିକେଟ ନେବା ସହ ମଣିପାଲକୁ ବିଜୟୀ କରାଇଥିଲେ ଫର୍ଣ୍ଣାଣ୍ଡୋ । ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଫର୍ଣ୍ଣାଣ୍ଡୋ ପ୍ଲେୟାର ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ । ଭିଲୱାରା କିଙ୍ଗସ ଅଧିନାୟକ ଇର୍ଫାନ ପଠାନ ଟସ ଜିତି ଫିଲ଼୍ଡିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟଂ ଆମନ୍ତ୍ରଣ ପାଇଥିବା ମଣିପାଲ ଟାଇଗର୍ସର ଦୁଇ ଓପନର ଜେସି ରାଇଡର ଓ ତାଟେଣ୍ଡା ତାଇବୁ ପାଳି ଆରମ୍ଭ କରିଥିଲେ । ଟାଇଗର୍ସ ଭଲ ଆରମ୍ଭ କରିଥିଲା । ଉଭୟ ଓପନର ବିସ୍ଫୋରକ ବ୍ୟାଟିଂ କରିଥିଲେ । ଭିଲୱାରା ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ କିଙ୍ଗସ ବ୍ୟାଟର । ଦୁଇ ଓପନରଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା ।

ଜେସି ରାଇଡର 35 ବଲରୁ ଦ୍ରୁତ 47 ରନ (6 ଚୌକା, 2ଛକା) ରନ କରିଥିଲେ । ତାଇବୁ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । 54 ରନ (5ଚୌକା, 4ଛକା) କରିଥିଲେ। ଏହି ଓପନିଂ ଯୋଡିକୁ ଭାଙ୍ଗିବା ଭିଲୱାରା ବୋଲରଙ୍କ ପାଇଁ କାଠିକର ପାଠ ହୋଇଥିଲା । ଶେଷର ୟୁସୁଫ ପଠାନ ଏହି ଯୋଡିକୁ ଭାଙ୍ଗିଥିଲେ । ଏହାପରେ ଦଳର ରନ ଗାଡି ଧିମା ପଡିଥିଲା । ପ୍ରଦୀପ ସାହୁ (0), କୋରି ଆଣ୍ଡରସନ (20), ରିଟାର୍ଡୋ ପୋୱେଲ (1) ହରଭଜନ ସିଂ (0) ଓ ମୁରଲୀଥରନ (0)ରେ ପାଭିଲିୟନ ଫେରିବା ପରେ ଦଳ ବିପର୍ଯ୍ୟୟର ସାମ୍ନା କରିଥିଲା । ସଙ୍କଟ ସମୟରେ ମହମ୍ମଦ କୈଫ ସ୍ଥିତି ସମ୍ଭାଳିଥିଲେ । 25 ବଲରେ 32 ରନ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ମଣିପାଲ କିଙ୍ଗସ 8 ୱିକେଟ ହରାଇ 175 ରନ କରିଥିଲା । ଭିଲୱାରା ପକ୍ଷରୁ ଟିନୋ ବେଷ୍ଟ ସର୍ବାଧିକ 3ଟି ୱିକେଟ ଓ ୟୁସୁଫ ପଠାନ 2ଟି ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ ପଡିଲେ ହୁଡ୍ଡା

176 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭିଲୱାରା କିଙ୍ଗସ । ଦଳ ଭଳ ଅରମ୍ଭ କରି ନଥିଲା । ୱିଲିୟମ ପୋଟରଫିଲ୍ଡ ଓ ମର୍ଣ୍ଣେ ଭନ ୱେକଙ୍କ ମଧ୍ୟରେ ମାତ୍ର 4 ରନ ଭାଗିଦାରୀ ହୋଇଥିଲା । ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପରବିନ୍ଦର ଆୱାନ, ମୁରଲୀଧରନ ଓ ହରଭଜନ ଘାତକ ବୋଲିଂ କରି ବିପର୍ଯ୍ୟୟ ଘଟାଇଥିଲେ । ଦଳୀୟ ସ୍କୋର 82ରେ ଦଳ 3ଟି ୱିକେଟ ହରାଇଥିଲା । ମଧ୍ୟଭାଗରେ ୟୁସୁଫ ଓ ତନ୍ମୟ ଶ୍ରୀବାସ୍ତବ ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ ମାତ୍ର ଫର୍ଣ୍ଣାଡୋ ଏ ଯୋଡିକୁ ଭାଙ୍ଗିଥିଲେ ।

26 ରନରେ ଶ୍ରୀବାସ୍ତବ ଆଉଟ ହୋଇଥିଲେ ଏହାପରେ ଆସିଥିଲେ ଇରଫାନ ଫଠାନ । ୟୁସୁଫ ପଠାନ ୨୧ବଲ୍‌ ଖେଳି ୪ଟି ବିଶାଳ ଛକା ଓ ୨ଟି ଚୌକା ସହାୟତାରେ ୪୨ ରନ କରିଥିଲେ । ଇରଫାନ ପଠାନ ୧୪ଟି ବଲରେ ୨ଟି ଛକା ଓ ୨ଟି ଚୌକା ସାହାଯ୍ୟରେ ୨୩ ରନ କରିଥଲେ ବି ଦଳକୁ ଜିତାଇ ପାରି ନଥିଲେ । ପଠାନ ବ୍ରଦର୍ସ ମଧ୍ୟଭାଗରେ ଉନ୍ନତ ବ୍ୟାଟିଂ କରି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ ମାତ୍ର ତାହା ଯଥେଷ୍ଟ ନଥିଲା । ଉଭୟ ଆଉଟ ହେବା ପରେ ଦଳର ପରାଜୟ ଏକ ପ୍ରକାର ନିଶ୍ଚିନ୍ତ ଥିଲା ।

ଫର୍ଣ୍ଣାଡୋ ଘାତକ ବୋଲିଂ କରି ବିପର୍ଯ୍ୟୟ ଘଟାଇଥିଲେ । ଫଳରେ ନିର୍ଦ୍ଧାରିତ ଓଭରରେ ଦଳ 9 ୱିକେଟ ହରାଇ 172 ରନ କରିବାରେ ସକ୍ଷମ ହୋଇଥିଲା । ଫର୍ଣ୍ଣାଡୋ 4ଟି ୱିକେଟ ନେଇ ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ । ଆଜି (ମଙ୍ଗଳବାର) ଗୁଜୁରାଟ ଜାଏଣ୍ଟସ ଓ ଭିଲୱାରା କିଙ୍ଗସ ମଧ୍ୟରେ ମୁକାବିଲା ହେବ ।

ଇଟିିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.