ETV Bharat / sports

Legends League Cricket: କ୍ୟାପିଟାଲ୍ସଠୁ 7 ୱିକେଟରେ ହାରିଲା ମଣିପାଲ

author img

By

Published : Sep 30, 2022, 9:38 AM IST

ବାରବାଟୀରେ ଲିଜେଣ୍ଡ୍ସ ଲଢେଇରେ ଅନ୍ତିମ ମ୍ୟାଚରେ ମଣିପାଲ ଟାଇଗର୍ସକୁ 7 ୱିକେଟରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ

Legends League Cricket
କ୍ୟାପିଟାଲ୍ସଠୁ 7 ୱିକେଟରେ ହାରିଲା ମଣିପାଲ

କଟକ: ବାରବାଟୀରେ ଲିଜେଣ୍ଡ୍ସ ଲଢେଇରେ ଅନ୍ତିମ ମ୍ୟାଚରେ ମଣିପାଲ ଟାଇଗର୍ସ ଓ ଇଣ୍ଡିଆ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିଲା । ହରଭଜନ ଓ ଗୌତମ ଗମ୍ଭୀରଙ୍କ ନେତୃତ୍ବାଧୀନ ଟାଇଗର୍ସ ଓ କ୍ୟାପିଟାଲ୍ସ ପରସ୍ପରକୁ ଭେଟିଥିଲେ । କ୍ୟାପିଟାଲ୍ସ 7 ୱିକେଟରେ ଟାଇଗର୍ସକୁ ହରାଇଛି । ହାମିଲଟନ ମାସାକାଡଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଗୌତମ ଗମ୍ଭୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ ଏହି ବିଜୟ ହାସଲ କରିଛି । ଏହି ବିଜୟ ସହ ସର୍ବାଧିକ 7 ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି କ୍ୟାପିଟାଲ୍ସ ।

କ୍ୟାପିଟାଲ୍ସଠୁ 7 ୱିକେଟରେ ହାରିଲା ମଣିପାଲକ୍ୟାପିଟାଲ୍ସଠୁ 7 ୱିକେଟରେ ହାରିଲା ମଣିପାଲ

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଦିଲ୍ଲା କ୍ୟାପିଟାଲ୍ସ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମଣିପାଲ ଟାଇଗର୍ସର ଓପନର ତେତେଣ୍ଡା ଜାଇବୁ 5ରନ ସଅଳ ପାଭିଲିୟନ ଫେରିଥିଲେ । ଜେସି ରାଇଡର ଓ ମହମ୍ମଦ କୈଫଙ୍କ ଅର୍ଦ୍ଧଶତକୀୟ ଭାଗିଦାରୀ ମଣିପାଳ ସ୍ଥିତି ମଜଭୁତ କରିଥିଲା । ରାଇଡର ଓ ମହମ୍ମଦ କୈଫଙ୍କ ଯୋଡି 126 ରନ କରିଥିଲେ । ଯାହାକି ଟିମକୁ 161 ରନର ସ୍କୋର ହାସଲ କରିବାରେ ସାହାଯ୍ୟ କରିଥିଲା । ବାମହାତି ବ୍ୟାଟସମ୍ୟାନ ରାଇଡର 5ଟି ଚୌକା ଓ 5ଟି ଛକା ସହିତ 55 ବଲରେ 76 ରନ କରିଥିବା ବେଳେ କୈଫ 9ଟି ଚୌକା ଓ ଗୋଟିଏ ଛକା ସହିତ 48 ବଲ୍‌ରେ 67 ରନ କରିଥିଲେ । 15 ଓଭର ପର୍ଯ୍ୟନ୍ତ କ୍ୟାପିଟାଲ୍ସର ବୋଲରମାନେ ଟାଇଗର୍ସ ଉପରେ ଚାପ ପକାଇବାକୁ ସର୍ବୋତମ ପ୍ର୍ରୟାସ କରିଥିଲେ ଯାହାଫଳରେ ରନ 117/1ରେ ସୀମିତ ରହିଥିଲା । ଶେଷ 5 ଓଭରରେ ରାଇଡର୍ ଓ କୈଫଙ୍କ ଚମତ୍କାର ପ୍ରଦର୍ଶନ ରନରେଟକୁ ବୃଦ୍ଧି କରିଥିଲା । 19ତମ ଓଭରରେ ଉଭୟ ବ୍ୟାଟସମ୍ୟାନ ଲିଆମ୍ ଫ୍ଲୁଙ୍କେଟଙ୍କ ଦ୍ବାରା ଆଉଟ ହୋଇଥିଲେ । ମଣିପାଲ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 161 ରନ କରିଥିଲା ।

ଏହା ବି ପଢନ୍ତୁ...ଟିମ ଇଣ୍ଡିଆକୁ ଝଟକା: ଟି-୨୦ ବିଶ୍ୱକପରୁ ବୁମରା ବାଦ, ନେବେ 4ରୁ 6 ମାସ ବିଶ୍ରାମ !

162 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଅଧିନାୟକ ଗୌତମ ଗମ୍ଭୀର ଓ ସୋଲେମାନ ମିର ଓପନିଂ କରିଥିଲେ । ନିରାଶ କରିଥିଲେ ଗୌତମ ଗମ୍ଭୀର । ଗମ୍ଭାର ମାତ୍ର 15 ରନ କରି ଆଉଟ ହୋଇଥିଲେ । ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ ହାମିଲଟନ । 39 ବଲରେ 68 ରନ କରି ଆପରାଜିତ ରହିଥିଲେ ହାମିଲଟନ । ସୋଲେମାନ ମିର 28 ଏବଂ ରସ ଟେଲର 29 ରନ ପାଳି ଖେଳି ନିଜ ଟିମ ଅତି ସହଜ ରେ ଜିତାଇ ଦେଇଥିଲେ । ରାଇଡର ଓ କୈଫଙ୍କ ଅର୍ଦ୍ଧଶତକ ବୃଥା ହୋଇଥିଲା । 16ଟି ବଲ ବାକି ଥାଇ ଆବଶ୍ୟକୀୟ ରନ ସଂଗ୍ରହ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ମଣିପାଲ ଟାଇଗର୍ସ ପକ୍ଷରୁ କ୍ରିସ ମୋଫୁ, ମୁରଲୀଧରନ ଏବଂ ଫରନାନଣ୍ଡୋ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଏହି ମ୍ୟାଚ ପ୍ରାୟ 20 ହଜାରରୁ ଅଧିକ ଲୋକ ଷ୍ଟାଡୟମରେ ଦେଖିଥିଲେ । ବାଟବାଟୀରେ ଫାଇନାଲ ଖେଳାଯାଇଥାନ୍ତା ମାତ୍ର ଦଶହରା ପାଇଁ ସମ୍ଭବ ହୋଇନାହିଁ । ଅକ୍ଟୋବର 5ରେ ଜୟପୁରରେ ଫାଇନାଲ ଖେଳାଯିବ । ଓଡିଶା କ୍ରିକେଟ ଆସୋସିଏସନର ମ୍ୟାଚ ଆୟୋଜନ ତଥା ଆତିଥ୍ୟକୁ ନେଇ ଢେର ପ୍ରଶଂସା କରିଛନ୍ତି ଏହି ଲିଗର ଆୟୋଜକ । ଏଠାକାର ଦର୍ଶକ ମଧ୍ୟ ବେଶ ଭଲ ଏବଂ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଢେର ଉତ୍ସାହ ରହିଛି ।ତେଣୁ ଆସନ୍ତା ବର୍ଷ ଏଠାରେ 6 ଟି ମ୍ୟାଚ ଆୟୋଜନ କାରିବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ଲିଜେଣ୍ଡ୍ସ କ୍ରିକେଟ ଲିଗର ଅଧକ୍ଷ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.