ETV Bharat / sports

Legends League Cricket: ଶ୍ରୀସାନ୍ତଙ୍କ କମାଲ୍‌, ବାରବାଟୀରେ କିଙ୍ଗସର କମବ୍ୟାକ

author img

By

Published : Sep 28, 2022, 8:24 AM IST

ଵାରବାଟୀରେ ଖେଳାଯାଇଥିବା ଦ୍ବିତୀୟ ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ୍‌ରେ ଜବରଦସ୍ତ କମବ୍ୟାକ କରିଛି ଭିଲୱାରା କିଙ୍ଗସ । ଗୁଜୁରାଟ ଜାଏଣ୍ଟସକୁ 57 ରନରେ ହରାଇ ଲିଗରେ ଦ୍ବିତୀୟ ବିଜୟ ହାସଲ କରିଛି ଭିଲୱାରା । ଅଧିକ ପଢନ୍ତୁ

Legends League Cricket
ବାରବାଟୀରେ କିଙ୍ଗସର କମବ୍ୟାକ, 57 ରନରେ ହାରିଲା ଗୁଜୁରାଟ

କଟକ: ବାରବାଟୀରେ ଜାରି ରହିଛି ଲିଜେଣ୍ଡ୍ସ ଲଢେଇ । ଲଗାତାର ଦୁଇଟି ମୁକାବିଲା ହାରିବା ପରେ ଜବରଦସ୍ତ କମବ୍ୟାକ କରିଛି ଭିଲୱାରା କିଙ୍ଗସ । ସେହ୍ବାଗଙ୍କୁ ହରାଇଲେ ଇରଫାନ । ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ କରି ଗୁଜୁରାଟ ଜାଏଣ୍ଟସ ବିପକ୍ଷରେ ଏକ ବୃହତ ବିଜୟ ହାସଲ କରିଛି ଦଳ । ଗୁଜୁରାଟକୁ 57 ରନରେ ପରାସ୍ତ କରିଛି ଭିଲୱାରା । ଅର୍ଦ୍ଧଶତକ ହାସଲ କରିଥିବା ୱିଲିୟମ ପୋଟରଫିଲ଼୍ଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଟସ ଜିତି ଫିଲ଼୍ଡିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ ଜାଏଣ୍ଟସ । କିଙ୍ଗସର ଦୁଇ ଓପନର ମର୍ଣ୍ଣ ଓ ପୋଟରଫିଲ୍ଡ ବିସ୍ଫୋରକ ବ୍ୟାଟଂ କରି 117 ରନ ଭାଗିଦାରୀ ଗଢିଥିଲେ । ଦଶମ ଓଭରରେ ପୋଟରଫିଲ୍ଡଙ୍କୁ ଆଉଟ କରିଥିଲେ କେ.ପି. ଆପାନ୍ନା । 33 ବଲରୁ 64ରନ (10 ଚୌକା, 2ଛକା) କରିଥିଲେ ପୋଟର। ପରେ ପରେ ମର୍ଣ୍ଣ ମଧ୍ୟ ପାଭିଲିୟନ ଫେରିଥିଲେ । ସେ 28 ବଲରୁ ଦ୍ରୁତ 50 ରନ କରିଥିଲେ ।

ଅଧିନାୟକ ଇରଫାନ ପଠାନ 23 ବଲରୁ 34, ଜେସଲ କାରିଆ 29 ବଲରୁ 43 ରନ କରିଥିଲେ । ଶେଷ ଭାଗରେ ୟୁସୁଫ ପଠାନ 5 ବଲରୁ 14 ରନ ଓ ରାଜେଶ ବିଷ୍ଣୋଇ 12 ରନ (2ଛକା) କରି ଦଳୀୟ ସ୍କୋରକୁ 222ରେ ପହଞ୍ଚାଇଥିଲେ । ଏହା ବାରବାଟୀରେ ସବୁଠୁ ବଡ ସ୍କୋର୍‌ ଥିଲା । ଭିଲୱାରା 4 ୱିକେଟ ହରାଇ 222 ରନ କରି ଗୁଜରାଟକୁ 224 ରନ ଟାର୍ଗେଟ ଦେଇଥିଲା । ପୂର୍ବରୁ ବାରବାଟୀରେ ଟି-ଟ୍ବେଣ୍ଟି ଫର୍ମାଟରେ ଭାରତ ନାମରେ ସର୍ବାଧିକ ସ୍କୋର ରହିଛି । 2017ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ 3 ୱିକେଟ ହରାଇ 180 ରନ କରିଥିଲା ।

ଏହା ବି ପଢନ୍ତୁ...ଇଂଲଣ୍ଡରେ ଭାରତ-ପାକିସ୍ତାନ ମଧ୍ୟରେ ଟେଷ୍ଟ ସରିଜ ପାଇଁ ECBର ଅଫର୍

୨୨୩ ରନର ବିଜୟ ଲକ୍ଷ ନେଇ ଗୁଜୁରାଟ ଜାଏଣ୍ଟସର ଷ୍ଟାର ଓପନର କ୍ରିସ ଗେଲ ଓ ବ୍ରାଇନ ପଡିଆକୁ ଓହ୍ଲାଇଥିଲେ। ନିରାଶ କରିଥିଲେ ଗେଲ୍‌ । ୨୦ଟି ବଲ ଖେଳି ମାତ୍ର ୧୫ ରନ କରି ଆଉଟ ହୋଇଥିଲେ କ୍ରିସ ଗେଲ୍‌ । ସେହିପରି ଅଧିନାୟକ ବିରେନ୍ଦ୍ର ସେହ୍ବାଗ ମଧ୍ୟ ଫ୍ୟାନ୍ସଙ୍କୁ ନିରାଶ କରିଥିଲେ । ବ୍ୟାଟିଂରେ ବିଫଳ ହୋଇଥିଲେ ସେହ୍ବାଗ । ୨୦ଟି ବଲ୍‌ରେ ୨୭ ରନ (୩ଟି ଚୌକା,1ଛକା) କରି ସେହ୍ବାଗ ଆଉଟ ହୋଇଥିଲେ । କିଙ୍ଗସର ଶୃଙ୍ଖଳିତ ବୋଲିଂ ପାଇଁ ଦଳର ରନ ଗାଡି ଧିମା ପଡିଥିଲା ।

ଗୁଜୁରାଟ ଜିଆଣ୍ଟସ ପକ୍ଷରୁ ଯଶପାଲ ସିଂହ ଭଲ ବ୍ୟାଟିଂ କରିଥିଲେ । ସେ ୨୯ ବଲରୁ ୫୭ ରନ (୩ଟି ଛକା, ୬ ଟି ଚୌକା) କରି ଆଉଟ ହୋଇଥିଲେ । ୨୨୩ ରନର ବିଜୟ ଲକ୍ଷ ନେଇ ଖେଳୁଥିବା ଗୁଜୁରାଟ 19.4 ଓଭରରେ ୧୬୫ ରନରେ ଅଲଆଉଟ ହୋଇଯାଇଥିଲେ । ଭିଲୱାର କିଙ୍ଗସ ପକ୍ଷରୁ ଏସ ଶ୍ରୀସାନ୍ତ ସର୍ବାଧିକ ୩ ୱିକେଟ ନେଇଥିଲେ। ଭିଲୱାର କିଙ୍ଗସ ୫୭ ରନରେ ଏକ ବୃହତ ବିଜୟ ହାସଲ କରିଥିଲା ।

ଭିଲୱାରା ବାଟବାଟୀରେ ତାର ପ୍ରଥମ ମୁକାବିଲାରେ ମଣିପାଲଠୁ ପରାସ୍ତ ହୋଇଥିଲା । ଭିଲୱାରା ଗୁଜୁରାଟ ମୁକାବିଲା ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରାୟ 15 ହଜାରରୁ ଅଧିକ ଦର୍ଶକ ଖେଳ ଦେଖିଥିଲେ । ଆସନ୍ତାକାଲି (ଗୁରୁବାର) ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ମୁକାବିଲା ହେବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.