ETV Bharat / sports

ବ୍ରିଷ୍ଟଲ ଡ୍ର ପାଇଁ ଭାରତୀୟ ମହିଳା ଟିମକୁ ଲକ୍ଷ୍ମଣ, ଜାଫରଙ୍କ ଶୁଭେଚ୍ଛା - ଇଂଲଣ୍ଡ ବନାମ ଭାରତ

ଇଂଲଣ୍ଡ ବିପକ୍ଷ ୱାନ-ଅଫ ଟେଷ୍ଟରେ ଲଢୁଆ ପ୍ରଦର୍ଶନ ପାଇଁ ଭାରତୀୟ ମହିଳା ଟିମକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଅଧିକ ପଢନ୍ତୁ...

Laxman, Jaffer, Raman congratulate India women's team for Bristol draw
ବ୍ରିଷ୍ଟଲ ଡ୍ର ପାଇଁ ଭାରତୀୟ ମହିଳା ଟିମକୁ ଲକ୍ଷ୍ମଣ, ଜାଫରଙ୍କ ଶୁଭେଚ୍ଛା
author img

By

Published : Jun 20, 2021, 8:50 PM IST

ବ୍ରିଷ୍ଟଲ: ଇଂଲଣ୍ଡ ବିପକ୍ଷ ୱାନ-ଅଫ ଟେଷ୍ଟରେ ଲଢୁଆ ପ୍ରଦର୍ଶନ ପାଇଁ ଭାରତୀୟ ମହିଳା ଟିମକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଶୀର୍ଷକ୍ରମ ଖେଳାଳିଙ୍କୁ ଶୀଘ୍ର ପାଭିଲିୟନ ଫେରାଇ ଏକ ନିଶ୍ଚିନ୍ତ ବିଜୟ ଆଡକୁ ଅଗ୍ରସର ହେଉଥିଲା ଇଂଲଣ୍ଡ । ମାତ୍ର ଦୁଇ ଭାରତୀୟ ଖେଳାଳି ସ୍ନେହ ରାଣା ଓ ତାନିଆ ଭାଟିଆଙ୍କ ଅପରାଜିତ ଭାଗିଦାରୀ ପରାଜୟ ଏଡାଇବା ସହ ମ୍ୟାଚ୍‌ ଡ୍ର ରଖିବାରେ ସହାୟକ ହୋଇଥିଲା ।

Laxman, Jaffer, Raman congratulate India women's team for Bristol draw
ସ୍ନେହ ରାଣା-ତାନିଆ ଭାଟିଆ

ଫଳରେ ଇଂଲଣ୍ଡ ମାଟିରେ ମିତାଲି ରାଜେଙ୍କ ନେତୃତ୍ବରେ ମହିଳା ଟିମର ଲଢୁଆ ପ୍ରଦର୍ଶନ ପରେ ପୂର୍ବତନ କ୍ରିକେଟର ଭେଙ୍କଟସ ପ୍ରସାଦ, ୱାସିମ ଜାଫର ଓ ଭିଭିଏସ ଲକ୍ଷ୍ମଣଙ୍କ ସମେତ ଅନେକ କ୍ରିକେଟର ଶୁଭେଚ୍ଛା ଜଣାଇଛନ୍ତି ।

ସ୍ନେର ରାଣା

ନବମ ୱିକେଟ ଯୋଡିରେ ଡେବ୍ୟୁ ଟେଷ୍ଟ ଖେଳୁଥିବା ସ୍ନେହ ରାଣା ଓ ତାନିଆ ଭାଟିଆଙ୍କ ମଧ୍ୟରେ 104 ରନର ଅପରାଜିତ ଭାଗିଦାରୀ ହୋଇଥିଲା । ରାଣା ଦମଦାର ବ୍ୟାଟିଂ ସହ 80 ଓ ତାନିଆ 44 ରନରେ ଅରାଜିତ ରହିଥିଲେ ।

ଫଳରେ ମ୍ୟାଚ ବଞ୍ଚାଇବା ସହ ପରାଜୟ ଏଡାଇ ଡ୍ର ରଖିଥିଲା ଭାରତ ।

ପୂର୍ବତନ ଭାରତୀୟ ମହିଳା ଟିମର କୋଚ୍‌ ଡବଲ୍ୟୁଭି ରମଣ ଓ ପୂର୍ବତନ ଖେଳାଳି ଅଞ୍ଜୁମ ଚୋପ୍ରା ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.