ଲଣ୍ଡନ: ଭାରତୀୟ ସ୍କ୍ବାଡରେ କୋଭିଡ ସଂକ୍ରମଣ ଯୋଗୁଁ ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡରେ ହେବାକୁ ଥିବା ଶେଷ ଟେଷ୍ଟ ମ୍ୟାଚକୁ ବାତିଲ କରିବାକୁ ପଡ଼ିଛି । ତେବେ ଏଥିପାଇଁ ଲାଙ୍କାସାୟର କ୍ରକେଟକୁ କୋଟିକୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ବୋଲି ଲଙ୍କାସାୟର ସିଇଓ ସୂଚନା ଦେଇଛନ୍ତି । ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫୋର୍ଡ ପଡ଼ିଆ ଲଙ୍କା ସାୟର କାଉଣ୍ଟି ଦଳର ଘରୋଇ ପଡ଼ିଆ ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ପଞ୍ଚମ ଟେଷ୍ଟ ମ୍ୟାଚ ପାଇଁ ମାଞ୍ଚେଷ୍ଟରରେ ସମସ୍ତ ପ୍ରସ୍ତୁତି ସରିଥିଲା । ଖେଳାଳିଙ୍କ ପାଇଁ ହୋଟେଲ ବୁକ୍ କରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା । ତେବେ ମ୍ୟାଚ ବନ୍ଦ ହେବାରୁ ଲାଙ୍କାସାୟର କ୍ରିକେଟରୁ କୋଟିକୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ବର୍ତ୍ତମାନ ଲଙ୍କାସାୟରକୁ ଇଂଲଣ୍ଡ କ୍ରିକେଟ ବୋର୍ଡର ସହାୟତା ଆବଶ୍ୟକ ବୋଲି କହିଛନ୍ତି ଲାଙ୍କାସାୟର କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ଡାନିଏଲ ଗିଡନୀ ।
ଏହି ମ୍ୟାଚ ପାଇଁ ଟିକେଟ କିଣିଥିବା ଦର୍ଶକଙ୍କ ନିକଟରେ କ୍ଷମା ପାର୍ଥନା କରିଛି ଲାଙ୍କାସାୟର କ୍ରିକେଟ । ସଭଁଙ୍କ ଟଙ୍କା ଫେରସ୍ତ ହେବ ନେଇ ଲାଙ୍କାସାୟର କୁହାଯାଇଛି । ଏହାସହ ଦୁରଦୁରାନ୍ତରୁ ମ୍ୟାଚ ଦେଖିବାକୁ ଆସିଥିବା ଲୋକଙ୍କୁ ମଧ୍ୟ ଟିକଟ ସହ ଟଙ୍କା ଫେରସ୍ତ କରିବ ଲାଙ୍କାସାୟର ।
ଭାରତୀୟ ସ୍କ୍ବାଡରେ କୋଭିଡ ସଂକ୍ରମଣ ଯୋଗୁଁ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ମ୍ୟାଚକୁ ବାତିଲ କରି ଦିଆଯାଇଛି । ଫଳରେ ଲାଙ୍କାସାୟର ଇଂଲଣ୍ଡ କ୍ରିକେଟ ବୋର୍ଡକୁ କ୍ଷିତପୂରଣ ଦେବାକୁ ନିବେଦନ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ