ETV Bharat / sports

କୁଶାଲ ପେରେରା ଶ୍ରୀଲଙ୍କାର ନୂଆ ଅଧିନାୟକ

author img

By

Published : May 12, 2021, 7:23 PM IST

ଶ୍ରୀଲଙ୍କା ଦଳର ଅଧିନାୟକ ଦାୟିତ୍ବ ନେଲେ କୁଶାଲ ପେରେରା । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଏହାକୁ ନେଇ ଘୋଷଣା କରାଯାଇଛି । ଅଧିକ ପଢ଼ନ୍ତୁ...

କୁଶାଲ ପେରେରା ଶ୍ରୀଲଙ୍କାର ନୂଆ ଅଧିନାୟକ
କୁଶାଲ ପେରେରା ଶ୍ରୀଲଙ୍କାର ନୂଆ ଅଧିନାୟକ

କଲମ୍ବୋ: ଶ୍ରୀଲଙ୍କା ଦଳର ଅଧିନାୟକ ଦାୟିତ୍ବ ନେଲେ କୁଶାଲ ପେରେରା । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଏହାକୁ ନେଇ ଘୋଷଣା କରାଯାଇଛି । ସେହିଭଳି କୁଶାଲ ମେଣ୍ଡିସଙ୍କୁ ଉପ ଅଧିନାୟକ ଦାୟିତ୍ବ ଦିଆଯାଇଛି । ବାଂଲାଦେଶ ବିପକ୍ଷ ସିରିଜରେ ଶ୍ରୀଲଙ୍କା ଦଳର ଅଧିନାୟକ ଦାୟିତ୍ବ ନେବେ କୁଶାଲ ପେରେରା ।

କୁଶାଲ ପେରେରା ଶ୍ରୀଲଙ୍କା ପକ୍ଷରୁ 101ଟି ଦିନିକିଆ ମ୍ୟାଚ ଖେଳିଥିବା ବେଳେ 22ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସେହିଭଳି 47 ଟି-20 ମ୍ୟାଚ ମଧ୍ୟ ଖେଳିଛନ୍ତି କୁଶାଲ ପେରେରା । ପୂର୍ବରୁ ଦିମୁଥ କରୁଣାରତ୍ନେ ଶ୍ରୀଲଙ୍କାର ଅଧିନାୟକ ଦାୟିତ୍ବ ନେଇଛନ୍ତି । ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଶ୍ରୀଲଙ୍କାର ବରିଷ୍ଠ ଖେଳାଳିଙ୍କୁ ଦଳରୁ ବାଦ ଦିଆଯାଇଛି । ବିଶେଷ କରି ଟପ ଅର୍ଡର ବ୍ୟାଟସମ୍ୟାନ ଲହିରୁ ଥିରିମାନେ, ୱକେଟକିପର ଦିନେଶ ଚଣ୍ଡିମାଲ ଓ ଆଞ୍ଜେଲୋ ମାଥ୍ୟୁସ ଦଳରୁ ବାଦ ପଡ଼ିଛନ୍ତି ।

ବାଂଲାଦେଶ ବିପକ୍ଷରେ ସିରିଜ ପାଇଁ ଶ୍ରୀଲଙ୍କା ଦଳରେ କେତେକ ନୂଆ ଚେହେରା ଦେଖିବାକୁ ମିଳିବ । ଫାଷ୍ଟ ବୋଲର ଚାମିକା କରୁଣାରତ୍ନେ, ବ୍ୟାଟସମ୍ୟାନ ଶିରଣ ଫର୍ଣ୍ଣାଣ୍ଡୋ ଦିନିକିଆ ମ୍ୟାଚରେ ଡେବ୍ୟୁ କରିବେ । ସେହିଭଳି ଫାଷ୍ଟ ବୋଲର ବିନୁରା ଫର୍ଣ୍ଣାଣ୍ଡୋ ମଧ୍ୟ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି । ପୂର୍ବରୁ ସେ ଦୁଇଟି ଟି-20 ମ୍ୟାଚ ଖେଳିଛନ୍ତି ।

ଶ୍ରୀଲଙ୍କା ଦଳ

କୁଶାଲ ପେରେରା, କୁଶାଲ ମେଣ୍ଡିସ, ଦନୁଷ୍କା ଗୁଣଥିଲିକା, ଧନଞ୍ଜୟ ଡି ସିଲଭା, ପାଥୁମ ନିଶଙ୍କ, ଆଶେନ ବନ୍ଦାରା, ୱାନିନ୍ଦୁ ହସରଙ୍ଗ, ଇଶୁରୁ ଉଡାନା, ଆକିଲା ଧନଞ୍ଜୟ, ନିରୋଶାନ ଦିକୱେଲା, ଦୁଶ୍ମନ୍ତ ଚମିରା, ରମେଶ ମେଣ୍ଡିସ, ଆସିଥି ଫର୍ଣ୍ଣାଣ୍ଡୋ, ଲକସନ ସନ୍ଦକନ, ଚମିକା କରୁଣାରତ୍ନେ ଓ ଶିରଣ ଫର୍ଣ୍ଣାଣ୍ଡୋ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.