ଦୁବାଇ: ଆଇସିସି ପକ୍ଷରୁ ଜାରି ହୋଇଛି ନୂଆ ଟି-20 ରାଙ୍କିଂ। ତାଲିକାରେ ଅଧିନାୟକ ବିରାଟ କୋହଲି ପଞ୍ଚମ ସ୍ଥାନରେ ରହିଥିବାବେଳେ କେ.ଏଲ ରାହୁଲ ଷଷ୍ଠ ସ୍ଥାନରେ ରହିଛନ୍ତି । ଏହି ତାଲିକାର ଶୀର୍ଷରେ ରହିଛନ୍ତି ଇଂଲଣ୍ଡ ବ୍ୟାଟସମ୍ୟାନ ଡେଭିଡ ମଲାନ। ଟି-20 ବୋଲିଂ ରାଙ୍କିଂରେ କୌଣସି ଭାରତୀୟ ଖେଳାଳି ସାମିଲ ହୋଇ ପାରିନାହାନ୍ତି ।
କେ.ଏଲ ରାହୁଲ 743 ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ଅଷ୍ଟ୍ରେଲିଆନ ବ୍ୟାଟସମ୍ୟାନ ଗ୍ଲେନ ମାକ୍ସୱେଲ 694 ସହ ସପ୍ତମ ସ୍ଥାନରେ ରହିଛନ୍ତି । ଆଇସିସି ଟି-20 ଅଲରାଉଣ୍ଡର କିମ୍ବା ବୋଲର ତାଲିକାରେ କୌଣସି ଭାରତୀୟ ସାମିଲ ହୋଇ ପାରିନାହାନ୍ତି ।
ତେବେ ଦିନିକିଆ ଆଇସିସି ରାଙ୍କିଂର ଶ୍ରେଷ୍ଠ 5 ଜଣ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା ସାମିଲ ରହିଛନ୍ତି । ସେହିଭଳି ଦିନିକିଆ ବୋଲର ତାଲିକାରେ ଜଣେ ମାତ୍ର ଭାରତୀୟ ଭାବରେ ଜଶପ୍ରୀତ ବୁମରା ସାମିଲ ରହିଛନ୍ତି । ଦିନିକିଆ ଅଲରାଉଣ୍ଡର ତାଲିକାରେ କେବଳ ରବିନ୍ଦ୍ର ଜାଡେଜା 245 ପଏଣ୍ଟ ସହ ନବମ ସ୍ଥାନରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ