ETV Bharat / sports

ବାଜିଗର ବିରାଟ, ଏହି ବିରଳ ରେକର୍ଡ କରିବାରେ ପ୍ରଥମ ଖେଳାଳି କୋହଲି

ଭାରତୀୟ କ୍ୟାପଟେନ ବିରାଟ କୋହଲି ସୋମବାର ପ୍ରଥମ ଖେଳାଳି ଭାବେ ପ୍ରତ୍ୟେକ ଫର୍ମାଟରେ ୫୦ ଅନ୍ତର୍ଜାତୀୟ ମ୍ୟାଚ୍‌ ବିଜେତା ହେବାର ବିରଳ ଉପଲବ୍ଧି ହାସଲ କରିଛନ୍ତି । ଅଧିକ ପଢନ୍ତୁ

Kohli becomes first player to win 50 international matches in each format
ବାଜିଗର ବିରାଟ, ଏହି ବିରଳ ରେକର୍ଡ କରିବାରେ ପ୍ରଥମ ଖେଳାଳି କୋହଲି
author img

By

Published : Dec 6, 2021, 4:00 PM IST

ମୁମ୍ବାଇ: ଭାରତୀୟ କ୍ୟାପଟେନ ବିରାଟ କୋହଲି ସୋମବାର ପ୍ରଥମ ଖେଳାଳି ଭାବେ ପ୍ରତ୍ୟେକ ଫର୍ମାଟରେ ୫୦ ଅନ୍ତର୍ଜାତୀୟ ମ୍ୟାଚ୍‌ ବିଜେତା(50 international matches in each format) ହେବାର ବିରଳ ଉପଲବ୍ଧି ହାସଲ କରିଛନ୍ତି । ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦୁଇ ଟିକିଆ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ଭାରତ ସୋମବାର ହରାଇବା ପରେ ଏହି ସଫଳତାର ଅଧିକାରୀ ହୋଇଛନ୍ତି କୋହଲି ।

ଏହି ବିଜୟ ସହିତ ଟିମ ଇଣ୍ଡିଆ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଟେଷ୍ଟ ମାନ୍ୟତାର ନମ୍ବର ୧ ସ୍ଥାନକୁ ଫେରିଛି । ମୁମ୍ବାଇ ଟେଷ୍ଟ ବିଜୟ ଅର୍ଥାତ ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରଜକୁ ଭାରତ ୧-୦ରେ କବ୍ଜା କରିଛି । ଫଳରେ ସକରାତ୍ମକ ମନୋବଳ ସହ ଡିସେମ୍ବର ୨୬ରେ ଟେଷ୍ଟ ଓ ଦିନିକିଆ ସିରିଜ ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଟିମ ଇଣ୍ଡିଆ ।

କ୍ୟାପଟେନ ବିରାଟ କୋହଲିଙ୍କୁ ବିରଳ ଉପଲବ୍ଧି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଅଭିନନ୍ଦନ ଜଣାଇଛି ।

ଚତୁର୍ଥ ଦିନର ଅସମାପ୍ତ ସ୍କୋର ୧୪୦/୫ରୁ ଖେଳ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ । ତେବେ ରଚିନ ରବିନ୍ଦ୍ର(୧୮) ଓ ହେନରୀ ନିକୋଲସ ୨୨ ରନ୍‌ ଯୋଡିବା ପରେ ଜୟନ୍ତ ଯାଦବଙ୍କ ଶିକାର ହୋଇଥିଲେ ରବିନ୍ଦ୍ର । ଫଳରେ ହାତରେ ମାତ୍ର ୪ ୱିକେଟ ଥିଲାବେଳେ ଭ୍ରମଣକାରୀ ଟିମ ବିଜୟ ପାଇଁ ୩୭୮ ରନ୍‌ ଆବଶ୍ୟକ କରୁଥିଲା ।

ଏହାମଧ୍ୟ ପଢନ୍ତୁ: ନ୍ୟୁଜିଲାଣ୍ଡ ସିରିଜ ବିଜୟ ପରେ ନଂ ୧ ଟେଷ୍ଟ ଟିମ ଭାରତ

ତେବେ ଏହାର ପରବର୍ତ୍ତୀ ଓଭରରେ ଜୟନ୍ତ ଯାଦବ, କେଏଲ ଜେମିଏସନ, ଟିମ ସାଉଦୀଙ୍କୁ ପାଭିଲିୟନ ପଠାଇ ଦେଇଥିଲେ । ଶେଷ ଦୁଇଟି ୱିକେଟ ଭାରତକୁ ଶାଘ୍ର ମିଳିବା ପରେ ନ୍ୟୁଜିଲାଣ୍ଡ ୧୬୭ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଓ ୩୭୨ ରନ୍‌ର ବଡ ବ୍ୟବଧାନରେ ବିଜୟୀ ହୋଇଥିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.