ETV Bharat / sports

ICC T-20 RANKINGS: ଷଷ୍ଠକୁ ଖସିଲେ ରାହୁଲ, ଅଷ୍ଟମରେ କୋହଲି ଅପରିବର୍ତ୍ତିତ

ICC ପକ୍ଷରୁ ଜାରି ହୋଇଛି ନୂତନ ଟି-୨୦ ରାଙ୍କିଂ । ନୂଆ ଟି-୨୦ ରାଙ୍କିଂରେ ଭାରତୀୟ ବ୍ୟାଟର କେଏଲ ରାହୁଲ ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠ ସ୍ଥାନରେ ରହିଛନ୍ତି । ଅଧିକ ପଢ଼ନ୍ତୁ

k.l. rahul slip down to sixth spot in latest icc t-20 rankings
ICC T-20 RANKINGS: ଷଷ୍ଠକୁ ଖସିଲେ ରାହୁଲ, ଅଷ୍ଟମରେ କୋହଲି ଅପରିବର୍ତ୍ତିତ
author img

By

Published : Nov 17, 2021, 3:55 PM IST

ଦୁବାଇ: ICC ପକ୍ଷରୁ ଜାରି ହୋଇଛି ନୂତନ ଟି-୨୦ ରାଙ୍କିଂ । ନୂଆ ଟି-୨୦ ରାଙ୍କିଂରେ ଭାରତୀୟ ବ୍ୟାଟର କେ.ଏଲ. ରାହୁଲ ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠ ସ୍ଥାନରେ ରହିଛନ୍ତି । ସେହିଭଳି ଭାରତୀୟ ବ୍ୟାଟର ବିରାଟ କୋହଲି ପୂର୍ବ ଭଳି ଅଷ୍ଟମ ସ୍ଥାନ ବଜାୟ ରଖିଛନ୍ତି । ସଦ୍ୟ ସମାପ୍ତ ICC ଟି-୨୦ ବିଶ୍ବକପ ପରେ ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର ଓ ବ୍ୟାଟର ମିଚେଲ ମାର୍ଶଙ୍କ ରାଙ୍କିଂରେ ଜବରଦସ୍ତ ଉନ୍ନତି ଦେଖିବାକୁ ମିଳିଛି ।

ଅଷ୍ଟ୍ରେଲିଆ ପ୍ରଥମ ବିଶ୍ବକପ ବିଜୟରେ ମିଚେଲ ମାର୍ଶଙ୍କ ୫୦ ବଲ୍‌ରେ ୭୭ ରନ୍‌ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ଫଳରେ ସେ ୬ଟି ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ରହିଛନ୍ତି । ଏହି ଦମଦାର ପ୍ରଦର୍ଶନ ପାଇଁ ମାର୍ଶ ଫାଇନାଲ ମ୍ୟାଚରେ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ମଧ୍ୟ ବିବେଚିତ ହୋଇଥିଲେ । ବିଶ୍ବକପ ଫାଇନାଲ ମ୍ୟାଚରେ ୱାର୍ଣ୍ଣର ମଧ୍ୟ ୫୩ ରନ୍‌ କରି ଟିମ୍‌କୁ ବିଜୟ ଦ୍ବାରଦେଶରେ ପହଞ୍ଚାଇ ଥିଲେ । ଫଳରେ ସେ ୮ଟି ସ୍ଥାନ ଉପରକୁ ଉଠି ୩୩ତମ ରାଙ୍କ୍‌ରେ ପହଞ୍ଚିଛନ୍ତି ।

ସେହିଭଳି ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ମଧ୍ୟ ଟି-୨୦ ବିଶ୍ବକପ୍‌ ଫାଇନାଲରେ ୮୫ରନ୍‌ର ଇନିଂସ ଖେଳିଥିଲେ । ଫଳରେ ସେ ମଧ୍ୟ ୭ଟି ସ୍ଥାନ ଉପରକୁ ଉଠି ୩୨ତମ ରାଙ୍କ୍‌ରେ ପହଞ୍ଚିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପାକିସ୍ତାନ ବ୍ୟାଟ ମହମ୍ମଦ ରିଜୱାନ ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମ ରାଙ୍କ୍‌ରେ ରହିଛନ୍ତି । ସେପଟେ ନ୍ୟୁଜିଲାଣ୍ଡର ବ୍ୟାଟର ଡେଭନ କନୱେଙ୍କ ୩ଟି ସ୍ଥାନରେ ଉନ୍ନତି ହୋଇ ଚତୁର୍ଥ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଶୀର୍ଷରେ ପାକିସ୍ତାନ ଅଧିନାୟକ ବାବର ଆଜମ ରହିଛନ୍ତି ।

ବୋଲରଙ୍କ କଥା କହିଲେ ଅଷ୍ଟ୍ରେଲିଆ ସ୍ପିନର ଆଡାମ ଜାମ୍ପା ଦୁଇଟି ସ୍ଥାନ ଉପରକୁ ଉଠି ଟପ୍‌ ୩ ବୋଲରଙ୍କ ମଧ୍ୟରେ ରହିଛନ୍ତି । ଫାଷ୍ଟ ବୋଲର ଜୋଶ ହେଜେଲଉଡ୍‌ ମଧ୍ୟ ଦୁଇଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ଅଛନ୍ତି କୌଣସି ଭାରତୀୟ ଖେଳାଳି ଏହି ତାଲିକାରେ ସାମିଲ ହୋଇ ପାରିନାହାନ୍ତି । ଶ୍ରୀଲଙ୍କାର ୱାନିନ୍ଦୁ ହାସାରଙ୍ଗା ଏହି ତାଲିକାର ଶୀର୍ଷରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.