ETV Bharat / sports

୬୪ ବର୍ଷରେ କପିଲ ଦେବ, ଭାରତକୁ ଦେଇଥିଲେ ପ୍ରଥମ ବିଶ୍ବକପ

author img

By

Published : Jan 6, 2023, 9:13 PM IST

ବର୍ଷ ୧୯୮୩ ମସିହାରେ ଦେଶକୁ ବିଶ୍ବ ବିଜେତା କରାଇ ଇତିହାସରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡିଥିଲେ କପିଲ ଦେବ । ଆଜି ଏହି କ୍ରିକେଟ କିମ୍ବଦନ୍ତୀ 64 ବର୍ଷରେ ପର୍ଦାପଣ କରିଛନ୍ତି । ଅଧିକ ପଢନ୍ତୁ

କିମ୍ବଦନ୍ତୀ କ୍ରିକେଟର କପିଲ ଦେବ
କିମ୍ବଦନ୍ତୀ କ୍ରିକେଟର କପିଲ ଦେବ

ହାଇଦ୍ରାବାଦ: 64 ବର୍ଷରେ ପାଦ ଥାପିଲେ ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର କପିଲ ଦେବ । ୧୯୫୯ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି କ୍ରିକେଟ କିମ୍ବଦନ୍ତୀ । ବର୍ଷ ୧୯୮୩ ମସିହାରେ ଦେଶକୁ ବିଶ୍ବ ବିଜେତା କରାଇ ଇତିହାସରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡିଥିଲେ କପିଲ ଦେବ । ତାଙ୍କ ନେତୃତ୍ବରେ ଭାରତ ହାତେଇଥିଲା ପ୍ରଥମ ଦିନିକିଆ ବିଶ୍ବକପ । ତେବେ ନଜର ପକାନ୍ତୁ ଭାରତର ଏହି କିମ୍ବଦନ୍ତୀ କ୍ରିକେଟଙ୍କ ସଂଘର୍ଷ କାହାଣୀ ଉପରେ...

  • 3️⃣5️⃣6️⃣ intl. matches
    9️⃣0️⃣3️⃣1️⃣ intl. runs
    6️⃣8️⃣7️⃣ intl. wickets
    India's 1983 World Cup-winning captain 🏆

    Birthday wishes to Mr Kapil Dev - one of the finest all-rounders to have ever graced the game. 🎂 👏#TeamIndia | @therealkapildev pic.twitter.com/zrDcaR1wWV

    — BCCI (@BCCI) January 6, 2023 " class="align-text-top noRightClick twitterSection" data=" ">

ବର୍ଷ ୧୯୮୩ ବିଶ୍ବକପରେ ଭାରତୀୟ ଦଳର କମାଣ କପିଲ ଦେବଙ୍କ ହାତରେ ରହିଥିଲା । ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ବକପରେ ସେ ଅନେକ ରେକର୍ଡ ତାଙ୍କ ନାମରେ କରିଛନ୍ତି । ଖାଲି ସେତିକି ନୁହେଁ ଜଣେ ଫାଷ୍ଟ ବୋଲର ହିସାବରେ ସେ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ BCCI ତାଙ୍କୁ ଶୁଭେଚ୍ଛା ଜଣାଇଛି । ଏହା ସହିତ ଅନ୍ୟ କ୍ରିକେଟର ମଧ୍ୟ ତାଙ୍କୁ ତାଙ୍କ ଜନ୍ମ ଦିନ ପାଇଁ ଶୁଭକାମନା ଜଣାଇଛନ୍ତି ।

  • A ten-year-old boy saw Kapil Dev lifting the 1983 World Cup and started dreaming of winning another one for India. That boy was me. Happy birthday, Kapil Paaji! May you continue to inspire millions. pic.twitter.com/OSIKPqptNX

    — Sachin Tendulkar (@sachin_rt) January 6, 2023 " class="align-text-top noRightClick twitterSection" data=" ">

କପିଲ ଦେବ ଦିନିକିଆ ବିଶ୍ବକପ ଜିତିଥିବା ସବୁଠାରୁ ଯୁବ ଅଧିନାୟକ ଥିଲେ (First World Cup Winning Captain) । ସେ ମାତ୍ର ୨୪ ବର୍ଷ ବୟସରେ ଭାରତକୁ ପ୍ରଥମ ବିଶ୍ବକପ ବିଜୟର ସ୍ବାଦ ଚଖାଇଥିଲେ । ୧୯୮୩ ମସିହାରେ ଖେଳାଯାଇଥିବା ବିଶ୍ବକପ ଫାଇନାଲ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ମାତ୍ ଦେଇ ଭାରତକୁ ବନାଇଥିଲେ ବିଶ୍ବ ବିଜେତା । ଆଜିର ସେହି ସ୍ମରଣୀୟ ମୁହୂର୍ତ୍ତ କୋଟିକୋଟି ଭାରତୀୟଙ୍କ ମନରେ ତାଜାରେ ହୋଇ ରହିଛି । ସେ ତାଙ୍କ କ୍ୟାରିଅରରେ ୧୩୧ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ୨୨୫ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ସେ ମୋଟ ୯,୦୩୧ ଅନ୍ତର୍ଜାତୀୟ ରନ ସଂଗ୍ରହ କରିଛନ୍ତି । ଏହା ସହିତ ୬୮୭ ୱିକେଟ ଅକ୍ତିଆର କରିବା ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି । ତାଙ୍କୁ ହରିୟାଣା ହରିକେନ (Kapil Dev Haryana Hurricane) ନାମରେ ମଧ୍ୟ ଜଣାଯାଏ । କାରଣ ସେ ହରିୟାଣା ଟିମ ତରଫରୁ ରଣଜୀ ମ୍ୟାଚ ଖେଳିଥିଲେ । ସେ ତାଙ୍କ ହରିୟାଣା ଟିମ ତରଫରୁ ଘରୋଇ କ୍ରିକେଟ ଖେଳି ବେଶ୍ ପ୍ରଶଂସା ସାଉଁଟିଥିଲେ ।

ଇଂଲିସ କାଉଣ୍ଟି ୱଷ୍ଟରସର ଏବଂ ନର୍ଥହେମ୍ପଟନସର ପାଇଁ ମଧ୍ୟ କପିଲ ଦେବ କ୍ରିକେଟ ଖେଳିଛନ୍ତି । ବର୍ଷ ୧୯୯୪ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଏହି ପୂର୍ବତନ ଅଧିନାୟକ । ସେହି ସମୟରେ ସେ ଟେଷ୍ଟ କ୍ରିକେଟରେ ଅଧିକ ୱିକେଟ ହାତେଇ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ ୧୩୧ଟି ଟେଷ୍ଟ ମ୍ୟାଚରେ ୫୨୪୮ ରନ ସଂଗ୍ରହ କରିଥିବା ବେଳେ ୪୩୪ଟି ୱିକେଟ ମଧ୍ୟ ନେଇଥିଲେ । କପିଲ ଦେବ ଜଣେ ଏମିତି ପ୍ରତିଭାବାନ କ୍ରିକେଟର ଥିଲେ ଯିଏକି, ୫୦୦୦ରୁ ଅଧିକ ରନ ଏବଂ ୪୦୦ରୁ ଅଧିକ ୱିକେଟ ହାତେଇଥିଲେ । ସେହିପରି ଦିନିକିଆରେ ୨୨୫ଟି ମ୍ୟାଚ ଖେଳି ୩୭୮୩ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୧୪ଟି ଅର୍ଦ୍ଧଶତକ ସାମିଲ ରହିଛି । କପିଲ ଦେବ ବର୍ଷ ୧୯୮୩ ହକି ବିଶ୍ବକପରେ ଜିମ୍ବାୱେ ବିପକ୍ଷ ଏକ ମ୍ୟାଚରେ ଶତକୀୟ ଇନିଂସ ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.