ETV Bharat / sports

WTC final: ଏହି ରେକର୍ଡର ଅଧିକାରୀ ହେଲେ କେନ୍ ୱିଲିୟମସନ

author img

By

Published : Jun 22, 2021, 6:58 PM IST

ବିଶ୍ୱ ଟେଷ୍ଟ ଚମ୍ପିଆନରେ ଏକ ବିରଳ ରେକର୍ଡର ଅଧିକାରୀ ହେଲେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ । ଟେଷ୍ଟ କ୍ୟାରିୟରରେ 81ଟି ଇନିଂସରେ 100 ବଲ ଖେଳିବା ରେକର୍ଡ କରିଛନ୍ତି । ଅଧିକ ପଢ଼ନ୍ତୁ...

kane williamson faced more than 100 ball in 81 innings

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନରେ ଏକ ବିରଳ ରେକର୍ଡର ଅଧିକାରୀ ହେଲେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ । ଟେଷ୍ଟ କ୍ୟାରିଅରରେ 81ଟି ଇନିଂସରେ 100 ବଲ ଖେଳିବା ରେକର୍ଡ କରିଛନ୍ତି । 100ଟି ବଲ ଖେଳି ବିଶ୍ୱ ଟେଷ୍ଟ ଚମ୍ପିଆନ ଫାଇନାଲରେ ସେ ସବୁଠାରୁ କମ୍ ସ୍କୋର କରି ଖେଳୁଛନ୍ତି ।

ସେପଟେ ଦ୍ୱିତୀୟ ଇନିଂସରେ କେନ ୱିଲିୟମସନଙ୍କ ସର୍ବନିମ୍ନ ସ୍କୋର ହେଉଛି 23 ରନ । 2015ରେ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ସେ ଏହି ଇନିଂସ ଖେଳିଥିଲେ । ବର୍ତ୍ତମାନ ସୁଦ୍ଧା 85ଟି ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି ୱିଲିୟମସନ । ସେ 81.76 ଷ୍ଟ୍ରାଇକ ରେଟରେ 7148 ରନ କରିଛନ୍ତି । ଏଥିରେ 4ଟି ଦ୍ୱିଶତକ, 24ଟି ଶତକ ଓ 32ଟି ଅର୍ଦ୍ଧ ଶତକ ସାମିଲ ରହିଛି ।

ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବରାବର ଟକ୍କର ଦେଖିବାକୁ ମିଳିଛି । ଭାରତର ପ୍ରଥମ ଇନିଂସର 217 ରନ ଜବାବରେ ପଞ୍ଚମ ଦିନ ଲଞ୍ଚ ସୁଦ୍ଧା ନ୍ୟୁଜିଲାଣ୍ଡ 135 ରନ କରିଛି । ତେବେ ନ୍ୟୁଜିଲାଣ୍ଡ ଦଳର ଅଧା ଟିମ୍ ଆଉଟ ହୋଇ ପାଭେଲିୟନ ଫେରିଛନ୍ତି ।

ଭାରତ ପକ୍ଷରୁ ଇଶାନ୍ତ ଶର୍ମା ଓ ମହମ୍ମଦ ସାମୀ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି । ସେହିଭଳି ରବି ଚନ୍ଦ୍ରନ ଅଶ୍ୱିନ ଗୋଟିଏ ୱିକେଟ ନେଇଛନ୍ତି । ଏବେ ଷଷ୍ଠ ୱିକେଟ ପାଇଁ କେନ ୱିଲିୟମସନ ଓ ଗ୍ରାଣ୍ଡହୋମଙ୍କ ମଧ୍ୟରେ ଭାଗୀଦାରୀ ଆରମ୍ଭ ହୋଇଛି । ଏହି ମ୍ୟାଚ ଡ୍ର ହେବା ନେଇ ଆକଳନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.