ହାଇଦ୍ରାବାଦ: ଚଳିତ ଟି-୨୦ ବିଶ୍ବକପ୍ରେ ବିଜୟୀ ହୋଇ ପାକିସ୍ତାନକୁ ପରାଜୟର ସ୍ବାଦ ଚଖାଇଛି ଚମ୍ପିଆନ ଟିମ୍ ଇଂଲଣ୍ଡ । ବ୍ରିଟିଶ ଦଳର ଅଧିନାୟକ ଜୋସ୍ ବଟଲର (England Captain Jos Buttler)ଙ୍କ ଅଧିନାୟକତ୍ବକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା । ବଟଲର୍ ଅଧିନାୟକ ଭାବେ ପ୍ରଥମ ଥର ପାଇଁ ବିଶ୍ବକପ୍ରେ (Jos Buttler wins first world cup as captain in T20 WC) ଖେଳୁଥିବା ବେଳେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ନେତୃତ୍ବରେ ଦଳ ଆଜି ବିଶ୍ବକପ୍ର ଚମ୍ପିଆନ ହୋଇଛି ।
ବଟଲରଙ୍କୁ ଅଧିନାୟକତ୍ବକୁ ପ୍ରଶଂସା:-
୨୦୨୨ ଟି-୨୦ ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟରେ ବିପକ୍ଷ ଦଳର ଦୋଷ ଦୁର୍ବଳତାକୁ ପରଖିବା ଓ ସଠିକ ଓଭରରେ ଯୋଗ୍ୟ ବୋଲରଙ୍କୁ ବୋଲିଂ ପାଇଁ ଦେବାରେ ମାହିର ଥିଲେ ବଟଲର୍ (Jos Buttler captaincy) । ଚମ୍ପିଆନ ହେବା ପାଇଁ ତାଙ୍କ ହୋମୱାର୍କ ଦଳର ପ୍ରଦର୍ଶନରେ ସ୍ପଷ୍ଟ ବାରି ହେଉଥିଲା । ଯାହାକୁ ବିପକ୍ଷ ଦଳର କ୍ରିକେଟରମାନେ ମଧ୍ୟ ପ୍ରଶଂସା କରିଥିଲେ । ଇଂଲଣ୍ଡ ଟି୨୦ ବିଶ୍ବକପ୍ ଇତିହାସରେ ମୋଟ ୨୧ଟି ମ୍ୟାଚ ଖେଳିଥିବା ବେଳେ ସେଥିରୁ ୧୨ଟିରେ ବିଜୟୀ ହୋଇଛି । ୨୦୨୨ ଟି୨୦ ବିଶ୍ବକପ୍ରେ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଟିମ ହୋଇଛି ।
ଦଳ ଚୟନ ବେଳେ ବ୍ୟାଟିଂକୁ ଗୁରୁତ୍ବ:-
ବଟଲର୍ ପୂର୍ବରୁ ଖେଳାଳିଙ୍କୁ ଚୟନ ବେଳେ ଅଧିକ ବୋଲିଂକୁ ଅଧିକ ଗୁରୁତ୍ବ ଦେଇଥିଲେ । ଫଳରେ ଦଳରେ ବୋଲିଂ ଅଲରାଉଣ୍ଡରକୁ ସ୍ଥାନ ମିଳିଥିଲା । ଦଳରେ ମୋଟ ୭ ଜଣ ରହିଥିଲେ । ମାତ୍ର ବିଶ୍ବକପ୍ ପାଇଁ ବଟଲର ନିଜ ରଣନୀତିରେ ପରିବର୍ତ୍ତନ ଆଣିଥିଲେ । ସେ ବ୍ୟାଟିଂକୁ ଗୁରୁତ୍ବ ଦେଇଥିଲେ । ଫଳରେ ବେନ୍ ଷ୍ଟୋକ୍ସ ଓ ସାମ କରନଙ୍କ ଦଳରେ ଉପସ୍ଥିତି ଓ ଉତ୍ତମ ପ୍ରଦର୍ଶନ ବଟଲରଙ୍କ ଆତ୍ମବିଶ୍ବାସକୁ ବୃଦ୍ଧି କରିଥିଲା ।
ରିକି ପଣ୍ଟିଂ ପ୍ରଥମ ବିଶ୍ବକପ ୱିନିଂ ଅଧିନାୟକ:-
ଏହାପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ନାମରେ ଏହି ରେକର୍ଡ ରହିଥିଲା । ୨୦୦୩ରେ ଅଧିନାୟକ ଭାବରେ ଦିନିକିଆ ବିଶ୍ବକପ୍ ଖେଳିଥିଲେ ରିକି ପଣ୍ଟିଂ । ଏହି ICC ଇଭେଣ୍ଟରେ ଭାରତକୁ ହରାଇ ଚମ୍ପିଆନ୍ ହୋଇଥିଲା ଅଷ୍ଟ୍ରେଲିଆ ।