ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟରୁ ଇଅନ ମୋର୍ଗାନଙ୍କ ଅବସର ପରେ ଜୋଶ ବଟଲ୍ର ଇଂଲଣ୍ଡ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଏହାକୁ ନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ୨୦୧୫ରୁ ବଟଲର୍ ମୋର୍ଗାନଙ୍କ ଡେପୁଟି ବା ଉପ ଅଧିନାୟକ ଭାବରେ କାର୍ଯ୍ୟତୁଲାଇ ଆସୁଥିଲେ ।
-
The wins. The losses. The lessons.
— England Cricket (@englandcricket) June 30, 2022 " class="align-text-top noRightClick twitterSection" data="
They've all led you here...
Now is your time, @josbuttler 💪 pic.twitter.com/yFFHz2F0L4
">The wins. The losses. The lessons.
— England Cricket (@englandcricket) June 30, 2022
They've all led you here...
Now is your time, @josbuttler 💪 pic.twitter.com/yFFHz2F0L4The wins. The losses. The lessons.
— England Cricket (@englandcricket) June 30, 2022
They've all led you here...
Now is your time, @josbuttler 💪 pic.twitter.com/yFFHz2F0L4
୨୦୧୧ ମସିହାରେ ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିବା ଜୋଶ ବଟ୍ଲର୍ ବର୍ତ୍ତମାନ ସୁଦ୍ଧା ୧୫୧ଟି ଦିନିକିଆ ଖେଳିଥିବା ବେଳେ ୮୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଗତ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଇଅନ ମୋର୍ଗାନ । ଦୀର୍ଘଦିନ ଧରି ଫିଟନେସ୍ ସମସ୍ୟା ଦେଇ ଗତି କରିବାରେ ଶେଷରେ ଅନ୍ତର୍ଜାତୀୟ କ୍ରିକେଟକୁ ସେ ଅଲବିଦା କହିଛନ୍ତି ।
ବଟଲର୍ ଅଧିନାୟକ ନିଯୁକ୍ତ ହେବାପରେ ଇଂଲଣ୍ଡ ଦଳର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ଯେ, "ଗତ ଏକ ଦଶନ୍ଧୀ ହେଲା ଇଂଲଣ୍ଡ ଦଳ ସହ ଅଛନ୍ତି ଜୋଶ ବଟ୍ଲର୍ । ନିଜର ଆକ୍ରାମକ ବ୍ରାଣ୍ଡକୁ ନେଇ ସେ ପରିଚିତ । ଏହାକୁ ସେ ଅଧିନାୟକତାରେ ମଧ୍ୟ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।"