ETV Bharat / sports

ଟିମ୍‌ ଇଣ୍ଡିଆକୁ ଫେରିବେ ବୁମ୍‌ରା ! ଏଥର ଭାଙ୍ଗିବ ଷ୍ଟମ୍ପ୍‌

author img

By

Published : Jul 18, 2023, 6:39 AM IST

ଭାରତୀୟ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଦଳକୁ ଫେରୁଛନ୍ତି ସ୍ପିଡ୍‌ଷ୍ଟାର୍‌ ଯଶପ୍ରୀତ ବୁମ୍‌ରା । ଅଧିକ ପଢ଼ନ୍ତୁ...

ଟିମ୍‌ ଇଣ୍ଡିଆକୁ ଫେରିବେ ବୁମ୍‌ରା
ଟିମ୍‌ ଇଣ୍ଡିଆକୁ ଫେରିବେ ବୁମ୍‌ରା

ବେଙ୍ଗାଲୁରୁ: ବିଶ୍ବକପ୍‌ ୨୦୨୩ ପୂର୍ବରୁ ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଦଳକୁ ଫେରୁଛନ୍ତି ସ୍ପିଡ୍‌ଷ୍ଟାର୍‌ ଯଶପ୍ରୀତ ବୁମ୍‌ରା । ଏହି ତାରକା ବୋଲର ଏବେ ଶତ ପ୍ରତିଶତ ଫିଟନେସ୍ ହାସଲ କରିବାର ନିକଟତର ହୋଇଛନ୍ତି । ଏଥିପାଇଁ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ)ରେ ଅଭ୍ୟାସ ଜାରି ରଖିଥିବା ବୁମ୍‌ରାଙ୍କ ୱାର୍କଲୋଡ୍ ବଢାଯାଇଛି । ତେବେ ମିଳିଥିବା ରିପୋର୍ଟ୍‌ ଅନୁସାରେ ଆସନ୍ତା ମାସରେ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ବୁମ୍‌ରା ଦଳକୁ ଫେରିବା ଏକ ପ୍ରକାର ନିଶ୍ଚିତ । ସେପଟେ ଶ୍ରେୟସ ଆୟର ମଧ୍ୟ ଅଭ୍ୟାସ୍ ଆରମ୍ଭ କରି ଦେଇଛନ୍ତି ।

ଗତ ମାର୍ଚ୍ଚ ମାସରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିଲା । ଏହାପରେ ବେଙ୍ଗାଲୁରୁସ୍ଥିତ ଏନ୍‌ସିଏରେ ଗତ ୩ ମାସ ହେବ ବୁମ୍‌ରା ବୋଲିଂ କରିବା ଆରମ୍ଭ କରିଥିଲେ । ବିସିସିଆଇର କ୍ରିକେଟ୍ ପ୍ରମୁଖ ଭିଭିଏସ ଲକ୍ଷ୍ମଣଙ୍କ ନିରୀକ୍ଷଣରେ ବୁମ୍‌ରା ପୁରା ଶକ୍ତିର ସହ ନେଟ୍‌ରେ ବୋଲିଂ କରୁଛନ୍ତି । ସେ ଲଗାତାର ଭାବେ ୮ରୁ ୧୦ ଓଭର ବୋଲିଂ କରୁଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ଯଦି ସତ, ତେବେ ଚୟନକର୍ତ୍ତା ଏବଂ ଦଳ ପ୍ରବନ୍ଧକ ବୁମ୍‌ରାଙ୍କୁ ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଏସିଆ କପ୍‌ରେ ସାମିଲ୍ କରିବାକୁ ମଧ୍ୟ ବିଚାର କରୁଛନ୍ତି । ଗତ କିଛି ସପ୍ତାହରେ ବୁମ୍‌ରାଙ୍କ ଠାରେ ଯେଭଳି ଦ୍ରୁତ ଉନ୍ନତି ଦେଖିବାକୁ ମିଳିଛି, ସେ ଆସନ୍ତା ମାସରେ ଭାରତୀୟ ଦଳରେ ଯୋଗ ଦେଇପାରନ୍ତି । ତେବେ ଆଗକୁ ବିଶ୍ବକପ୍‌ ଥିବାରୁ ଏହା ଉପରେ ଚୟନକର୍ତ୍ତା ଭାବିଚିନ୍ତି ନିଷ୍ପତ୍ତି ନେବେ ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ଖେଳି ପାରିବେନି ଆୟର ! ଦଳକୁ ଫେରିପାରନ୍ତି ବୁମ୍‌ରା

ସୂଚନାଯୋଗ୍ୟ, ପିଠିରେ ଯନ୍ତ୍ରଣା କାରଣରୁ ଗତ ବର୍ଷ ସେପ୍ଟେମ୍ବରରୁ ଯଶପ୍ରୀତ ବୁମ୍‌ରା ଭାରତୀୟ କ୍ରିକେଟ୍‌ ଦଳରୁ ବାହାରେ ଅଛନ୍ତି । ତାଙ୍କ ପିଠିର ଅସ୍ତ୍ରୋପଚାର କରାଯାଇଛି । ସେ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଏନ୍‌ସିଏ (ଜାତୀୟ କ୍ରିକେଟ୍‌ ଏକାଡେମୀ)ରେ ଅଭ୍ୟାସ ପ୍ରକ୍ରିୟା ଜାରି ରଖିଛନ୍ତି । ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି । ଆୟର୍ଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ପାଖାପାଖି ଗୋଟିଏ ମାସ ବାକି ଥିବାରୁ ସେଥିରେ ବୁମ୍‌ରାଙ୍କୁ ଦଳକୁ ଫେରାଇବାକୁ ଟିମ୍ ମ୍ୟାନେଜମେଣ୍ଟ ଆଶା କରୁଛି । ସେପଟେ ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ମଧ୍ୟ ଆହତ ହୋଇ ଅସ୍ତ୍ରୋପଚାରର ସମ୍ମୁଖୀନ ହୋଇଥିଲେ । ଏବେ ସେ ମଧ୍ୟ ଅଭ୍ୟାସ ଆରମ୍ଭ କରିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.