ETV Bharat / sports

ବର୍ଷର ଶ୍ରେଷ୍ଠ ନ୍ୟୁଜିଲାଣ୍ଡ କ୍ରିକେଟର କେଲ୍‌ ଜେମିଏସନ - କେଲ ଜେମିଏସନ

ନ୍ୟୁଜିଲାଣ୍ଡ ଅଲ-ରାଉଣ୍ଡର କେଲ ଜେମିଏସନ ବର୍ଷର ଶ୍ରେଷ୍ଠ ନ୍ୟୁଜିଲାଣ୍ଡ କ୍ରିକେଟର ହୋଇଛନ୍ତି । ଅଧିକ ପଢନ୍ତୁ...

Jamieson named New Zealand's Cricketer of the Year
ବର୍ଷର ଶ୍ରେଷ୍ଠ ନ୍ୟୁଜିଲାଣ୍ଡ କ୍ରିକେଟର କେଲ୍‌ ଜେମିଏସନ
author img

By

Published : Jun 1, 2021, 7:35 PM IST

ଲଣ୍ଡନ: ନ୍ୟୁଜିଲାଣ୍ଡ ଅଲ-ରାଉଣ୍ଡର କେଲ ଜେମିଏସନ ସୋମବାର 2021 ସଂସ୍କରଣର ପ୍ଲେଆର୍ସ କ୍ୟାପ୍‌ ଜିତିଛନ୍ତି । ଏହି ଆୱାର୍ଡ ନ୍ୟୁଜିଲାଣ୍ଡର ସେହି ଖେଳାଳିଙ୍କୁ ମିଳିଥାଏ, ଯାହାଙ୍କୁ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ଠାରୁ ସର୍ବାଧିକ ଭୋଟ ମିଳିଥାଏ । ସେହି ଖେଳାଳି ବର୍ଷର ଶ୍ରେଷ୍ଠ ନ୍ୟୁଜିଲାଣ୍ଡ କ୍ରିକେଟର ଭାବେ ବିବେଚିତ ହୁଅନ୍ତି ।

ଏହି ଆୱାର୍ଡର ପ୍ରଥମ ସଂସ୍କରଣର ବିଜେତା 2012ରେ ପୂର୍ବତନ କ୍ୟାପଟେନ ବ୍ରେଣ୍ଡନ ମାକ୍ୟୁଲମ ରହିଥିଲେ । ପରେ କ୍ୟାପଟେନ କେନ ୱିଲିୟମସନ 3 ଥର 2015ରୁ 2017 ମଧ୍ୟରେ 3ଥର ଏହି ପୁରସ୍କାର ଜିତିଛନ୍ତି ।

ୱିକେଟ କିପର ବ୍ୟାଟ୍ସମ୍ୟାନ ବିଜେ ୱେଟଲିଂ, ଜେମିଏସନଙ୍କୁ ଏହି ଆୱାର୍ଡ ପ୍ରଦାନ କରିଛନ୍ତି । ୱେଟଲିଂ ୟୁକେ ଗସ୍ତ ପରେ ସମସ୍ତ ପ୍ରକାର କ୍ରିକେଟରୁ ସନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.