ମେଲବର୍ଣ୍ଣ: ଆସେସ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟକୁ ବଡ ଝଟକା । ଅଷ୍ଟ୍ରେଲିଆର ଷ୍ଟାର ବୋଲର ଜେମସ୍ ପାଟିନସନ୍ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି । ଆସନ୍ତା ଡିସେମ୍ବରରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆସେସ ସିରିଜ ଖେଳାଯିବ ।
ପରିବାର ସହିତ ସମୟ ବିତାଇବା ଏବଂ ଆଗାମୀ ପିଢି ଦ୍ରୁତ ବୋଲରଙ୍କୁ ସହାୟତା ପାଇଁ 31 ବର୍ଷୀୟ ପାଟିନସନ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି । ସେ 21ଟି ଟେଷ୍ଟ, 15ଟି ଦିନିକିଆ ଏବଂ 4ଟି ଟି-20 ଖେଳିଛନ୍ତି । 2011ରେ ଡେବ୍ୟୁ କରିଥିବା ଏହି ବୋଲର ଯଥାକ୍ରମେ ଟେଷ୍ଟରେ 81, ଦିନିକିଆରେ 16 ଏବଂ ଟି-20ରେ 3ଟି ଓ୍ବିକେଟ ନେଇଛନ୍ତି ।
ପାଟିନସନ ଶେଷଥର ପାଇଁ 2015ରେ ଦିନିକିଆ ମ୍ୟାଚରେ ଖେଳିଥିଲେ ଏବଂ 2019ରେ ଟେଷ୍ଟ ମ୍ୟାଚ ଖେଳିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ