ETV Bharat / sports

ଶେଷ ହେଲା କି ଈଶାନ୍ତଙ୍କ କ୍ୟାରିୟର ? ଦଳରେ ସ୍ଥାନ ମିଳିଲାନି, କରିବେ କମେଣ୍ଟ୍ରି

author img

By

Published : Jul 9, 2023, 8:39 PM IST

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ୍‌ ପାଇଁ ଭାରତୀୟ ଟେଷ୍ଟ୍ ଦଳରେ ମଧ୍ୟ ସ୍ଥାନ ପାଇନାହାନ୍ତି ଅନୁଭବୀ ଦ୍ରୁତ ବୋଲର ଈଶାନ୍ତ ଶର୍ମା । ଏହି ସିରିଜ୍‌ରେ ସେ କମେଣ୍ଟ୍ରି କରୁଥିବା ନଜର ଆସିବେ । ଅଧିକ ପଢ଼ନ୍ତୁ

ଶେଷ ହେଲା କି ଈଶାନ୍ତଙ୍କ କ୍ୟାରିୟର ?
ଶେଷ ହେଲା କି ଈଶାନ୍ତଙ୍କ କ୍ୟାରିୟର ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ବରିଷ୍ଠ ଖେଳାଳୀଙ୍କ ସହ ବିସିସିଆଇ କେବେ ହେଲେ ଠିକ୍ ବ୍ୟବହାର କରୁନଥିବା ବିଭିନ୍ନ ସମୟରେ ପ୍ରଶଂସକମାନେ ଅଭିଯୋଗ କରିଥାନ୍ତି । ଯେଉଁ ଖେଳାଳୀମାନେ ଦଳକୁ ଅନେକ ମ୍ୟାଚ୍ ଜିତାଉଥିଲେ, ବୟସ ବଢ଼ିବା ସହ ସେମାନଙ୍କୁ ଦଳରେ ବୋଝ ଅନୁଭବ କରାଗଲା । ଯୁବ ଖେଳାଳୀଙ୍କୁ ସୁଯୋଗ ଦେବା ଆଳରେ ସେମାନଙ୍କୁ ଅଣଦେଖା କରାଯାଉଛି । ଦଳରେ ସାମିଲ ନକରାଇବା ନେଇ ମଧ୍ୟ ସେମାନଙ୍କୁ କୌଣସି ସ୍ପଷ୍ଟ କାରଣ କୁହେନି ବିସିସିଆଇ । ଏହାର ଉଦାହରଣ ଦେଖିବାକୁ ଗଲେ ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲୀ, ବୀରେନ୍ଦ୍ର ସେହୱାଗ, ଜାହିର ଖାନ୍‌ଙ୍କ ଭଳି ଅନେକ ଖେଳାଳୀ ଅଛନ୍ତି, ଯାହାଙ୍କୁ ଏକ ବିଦାୟୀ ମ୍ୟାଚ୍ ମଧ୍ୟ ମିଳିନାହିଁ । ଏବେ ଏହି ତାଲିକାରେ ଈଶାନ୍ତ ଶର୍ମାଙ୍କ ନାଁ ମଧ୍ୟ ଯୋଡି ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି ।

ମାତ୍ର ୧୯ ବର୍ଷ ବୟସରେ ଭାରତୀୟ ଟିମ୍ ପାଇଁ ପଦାର୍ପଣ କରିଥିଲେ ଈଶାନ୍ତ ଶର୍ମା । ଭାରତ ପାଇଁ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ନିର୍ଣ୍ଣାୟକ ଭୂମିକା ନିଭାଇଛନ୍ତି । ଅନେକ ମ୍ୟାଚ୍‌ରେ ଭାରତର ବିଜୟର ସୂତ୍ରଧର ସାଜିଛନ୍ତି ଈଶାନ୍ତ । ହେଲେ ତାଙ୍କୁ କେବଳ ଟେଷ୍ଟ୍‌ କ୍ରିକେଟରେ ସୀମିତ ରଖାଗଲା । କିନ୍ତୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ୍‌ ମ୍ୟାଚ୍‌ ପାଇଁ ମଧ୍ୟ ତାଙ୍କୁ ସ୍ଥାନ ମିଳିନାହିଁ । ଏହି କାରଣରୁ ମୈଦାନରେ ଲଢ଼ିବା ବଦଳରେ କମେଣ୍ଟ୍ରି ବକ୍ସରେ ବସି ମ୍ୟାଚ୍‌ର ସ୍ଥିତି କହିବେ ଈଶାନ୍ତ । ଜୁଲାଇ ୧୨ରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରେ ଈଶାନ୍ତ ଶର୍ମା କମେଣ୍ଟେଟର୍‌ ଭାବେ ନଜର ଆସିବେ । ତେଣୁ ଭାରତୀୟ ଦଳରେ ତାଙ୍କର ମଧ୍ୟ ସମୟ ସରିଯାଇଥିବା ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ୱେଷ୍ଟଇଣ୍ଡିଜ ବିପକ୍ଷ ଟି-20 ଭାରତୀୟ ଦଳ; ବରିଷ୍ଠଙ୍କୁ ବିଶ୍ରାମ, ପାଣ୍ଡ୍ୟା ଅଧିନାୟକ

ଏଠାରେ ଉଲ୍ଲେଖ ଯୋଗ୍ୟ, ଆସନ୍ତା ସେପ୍ଟେମ୍ବର ୨ରେ ଈଶାନ୍ତ ଶର୍ମାଙ୍କୁ ୩୫ ବର୍ଷ ହୋଇଯିବ । ଶେଷ ଦିନିକିଆ ୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏବଂ ୨୦୧୩ରେ ଶେଷ ଟି୨୦ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ ଏହି ଭାରତୀୟ ଦ୍ରୁତ ବୋଲର । ଏହାପରେ ଈଶାନ୍ତଙ୍କୁ ଆଉ ଏହି ସୀମିତ ଓଭର ଫର୍ମାଟ୍‌ରେ ଭାରତୀୟ ଦଳରେ ଦେଖିବାକୁ ମିଳିନି । କେବଳ ଟେଷ୍ଟ୍‌ ମ୍ୟାଚ୍‌ ପାଇଁ ଖୋଜା ପଡ଼ୁଥିବା ଏହି ଅନୁଭବୀ ବୋଲର ଭାରତ ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ଖେଳିଥିଲେ । ଅନ୍ୟପଟେ ଖେଳାଳୀ ଦଳରେ ସ୍ଥାନ ନପାଇ କମେଣ୍ଟେଟର ହେବା କୌଣସି ନୂଆ କଥା ନୁହେଁ । କିନ୍ତୁ ବିନା ସନ୍ନ୍ୟାସରେ ଅବହେଳାର ଶିକାର ହୋଇ ନୂଆ ଇନିଂସ ଆରମ୍ଭ କରିବା ଅନେକ ପ୍ରଶ୍ନ ଉଠାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.