ETV Bharat / sports

ଦ୍ବିତୀୟ ପୁତ୍ର ସନ୍ତାନର ପିତାହେଲେ Irfan Pathan - ପିତାହେଲେ ଇରଫାନ ପଠାନ

ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ଦ୍ବିତୀୟ ସନ୍ତାନର ପିତା ହୋଇଛନ୍ତି । ମଙ୍ଗଳବାର ସୋସିଆଲ ମିଡିଆରେ ଏନେଇ ଘୋଷଣା କରିଛନ୍ତି ପଠାନ । ଅଧିକ ପଢନ୍ତୁ

Irfan Pathan Becomes Father For The Second Time
ଦ୍ବିତୀୟ ପୁତ୍ର ସନ୍ତାନର ପିତାହେଲେ ଇରଫାନ ପଠାନ
author img

By

Published : Dec 28, 2021, 7:51 PM IST

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ଦ୍ବିତୀୟ ସନ୍ତାନର ପିତା ହୋଇଛନ୍ତି । ମଙ୍ଗଳବାର ସୋସିଆଲ ମିଡିଆରେ ଏନେଇ ଘୋଷଣା କରିଛନ୍ତି ପଠାନ । ସାଫା ବେଗ୍‌ଙ୍କୁ ବର୍ଷ ୨୦୧୬ରେ ବିବାହ କରିଥିଲେ ଇରଫାନ ।

ଟ୍ବିଟ୍‌ ଯୋଗେଁ ପୁତ୍ର ସନ୍ତାନର ପିତା ହୋଇଥିବା ନେଇ ପଠାନ ସୂଚନା ଦେବା ସହ ପୁଅର ନାମ ସୁଲେମାନ ଖାନ ବୋଲି ସ୍ପଷ୍ଟ କରିଛନ୍ତି । ଏଥିସହ ମାଆ ଓ ଶିଶୁ ସୁସ୍ଥ ଥିବା କହିଛନ୍ତି ।

ଇରଫାନ ଫେବ୍ରୁଆରୀ ୨୦୧୬ରେ ସାଫା ବେଗ୍‌ଙ୍କୁ ବିବାହ କରିଥିଲେ ଓ ସମାନବର୍ଷ ଡିସେମ୍ବରରେ ପ୍ରଥମ ପୁତ୍ର ଇମ୍ରାନ ଖାନ ପଠାନଙ୍କ ପିତା ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: Centurion Test: 327 ରନ୍‌ରେ ଭାରତର ପ୍ରଥମ ଇଂନିସ ଶେଷ

ମିଡିୟମ ପେସର ଭାବେ କ୍ୟାରିୟର ଆରମ୍ଭ କରିଥିବା ପଠାନ ୧୯ ବର୍ଷରେ ଜାତୀୟ ଟିମରେ ଖେଳିବାର ସୌଭାଗ୍ୟ ହାସଲ କରିଥିଲେ । ନିଜର ଚମତ୍କାର ବୋଲିଂ କୌଶଳ ପାଇଁ ପାକିସ୍ତାନର ମହାନ ବୋଲର ୱାସିମ ଆକ୍ରମଙ୍କ ସହ ତାଙ୍କର ତୁଳନା କରାଯାଉଥିଲା ।

ବର୍ଷ ୨୦୦୬ରେ ପଠାନ ଏକମାତ୍ର ବୋଲର ଭାବେ ମ୍ୟାଚ୍‌ର ପ୍ରଥମ ଓଭରରେ ଟେଷ୍ଟ ହାଟ୍ରିକ୍‌(Hat-trick) ହାସଲ କରିଥିଲେ । କରାଚୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ସେ ଏହି କମାଲ କରିଥିଲେ । ତେବେ ସମୟକ୍ରମେ ତାଙ୍କର ୱିକେଟ ହାସଲ କ୍ଷମତା କମ୍‌ ହୋଇଥିଲା । ବ୍ୟାଟ୍‌ରେ ଯୋଗଦାନ କରିଥିଲେ ମଧ୍ୟ ୨୦୦୬ ଶେଷ ଭାଗରେ ଟେଷ୍ଟ ଓ ଦିନିକିଆ ଟିମରୁ ନିଜର ସ୍ଥାନ ହରାଇଥିଲେ । ତେବେ ୨୦୦୭ ଟି-୨୦ ବିଶ୍ବକପ ଟିମକୁ ଫେରିଥିଲେ ଓ ଚାମ୍ପିଅନ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.