ETV Bharat / sports

IPL2022: ହାଇଦ୍ରାବାଦ ଆଗରେ 193 ରନର ଟାର୍ଗେଟ

ଚଳିତ IPL2022 ୫୪ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଏବଂ ସନରାଇଜର୍ସ ହାଇଦ୍ରାବାଦ(SRH) ମଧ୍ୟରେ ଖେଳାଯାଉଛି । ହାଇଦ୍ରାବାଦ ଆଗରେ 193 ରନର ବିଜୟ ଲକ୍ଷ୍ୟ ରଖିବା ବାଙ୍ଗଲୋର । ଅଧିକ ପଢନ୍ତୁ

IPL2022: ହାଇଦ୍ରାବାଦ ଆଗରେ 193 ରନର ଟାର୍ଗେଟ
IPL2022: ହାଇଦ୍ରାବାଦ ଆଗରେ 193 ରନର ଟାର୍ଗେଟ
author img

By

Published : May 8, 2022, 5:36 PM IST

Updated : May 8, 2022, 6:05 PM IST

ମୁମ୍ବାଇ: ଚଳିତ IPL2022 ୫୪ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଏବଂ ସନରାଇଜର୍ସ ହାଇଦ୍ରାବାଦ(SRH) ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି 192 ରନ୍ ସଂଗ୍ରହ କରିଛି ରୟାଲ ଟିମ୍ । ଫଳରେ ହାଇଦ୍ରାବାଦ ଆଗରେ 193 ରନର ଟାର୍ଗେଟ ରହିଛି ।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର । ମ୍ୟାଚ ଆରମ୍ଭରୁ ବିରାଟ କୋହଲିଙ୍କ ମୂଲ୍ୟବାନ ୱିକେଟ ହରାଇ ଦୁର୍ବଳ ହୋଇ ପଡିଥିଲା ଟିମ୍ । ଏହାପରେ ଦଳକୁ ଶକ୍ତି ଯୋଗାଇ ଥିଲେ କ୍ୟାପ୍ଟେନ ଫାପ ଡୁପ୍ଲେସିସ ଏବଂ ରଜତ ପଟିଦାର । ଉଭୟଙ୍କ ଭାଗିଦାରୀରେ ଦଳୀୟ ସ୍କୋର ୧୦୫ ରେ ପହଞ୍ଚିଥିଲା । ଏହାପରେ ପଟିଦାର ୪୮ ରନ୍‌ କରି ପାଭିଲିୟନ ଫେରି ଯାଇଥିଲେ ।

ପଟିଦାରଙ୍କ ପରେ ମାକ୍ସୱେଲ ଡୁପ୍ଲେସିସଙ୍କ ସାଥ୍ ଦେଇଥିଲେ । ମାତ୍ର ସେ ମଧ୍ୟ ବେଶୀ ସମୟ ପଡିଆରେ ତିଷ୍ଠି ପାରି ନ ଥିଲେ । 24 ବଲରେ 33 ରନ କରି ଆଉଟ ହୋଇ ଯାଇଥିଲେ । ଏହାପରେ ମୈଦାନକୁ ଓହ୍ଲାଇଥିଲେ ଦିନେଶ କାର୍ତ୍ତିକ । ସେ ଫାପଙ୍କ ସାଥ୍ ଦେବା ସହ ଏକ ଚମକଦାର ଆରମ୍ଭ କରିଥିଲେ । ଶେଷ 2 ଓଭରରେ ମୈଦାନକୁ ଆସିଥିବା କାର୍ତ୍ତିକ ମାତ୍ର 8 ବଲରେ 30 ରନ କରିଛନ୍ତି । ସେପଟେ ଡୁପ୍ଲେସିସ ଅପରାଜିତ 50 ବଲରେ ସର୍ବାଧିକ 73 ରନ୍ କରିଛନ୍ତି ।

ହାଇଦ୍ରାବାଦ ପକ୍ଷରୁ ଜଗଦିଶ ସୁଚିତଙ୍କୁ ଦୁଇଟି ୱିକେଟ ମିଳି ଥିବାବେଳେ କାର୍ତ୍ତିକ ତ୍ୟାଗୀଙ୍କୁ ଗୋଟିଏ ୱିକେଟ ମିଳିଛି ।

Last Updated : May 8, 2022, 6:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.