ETV Bharat / sports

IPL2022: ମୁମ୍ବାଇର ସପ୍ତମ ପରାଜୟ, ସୁପରକିଙ୍ଗସକୁ ଜିତାଇଲେ ଧୋନୀ

author img

By

Published : Apr 22, 2022, 7:44 AM IST

Updated : Apr 25, 2022, 9:48 AM IST

ଚଳିତ ଆଇପିଏଲ 32ତମ ଲିଗ ମ୍ୟାଚକୁ ଜିତି ନେଇଛି ଚେନ୍ନାଇ ସୁପରକିଙ୍ଗସ । ସୁପରକିଙ୍ଗସ ଦ୍ବିତୀୟ ବିଜୟ ହାସଲ କରିଛି ଓ ମୁମ୍ବାଇ ଇଣ୍ଡିଆନ୍ସର ସପ୍ତମ ପରାଜୟ ହୋଇଛି । ଅଧିକ ପଢନ୍ତୁ

ଧୋନୀ ଧମାକା
ଧୋନୀ ଧମାକା

ମୁମ୍ବାଇ: ଜବରଦସ୍ତ ଫିନିସ । ଧୋନୀଙ୍କ ଦମଦାର ଫିନିସ ଆଉ ସିଏସକେ ପକେଟରେ ମ୍ୟାଚ । ବିଶ୍ବର ଶ୍ରେଷ୍ଠ ଫିନିସର ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ନିଜର ଦକ୍ଷତା ଦେଖାଇଛନ୍ତି । ଏକୁଟିଆ ଦଳକୁ ଜିତାଇବା କ୍ଷମତା ରଖିଥିବା ମାହି ଚଳିତ ଆଇପିଏଲ 32ତମ ଲିଗ ମ୍ୟାଚରେ ପ୍ରମାଣିତ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଶେଷ 4ଟି ବଲରେ 16 କରି ଦଳକୁ ବିଜୟୀ କରିଛନ୍ତି ଏମଏସଡି । ଏହା ସହିତ ସୁପରକିଙ୍ଗସ ଦ୍ବିତୀୟ ବିଜୟ ହାସଲ କରିଛି ଓ ମୁମ୍ବାଇ ଇଣ୍ଡିଆନ୍ସର ସପ୍ତମ ପରାଜୟ ହୋଇଛି ।

ସିଏସକେ ଟସ ଜିତି ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଇନିଂସ ଆରମ୍ଭରୁ ହିଁ ପ୍ରଥମ ଓଭର ଦ୍ବିତୀୟ ବଲ୍‌ରେ ମୁମ୍ବାଇ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା । ଇଶାନ କିଷନ ମଧ୍ୟ ପ୍ରଥମ ଓଭରର ପଞ୍ଚମ ବଲ୍‌ରେ ଆଉଟ ହୋଇଥିଲେ । ସୂର୍ଯ୍ୟ କୁମାର ଯାଦବ କିଛି ସମୟ ପିଚ୍‌ରେ ବିତାଇ ବଡ଼ ସଟ୍‌ ଖେଳିଥିଲେ । ତେବେ ବଡ଼ ସ୍କୋର୍ କରିବାରେ ସକ୍ଷମ ହୋଇ ପାରିନଥିଲେ । ସେ ମାତ୍ର ୩୨ ରନ୍‌ ହିଁ କରିବାକୁ ସକ୍ଷମ ହୋଇଥିଲେ । ଏହାପରେ ତିଲକ ବର୍ମା ଲଢ଼ୁଆ ପ୍ରଦର୍ଶନ କରି ଦଳକୁ ଏକ ସମ୍ମାନଜନକ ସ୍କୋର୍‌ ଆଡ଼କୁ ନେଇ ଯାଇଥିଲେ । ସେ ୪୩ ବଲ୍‌ରେ ୫୧ ରନ୍‌ କରି ଅପରାଜିତ ରହିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୭ ୱିକେଟ ହରାଇ ମାତ୍ର ୧୫୫ ରନ୍‌ କରିବାକୁ ହିଁ ସକ୍ଷମ ହୋଇଥିଲା ।

ସେପଟେ ଚେନ୍ନାଇ ଶୃଙ୍ଖଳିତ ବୋଲିଂ ଜାରି ରଖିଥିଲା । ହେଲେ ଦଳ ଶୋଚନୀୟ ଫିଲ୍ଡିଂ ପ୍ରଦର୍ଶନ କରିଥିଲା । ପ୍ରାୟ ୬ଟି କ୍ୟାଚ୍‌ ସହ ଗୋଟିଏ ଷ୍ଟମ୍ପିଂ ଛାଡ଼ିଥିଲା ଦଳ । ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ୩ଟି ୱିକେଟ ନେଇଥିବା ବେଳେ ପ୍ରିଟୋରିଅସ ଦୁଇଟି ୱିକେଟ ନେଇଥିଲେ । ସାଣ୍ଟନର ଓ ଥିକଶାନା ଗୋଟିଏ ଲେଖାଏଁ ୱିକେଟ ନେବାରେ ସକ୍ଷମ ହୋଇଥିଲେ । ତିଲକ ବର୍ମାଙ୍କ ଅର୍ଦ୍ଧ ଶତକ ବଳରେ ଦଳ ୧୫୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା ମୁମ୍ବାଇ । ଚେନ୍ନାଇକୁ 156 ରନର ଟାର୍ଗେଟ ଦେଇଥିଲା ମୁମ୍ବାଇ।

156 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ସିଏସକେ । 16 ରନରେ ଦଳ 2ଟି ୱିକେଟ ହରାଇଥିଲା । ଓପନର ଋତୁରାଜ ଗାଏକ୍ବାଡ ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ । ପରେ ପରେ ମିଚେଲ ସାଣ୍ଟନରେ 11ରନ କରି ଆଉଟ ହୋଇଥିଲେ । ଅମ୍ବାତି ରାୟୁଡୁ ଓ ରବିନ ଉଥପ୍ପା ମିଶି ତୃତୀୟ ୱିକେଟରେ 50 ରନ ଯୋଡିଥିଲେ । ଦଳୀୟ ସ୍କୋର 66ରେ ଉଥପ୍ପା (30) ରନ କରି ଆଉଟ ହୋଇଥିଲେ । ଏହାପରେ ସୁପରକିଙ୍ଗସ ସଙ୍କଟରେ ପଡି ଯାଇଥିଲା । ଶିବମ ଦୁବେ 13 ଓ ରାୟୁଡୁ 40 ରନ କରିଥିଲେ । ଜାଡେଜା 3 ରନ କରି ଆଉଟ ହୋଇଥିଲେ । ଏହାପରେ ଆସିଥଲେ ଫିନିସର ମହେନ୍ଦ୍ର ସିଂ ଧୋନୀ । କ୍ଷଣକ ମଧ୍ୟରେ ମ୍ୟାଚ ଗତିବିଧି ବଦଳାଇ ଦେଇଥିଲେ ଏମଏସଡି । ମ୍ୟାଚ ଜିତିବାକୁ ଶେଷ 4ଟି ବଲରେ 16 ରନ ଦରକାର ଥିଲା । ଜୟଦେବଙ୍କ ତୃତୀୟ ବଲରେ ଛକା, ଚତୁର୍ଥ ବଲରେ ଚୌକା, ପଞ୍ଚମ ବଲରେ 2 ରନ ଓ ଷଷ୍ଠ ବଲରେ ଚୌକା ମାରି ଦଳକୁ ବିଜୟୀ କରିଥିଲେ ଧୋନୀ । 23 ବଲରୁ 28 ରନ ହାସଲ କରିଥିଲେ MSD। 3 ୱିକେଟରେ ଚମକପ୍ରଦ ବିଜୟ ହାସଲ କରିଥିଲା ସୁପରକିଙ୍ଗସ ।

Last Updated : Apr 25, 2022, 9:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.