ହାଇଦ୍ରାବାଦ: ସଂଘର୍ଷ ଆଉ ସଫଳତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ପରି । ଯିଏ ସଂର୍ଘଷ କରିଛି ସଫଳତା ତାର ପାଦ ଛୁଇଁବାକୁ ବାଧ୍ୟ ହୋଇଯାଏ । କ୍ରୀଡା ସହ ସଂଘର୍ଷ ନିବିଡ ସମ୍ପର୍କ ରହିଛି । ଅନେକ କ୍ରୀଡାବିତ ସଫଳ ହେବାକୁ ସଂଘର୍ଷ କରିଛନ୍ତି । ସେଇଥିରେ ଯୋଡି ହୋଇଛି ଆଉ ଏକ ଚେହେରା । ସେ ହେଉଛନ୍ତି ଯଶ୍ବସୀ ଜୈସୱାଲ । ରାତାରାତି ଷ୍ଟାର୍ ପାଲଟିଥିବା ଜୈସୱାଲଙ୍କର ଏବେ ଜୟ ଜୟକାର ହେଉଛି । କ୍ରିକେଟ ସ୍ବପ୍ନ ପୂରଣ କରିବାକୁ ଟେଣ୍ଟ୍ରେ ରହୁଥିଲେ ରାସ୍ତାକଡାରେ ଗୁପଚୁପ ମଧ୍ୟ ବିକ୍ରି କରିଛନ୍ତି ଯଶ୍ବସୀ । କିନ୍ତୁ ତାଙ୍କ ସ୍ବପ୍ନକୁ ପ୍ରତିକୂଳ ପରିସ୍ଥିତି ହରାଇ ପାରି ନାହିଁ । ଚଳିତ ଆଇପିଏଲ ସଂସ୍କରଣରେ ଶତକ ହାସଲ କରିଥିବା 21 ବର୍ଷୀୟ ଯଶ୍ବସୀ ଜୈସୱାଲ ଏବେ ଚର୍ଚ୍ଚାରେ ।
-
Hundred in U-19 WC.
— Lokesh Saini (@LokeshViraat18K) May 1, 2023 " class="align-text-top noRightClick twitterSection" data="
Hundred in Ranji Trophy.
Hundred in Irani Cup.
Hundred in Duleep Trophy.
Hundred in Vijay Hazare.
Hundred in India A.
Hundred in IPL.
What a journey, Yashasvi Jaiswal❤️
Take a bow 🙇♂️ #YashasviJaiswalpic.twitter.com/Oa4UHKsT99
">Hundred in U-19 WC.
— Lokesh Saini (@LokeshViraat18K) May 1, 2023
Hundred in Ranji Trophy.
Hundred in Irani Cup.
Hundred in Duleep Trophy.
Hundred in Vijay Hazare.
Hundred in India A.
Hundred in IPL.
What a journey, Yashasvi Jaiswal❤️
Take a bow 🙇♂️ #YashasviJaiswalpic.twitter.com/Oa4UHKsT99Hundred in U-19 WC.
— Lokesh Saini (@LokeshViraat18K) May 1, 2023
Hundred in Ranji Trophy.
Hundred in Irani Cup.
Hundred in Duleep Trophy.
Hundred in Vijay Hazare.
Hundred in India A.
Hundred in IPL.
What a journey, Yashasvi Jaiswal❤️
Take a bow 🙇♂️ #YashasviJaiswalpic.twitter.com/Oa4UHKsT99
ଗୁପୁଚୁପ ବିକାଳୀରୁ ଷ୍ଟାର କ୍ରିକେଟର: ଇଣ୍ଡିଆନ ପ୍ରିମିୟର ଲିଗରେ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜି ପାଇଁ ଖେଳୁଛନ୍ତି ଯଶ୍ବସୀ ଜୈସୱାଲ । ଆଇପିଏଲର 1000ତମ ମ୍ୟାଚରେ ଯୁବ ବ୍ୟାଟର ଯଶ୍ବସୀ ଜୈସୱାଲ ଜବରଦସ୍ତ ବ୍ୟାଟିଂ କରିଥିଲେ । ଚଳିତ ଆଇପିଏଲ ସିଜିନରେ ରାଜସ୍ଥାନ ମୁମ୍ବାଇ ମୁକାବିଲାରେ ଯଶ୍ବସୀ ଶତକ ହାସଲ କରିଥିଲେ । 62 ବଲରେ ବିସ୍ଫୋରକ 124 ରନ ସଂଗ୍ରହ କରିଥିଲେ ଜୈସୱାଲ । ୱାଙ୍ଖେଡେ ଦେଖିଲା ଯଶ୍ବସୀଙ୍କ ଧୂଆଁଧାର ବ୍ୟାଟିଂ । ରାଜସ୍ଥାନ ମୁମ୍ବାଇ ବିପକ୍ଷ ଉକ୍ତ ମ୍ୟାଚ ହାରିଛି ସତ ମାତ୍ର ଏବେ ଯଶ୍ବସୀ ଜୈସୱାଲ ଚର୍ଚ୍ଚାରେ ରହିଛନ୍ତି । 2001 ଡିସେମ୍ବର 28 ତାରିଖରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ଯଶ୍ବସୀ । କ୍ରିକେଟର ହେବା ସ୍ବପ୍ନ ନେଇ ମୁମ୍ବାଇ ଆସିଥିଲେ ଯଶ୍ବସୀ । ମୁମ୍ବାଇରେ ରହି ସେ ରାସ୍ତାକଡରେ ଗୁପ୍ଚୁପ୍ ବିକ୍ରି କରିଥିଲେ । ସେହି ମୁମ୍ବାଇ ୱାଙ୍ଖଡେରେ ନିଜ ଦକ୍ଷତାର ପ୍ରମାଣ ଦେଇ 62 ବଲରେ ବିସ୍ଫୋରକ 124ରନ କରିଥିଲେ । ଏହାପରେ ତାଙ୍କ ପାଖରେ ଅରେଞ୍ଜ କ୍ୟାପ ରହିଥିଲା । ମୋଟ 9ଟି ମ୍ୟାଚ ଖେଳି ସେ 428ରନ କରିଛନ୍ତି । ସେଥିରେ ଗୋଟିଏ ଶତକ ଓ 3ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।
11 ବର୍ଷ ବୟସରେ ପରିବାର ସହ ମୁମ୍ବାଇ ଆସିଥିଲେ ଯଶ୍ବସୀ । ଆଜାଦ ମୈଦାନ ବାହାରେ ଗୋଟିଏ ଟେଣ୍ଟରେ ଶୋଇବାକୁ ପଡୁଥିଲା । ସେହି ଗ୍ରାଉଣ୍ଡରେ ସେ ଦିନ ବେଳେ କ୍ରିକେଟ ଖେଳୁଥିଲେ ଓ ରାତିରେ ଗୁପୁଚୁପ ବିକ୍ରି କରି ଖାଇବା ପାଇଁ ଟଙ୍କା ଯୋଗାଡ କରୁଥିଲେ । 2020 ଅଣ୍ଡର-19 ଟିମରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ହେବା ସହ ବିଶ୍ବକପ୍ରେ ପ୍ଲେୟାର ଅଫ୍ ଦି ସିରିଜ ପୁରସ୍କାର ଜିତିଥିଲେ । 2019ରେ ରାଜସ୍ଥାନ ତାଙ୍କୁ କିଣିଥିଲା । ପ୍ରଥମ ସିଜନ ଏତେ ଭଲ ନଥିଲା । କିନ୍ତୁ ଏଥରେ ଫୁଲ୍ ଫର୍ମରେ ରହିଛନ୍ତି ଯଶ୍ବସୀ ।
ଖାସ କହିଲେ ଭାରତୀୟ ଅଧିନାୟକ: ଯଶ୍ବସୀଙ୍କ ସଂଘର୍ଷ ଓ ବିସ୍ଫୋରକ ଶତକ ହାସଲ ପରେ ଏବେ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ତଥା ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ ରୋହିତ ଶର୍ମା ଯଶସ୍ବୀଙ୍କୁ ପ୍ରଶଂସା କରିଛନ୍ତି । ରୋହିତ କହିଛନ୍ତି, ''ମୁଁ ପୂର୍ବ ବର୍ଷ ଯଶସ୍ବୀଙ୍କୁ ଦେଖିଥିଲି । ଏଥରେ ସେ ତାଙ୍କ ଗେମ୍କୁ ଅଲଗା ସ୍ତରରେ ପହଞ୍ଚାଇଛନ୍ତି । ମୁଁ ତାଙ୍କୁ ପଚାରିଲି ତୁମ ପାଖରେ ଏତେ ଶକ୍ତି କେଉଁ ଆଡୁ ଆସୁଛି । ଏତେ ବଳ କେଉଁଠୁ ଆଣୁଛି କ୍ଲିନ ହିଟ୍ ମାରୁଛ । ଟାଇମିଂ ବଳରେ ସଟ୍ ଖେଳୁଛନ୍ତି । ଭାରତୀୟ କ୍ରିକେଟ ଭବିଷ୍ୟତ ପାଇଁ ଏହା ଖୁବ ଭଲ । ଏମାନଙ୍କ ପରି ଯୁବ ବ୍ୟାଟର ଭାରତୀୟ କ୍ରିକେଟର ଚେହେରା ହେବେ ।