ETV Bharat / sports

IPL 2023: ୧୫ ବର୍ଷର ରେକର୍ଡ ଭାଙ୍ଗିଲେ ଜୟସ୍ବାଲ, ଗୋଟିଏ ସିଜିନରେ ସର୍ବାଧିକ ରନ

author img

By

Published : May 21, 2023, 10:25 PM IST

ଆଇପିଏଲ ୨୦୨୩ରେ ରାଜସ୍ଥାନର ଯୁବ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲଙ୍କ ରେକର୍ଡ । ଅଣଆନ୍ତର୍ଜାତିକ କ୍ରିକେଟର ଭାବେ ଗୋଟିଏ ସିଜିନରେ ସଂଗ୍ରହ କରିଛନ୍ତି ସର୍ବାଧିକ ରନ । ଅଧିକ ପଢ଼ନ୍ତୁ

୧୫ ବର୍ଷର ରେକର୍ଡ ଭାଙ୍ଗିଲେ ଜୟସ୍ବାଲ
୧୫ ବର୍ଷର ରେକର୍ଡ ଭାଙ୍ଗିଲେ ଜୟସ୍ବାଲ

ହାଇଦ୍ରାବାଦ: ଅନ୍ତିମ ପର୍ଯ୍ୟାୟରେ ଆଇପିଏଲ ୨୦୨୩ । ଏହି ହାଇ ପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟର ଲିଗ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ୫ଟି ଚଳିତ ସଂସ୍କରଣରୁ ବିଦାୟ ନେଇ ସାରିଛନ୍ତି । ସେମାନଙ୍କ ମଧ୍ୟରେ ରାଜସ୍ଥାନ ରୟାଲ୍ସ ମଧ୍ୟ ଏହି ସିଜିନରୁ ବିଦାୟ ନେଇଛି । ତେବେ ଚଳିତ ସଂସ୍କରଣରେ ଅନେକ ଯୁବ ତାରକା ଅନେକ କୀର୍ତ୍ତିମାନ ହାସଲ କରିଛନ୍ତି । ସୋନଙ୍କ ମଧ୍ୟରେ ଆଗଧାଡ଼ିରେ ରହିଛନ୍ତି ରାଜସ୍ଥାନର ଯୁବ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ।

ଆଇପିଏଲ ୨୦୨୩ରେ ଅନେକ ଯୁବ ତାରକା ନିଜର ଆକର୍ଷଣୀୟ ପ୍ରଦର୍ଶନ ମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ରାଜସ୍ଥାନ ରୟାଲ୍ସର ଯଶସ୍ବୀ ଜୟସ୍ବାଲ ହୁଅନ୍ତୁ ବା କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂହ, ସେ ମୁମ୍ବାଇ ଇଣ୍ଡିଆନ୍ସର ତିଲକ ବର୍ମା ହୁଅନ୍ତୁ କି ଚେନ୍ନାଇ ସୁପରକିଙ୍ଗସର ଋତୁରାଜ ଗାଏକୱାଡ । ତେବେ ଏମାନଙ୍କ ମଧ୍ୟରେ ଆଗ ଧାଡ଼ିରେ ରହିଛନ୍ତି ୨୧ ବର୍ଷୀୟ ଯଶସ୍ବୀ ଜୟସ୍ବାଲ । ଅରେଞ୍ଜ କ୍ୟାପ୍‌ ରେସ୍‌ରେ ଦ୍ବିତୀୟରେ ରହି ଚଳିତ ସିଜିନରୁ ବିଦାୟ ନେଇଛନ୍ତି ଜୟସ୍ବାଲ ।

ତେବେ ଗତ ଶୁକ୍ରବାର ଖେଳାଯାଇଥିବା ପଞ୍ଜାବ କିଙ୍ଗସ ବିପକ୍ଷ ରାଜସ୍ଥାନ ରୟାଲ୍ସର ଶେଷ ମ୍ୟାଚ୍‌ରେ ଯଶସ୍ବୀ ଜୟସ୍ବାଲ୍ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଆଇପିଏଲ୍‌ର ଗୋଟିଏ ଋତୁରେ ଜଣେ ଅଣଆନ୍ତର୍ଜାତିକ କ୍ରିକେଟର ଭାବେ ଜୟସ୍ବାଲ ସର୍ବାଧିକ ରନ୍‌ ସଂଗ୍ରହ କରିଛନ୍ତି । ଧର୍ମଶାଳାରେ ପଞ୍ଜାବ କିଙ୍ଗସ ବିପକ୍ଷରେ ମ୍ୟାଚ୍‌ରେ ଜୟସ୍ବାଲ ୩୬ ବଲ୍‌ରୁ ୫୦ ରନ୍‌ ସଂଗ୍ରହ କରି ଆଉଟ‌ ହୋଇଥିଲେ । ଏହା ସହିତ ସେ ଚଳିତ ସିଜିନ୍‌ରେ ୧୪ ମ୍ୟାଚ୍‌ରୁ ୪୮.୦୭ ହାରରେ ୬୨୫ ରନ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ୫ ଅର୍ଦ୍ଧଶତକ ସମେତ ଗୋଟିଏ ଶତକ ସାମିଲ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଟିମ୍‌ ଇଣ୍ଡିଆରେ ସାମିଲ ପାଇଁ ଚିନ୍ତିତ ନାହାନ୍ତି ରିଙ୍କୁ ସିଂହ, ଜାଣନ୍ତୁ କାହିଁକି

ଜୟସ୍ବାଲଙ୍କ ଏହି ପାଳି ବଳରେ ସେ ୧୫ ବର୍ଷର ପୁରୁଣା କୀର୍ତ୍ତିମାନକୁ ଭାଙ୍ଗିଥିଲେ । ଅଷ୍ଟ୍ରେଲୀୟ କ୍ରିକେଟର ସନ୍‌ ମାର୍ଶ ୨୦୦୮ରେ ଅଣଆନ୍ତର୍ଜାତିକ କ୍ରିକେଟର ଭାବରେ ୧୧ ମ୍ୟାଚ୍‌ରୁ ୬୧୬ ରନ୍‌ କରି ତାଲିକାର ଶୀର୍ଷରେ ରହିଥିଲେ । ଏବେ ୨୦୨୦ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ଈଶାନ କିଶାନ ୫୧୬ ରନ୍‌ କରି ତୃତୀୟରେ ରହିଥିବା ବେଳେ ୨୦୧୮ରେ ସୂର୍ଯ୍ୟକୁମାର ଯାଦବ ୫୧୨ ରନ୍‌ କରି ଚତୁର୍ଥ ଓ ୨୦୨୦ରେ ଦେବଦତ୍ତ ପଡିକଲ୍‌ ୪୭୩ ରନ୍‌ କରି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.