ETV Bharat / sports

IPLରେ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ଯଶସ୍ବୀ, 13 ବଲରେ କଲେ 50 ରନ

ଆଇପିଏଲରେ ଯଶସ୍ବୀ ଜୟସ୍ବାଲଙ୍କ ରେକର୍ଡ । 13 ବଲରେ 50 ରନ କରି ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ହେଲେ ଯଶସ୍ବୀ । ଅଧିକ ପଢନ୍ତୁ

author img

By

Published : May 12, 2023, 1:37 PM IST

Yashasvi Jaiswal fastest fifty in IPL history

ହାଇଦ୍ରାବାଦ: ଆଇପିଏଲ ଇତିହାସରେ ପ୍ରଥମ । 13 ବଲରେ 50 ରନ କରି ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ହେଲେ ରାଜସ୍ଥାନର ଓପନର ଯଶସ୍ବୀ ଜୟସ୍ବାଲ । ଗୁରୁବାର କୋଲକାତା ବିପକ୍ଷରେ ରାଜସ୍ଥାନ ମ୍ୟାଚ ଚାଲିଥିବା ବେଳେ ଯଶସ୍ବୀ ଜୟସ୍ବାଲ ଏହି ରେକର୍ଡ ହାସଲ କରିଛନ୍ତି । 7ଟି ଚୌକା, 3ଟି ଛକା ଓ ଏକ ରନ ସହାୟତାରେ ଅର୍ଦ୍ଧଶତକ ହାସଲ କରିଥିଲେ ସେ । 150 ରନର ପିଛା କରି ଯଶସ୍ବୀ ଜୟସ୍ବାଲ 47 ବଲରେ 98 ରନ ସଂଗ୍ରହ କରି ଅପରାଜିତ ରହିଥିବା ବେଳେ ଦଳକୁ ବିଜୟୀ ମଧ୍ୟ କରାଇଥିଲେ । ପ୍ରଥମ ଓଭରରେ 26 ରନ କରିଥିଲେ ଯଶସ୍ବୀ ।

  • Congratulations @ybj_19 on the fastest IPL fifty. Your hard work paid off, and your exceptional skills will take you far. Keep it up! #IPL2023 #KKRvRR

    — Suresh Raina🇮🇳 (@ImRaina) May 11, 2023 " class="align-text-top noRightClick twitterSection" data=" ">

ପୂର୍ବରୁ ଲୋକେଶ ରାହୁଲ ଓ ପ୍ୟାଟ କମିନ୍ସଙ୍କ ନାମରେ ଏହି ରେକର୍ଡ ରହିଥିଲା । ରାହୁଲ 2018 ଆଇପିଏଲ ସିଜିନରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳୁଥିବା ବେଳେ ଡିସି ବିପକ୍ଷରେ ଖେଳି 14 ବଲରେ ଅର୍ଦ୍ଧଶତକ କରିଥିଲେ । ସେହିପରି 2022 ସିଜିନରେ କୋଲକାତାର ପ୍ୟାଟ କମିନ୍ସ ମୁମ୍ବାଇ ବିପକ୍ଷରେ ଖେଲି 14 ବଲରେ 50 ରନ ଅର୍ଜନ କରିଥିଲେ । ଭାରତର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେଓ୍ବାଗ ଯଶସ୍ବୀଙ୍କ ଫଟୋ ଟ୍ବିଟରେର ସେୟାର କରି ପ୍ରଶଂସା କରିବା ସହ ଏହି ଖେଳାଳି ସବୁଠାରୁ ସ୍ବତନ୍ତ୍ର ବୋଲି ଲେଖିଛନ୍ତି । ସେହିପରି ଶ୍ରୀଲଙ୍କାର ଖେଳାଳି ଲାସିଥ ମାଲିଙ୍ଗା ଟ୍ବିଟ କରି ଯଶସ୍ବୀ ଜୟସ୍ବାଲ ମୋର ସବୁଠାରୁ ପ୍ରିୟ ଭାରତୀୟ ବ୍ୟାଟ୍ସ ମ୍ୟାନ । ମୁଁ ତାଙ୍କୁ ଆଗକୁ ଭାରତୀୟ ଟିମରେ ଦେଖିବାକୁ ଚାହୁଁଛି ବୋଲି ଟ୍ବିଟ କରିଛନ୍ତି ମାଲିଙ୍ଗା ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲରେ ଚହଲଙ୍କ ରେକର୍ଡ, ବ୍ରାଭୋଙ୍କୁ ପଛରେ ପକାଇ ହେଲେ ନଂ 1 ବୋଲର

ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଟ୍ବିଟ କରି କହିଛନ୍ତି ଯେ, ''ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବାରୁ ଯଶସ୍ବୀଙ୍କୁ ମୋର ଶୁଭେଚ୍ଛା । କଠିନ ପରିଶ୍ରମର ଫଳ ମିଳିଛି । ଆପଣଙ୍କ କୌଶଳ ଆପଣଙ୍କୁ ଆହୁରି ଆଗକୁ ନେଇଯିବ । ''

ଗତକାଲି କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ସନ୍ଧ୍ୟା ସମୟରେ କୋଲକାତା ଓ ରାଜସ୍ଥାନ ମଧ୍ୟରେ ମୁକାବିଲା ହୋଇଥିଲା । ପ୍ରଥମ ବ୍ୟାଟିଂ କରି ବିପକ୍ଷ ଦଳକୁ 150 ରନର ବିଜୟ ଲକ୍ଷ୍ୟ ଦେଇଥିଲା କୋଲକାତା। ଜବାବରେ ରାଜସ୍ଥାନ ମାତ୍ର ଗୋଟିଏ ଓ୍ବିକେଟ ହରାଇ 13.1 ଓଭରରେ 151 ରନରେ ବିଜୟୀ ହୋଇଥିଲା। ଆଇପିଏଲର 42 ତମ ମ୍ୟାଚରେ ମୁମ୍ବାଇ ବିପକ୍ଷରେ ଖେଳୁଥିବା ବେଳେ ଯଶସ୍ବୀ ଶତକ ହାସଲ କରିଥିଲେ । ମାତ୍ର 62 ବଲରେ 16ଟି ଚୌକା ଓ 8 ଟି ଛକା ବଳରେ ସେ 124 ରନ ସଂଗ୍ରହ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.