ETV Bharat / sports

WPL 2023: ଦିପ୍ତୀ ୟୁପି ୱାରିୟର୍ସ ଉପଅଧିନାୟିକା - ଦିପ୍ତୀ ଶର୍ମା

ମହିଳା ଆଇପିଏଲ ପାଇଁ ୟୁପି ୱାରିୟର୍ସ ଅଲରାଉଣ୍ଡର ଦିପ୍ତୀ ଶର୍ମାଙ୍କୁ ଉପଅଧିନାୟିକା ନିଯୁକ୍ତ କରିଛି । ଅଧିକ ପଢନ୍ତୁ

WPL 2023
ଦିପ୍ତୀ ୟୁପି ୱାରିୟର୍ସ ଉପଅଧିନାୟିକା
author img

By

Published : Feb 26, 2023, 11:28 AM IST

ନୂଆଦିଲ୍ଲୀ: ଫଟାଫାଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହିଳା ଆଇପିଏଲ ପାଇଁ ଦିନ ନିକଟତର ହେଉଛି । ଏହାରି ଭିତରେ ବିଭିନ୍ନ ଦଳ ସେମାନଙ୍କର ଅଧିନାୟିକା ଓ ଉପଅଧିନାୟିକା ନିଯୁକ୍ତ କରିଛନ୍ତି । ୟୁପି ୱାରିୟର୍ସ ଭାରତୀୟ ଅଲରାଉଣ୍ଡର ଦିପ୍ତୀ ଶର୍ମାଙ୍କୁ ଉପଅଧିନାୟିକା ନିଯୁକ୍ତ କରିଛନ୍ତି । ପୂର୍ବରୁ ଅଷ୍ଟ୍ରେଲୀୟ ବ୍ୟାଟର ଆଲିସା ହିଲିଙ୍କୁ ଦଳର ଅଧିନାୟିକା ନିଯୁକ୍ତ କରିଥିଲା । ନିଲାମୀରେ ଦିପ୍ତୀ ଶର୍ମାଙ୍କୁ ୟୁପି ୱାରିୟର୍ସ ଦିପ୍ତୀଙ୍କୁ 2.6 କୋଟି ଟଙ୍କାରେ କିଣିଥିଲା ।

ୟୁପି ୱାରିୟର୍ସ ଉପଅଧିନାୟିକା ନିଯୁକ୍ତ ହେବା ପରେ ବେଶ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ''ମୋତେ ଉପଅଧିନାୟିକା ନିଯୁ୍କ୍ତ କରିଥିବାରୁ ୟୁପି ୱାରିୟର୍ସ ଫ୍ରାଞ୍ଚାଇଜକୁ ଧନ୍ୟବାଦ ଜଣାଉଛି । ଅଧିନାୟିକା ହିଲି, ସିନିୟର ଓ ଜୁନିଅର ଖେଳାଳିଙ୍କ ସହ ମିଶି ଦଳକୁ ସଫଳ କରିବାକୁ ଚେଷ୍ଟା କରିବି ।''

ଦିପ୍ତୀ 80ଟି ଦିନିକିଆ ଖେଳି 1891 ରନ ଏବଂ 91ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି 92ଟି ଟି-ଟ୍ବେଣ୍ଟି ଖେଳି 941 ରନ କରିଥିବାବେଳେ 102ଟି ୱିକେଟ ହାତେଇଛନ୍ତି । 2ଟି ଟେଷ୍ଟ ଖେଳି 152 ରନ କରିବା ସହ 5ଟି ୱିକେଟ ହାସଲ କରିଛନ୍ତି । ନିକଟରେ ଟି 20ରେ 100ଟି ୱିକେଟ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇଥିଲେ । ଇଂଲଣ୍ଡର ଲୁଇସ ୟୁପି ୱାରିୟର୍ସ କୋଚ ନିଯୁକ୍ତ ହୋଇଥିଲା ବେଳେ ଅଞ୍ଜୁ ଜୈନ ସହକାରୀ କୋଚ ହୋଇଛନ୍ତି । ଦିପ୍ତୀ ଓ ଆଲିସା ହିଲିଙ୍କ ମଧ୍ୟରେ ଅଧିନାୟିକା ପଦ ନେଇ ବିଚାର ବିମର୍ଷ ହେଉଥିଲା ମାତ୍ର ଅଭିଜ୍ଞତା ଆଧାରରେ ହିଲି ଅଧିନାୟିକା ନିଯୁକ୍ତ ହୋଇଥିଲେ । ୟୁପି ୱାରିୟର୍ସ ମହିଳା ଆଇପିଏଲ ଦ୍ବିତୀୟ ଦିନରେ ଗୁଜୁରାଟ ଜାଏଣ୍ଟସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

ଏହା ବି ପଢନ୍ତୁ...WPL 2023: ଆଲିସା ହିିଲିଙ୍କୁ ୟୁପି ୱାରିୟର୍ସ ନେତୃତ୍ବ

ଗତ ଫେବୃଆରୀ 13 ତାରିଖରେ ମହିଳା ଆଇପିଏଲ ପ୍ରିମିୟର ଲିଗର ନିଲାମୀ ଅନୁଷ୍ଠିତ ହୋଇଥିଲା । ମୋଟ 87 ଜଣ ବିଦେଶୀ ଖେଳାଳି କ୍ରୟ ହୋଇଥିଲେ । ସେମାନଙ୍କ ମଧ୍ୟରୁ 30 ଜଣ ବିଦେଶୀ ଖେଳାଳି ରହିଛନ୍ତି । ସ୍ମୃତି ମାନ୍ଧାନା ସବୁଠୁ ଦାମୀ ଖେଳାଳି ହୋଇଥିଲେ । ଆରସିବି ତାଙ୍କୁ 3.4 କୋଟି ଟଙ୍କାରେ କିଣିଥିଲା । ମାର୍ଚ୍ଚ 4 ତାରିଖରୁ ମହିଳା ଆଇପିଏଲ ଆରମ୍ଭ ହେବ ।

ମୋଟ 22ଟି ମ୍ୟାଚ ଖେଳାଯିବ । 20ଟି ଲିଗ ମ୍ୟାଚ ରହିଛି । ମାର୍ଚ୍ଚ 26ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ସମସ୍ତ ମ୍ୟାଚ ବ୍ରାବୋର୍ଣ୍ଣ ଓ ଡି ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ। ଉଭୟ ଗ୍ରାଉଣ୍ଡରେ 11ଟି ଲେଖାଏଁ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ଗୁଜୁରାଟ ଓ ମୁମ୍ବାଇ ମଧ୍ୟରେ ହେବ । ମୋଟ 5ଟି ଦଳ ଏଥିରେ ଅଂଶ ଗ୍ରହଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.