ETV Bharat / sports

WPL 2023: ହର୍ମନପ୍ରୀତ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟିକା - ହର୍ମନପ୍ରୀତ କୌର

ମହିଳା ଆଇପିଏଲ ପ୍ରଥମ ସଂସ୍କରଣ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୌରଙ୍କୁ ଅଧିନାୟିକା ନିଯୁକ୍ତ କରିଛି । ଅଧିକ ପଢନ୍ତୁ

Harmanpreet Kaur Mumbai captain
ହର୍ମନପ୍ରୀତ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟିକା
author img

By

Published : Mar 2, 2023, 7:48 AM IST

ମୁମ୍ବାଇ: ମହିଳା ଆଇପିଏଲକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ଏହାରି ଭିତରେ ମୁମ୍ବାଇ ଇଣ୍ଡିଆନ୍ସ ତାର ଅଧିନାୟିକା ନିଯୁକ୍ତ କରିଛି । ଭାରତୀୟ ଷ୍ଟାର ବ୍ୟାଟର ତଥା ଅଧିନାୟିକା ହର୍ମନପ୍ରୀତ କୌରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟିକା ଘୋଷଣା କରିଛି । ଉଦଘାଟନୀ ମ୍ୟାଚରେ ଗୁଜୁରାଟ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ମୁମ୍ବାଇ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ମାର୍ଚ୍ଚ 4 ତାରିଖରୁ ମହିଳା ଆଇପିଏଲ ଆରମ୍ଭ ହେବ ।

ହର୍ମନପ୍ରୀତ 20 ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ନିକଟରେ 150ଟି ଟି-2- ମ୍ୟାଚ ଖେଳିବାରେ ଗୌରବ ଅର୍ଜନ କରିଥିଲେ । ସଦ୍ୟ ସମାପ୍ତ ଟି -20 ବିଶ୍ବକପ ସେମି ଫାଇନାଲରେ ଭଲ ପ୍ରଦର୍ଶନ କରିଥିଲେ । ମାତ୍ର ସାମାନ୍ୟ ତ୍ରୁଟି ପାଇଁ ଦଳକୁ ବିଶ୍ବକପ ଫାଇନାଲରେ ପହଞ୍ଚାଇ ପାରିନଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ହର୍ମନପ୍ରୀତଙ୍କୁ 1.7 କୋଟି ଟଙ୍କାରେ କିଣିଥିଲା । ହର୍ମନପ୍ରୀତ ପୂର୍ବରୁ ବିଶ୍ବର ଅନ୍ୟ ମହିଳା ଲିଗ ଖେଳିବାରେ ଅଭିଜ୍ଞତା ହାସଲ କରିଛନ୍ତି । ଭାରତ ପାଇଁ ହର୍ମନପ୍ରୀତ 151ଟି ଟି -20 ଖେଳିଛନ୍ତି । ସେଥିରେ 3,058ରନ କରିଛନ୍ତି । ସେଥିରେ ଗୋଟିଏ ଶତକ ଓ 10ଟି ଅର୍ଦ୍ଧଶତକ ରହିଛି । 103 ତାଙ୍କ ବେଷ୍ଟ ସ୍କୋର । ଚାର୍ଲୋଟ ଏଡୱାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ମୁଖ୍ୟ କୋଚ ରହିଛନ୍ତି । ପୂର୍ବରୁ ହର୍ମନପ୍ରୀତ ତାଙ୍କ ବିପକ୍ଷରେ ଖେଳିଛନ୍ତି । ଝୁଲଣ ଗୋସ୍ବାମୀ ଦଳର ବୋଲିଂ କୋଚ ଓ ପରାମର୍ଶଦାତା ରହିଛନ୍ତି ।

ଏହା ବି ପଢନ୍ତୁ...IND vs AUS 3rd Test: ଭାରତର ବ୍ୟାଟିଂ ବିପର୍ଯ୍ୟୟ, 109ରେ ଅଲଆଉଟ ରୋହିତବାହିନୀ

ଗୁଜୁରାଟ ବେଥ ମୁନୀଙ୍କୁ ଅଧିନାୟିକା ନିଯୁକ୍ତ କରିଥିବାବେଳେ ସ୍ନେହରଣାଙ୍କୁ ଉପଅଧିନାୟିକା ନିଯୁକ୍ତ କରିଛି । ରୟାର ଚାଲେଞ୍ଜର୍ସ ବାଙ୍ଗାଲୋର ସ୍ମୃତି ମାନ୍ଧାନାଙ୍କୁ ଅଧିନାୟିକା ନିଯୁକ୍ତ କରିଛି । ଟେନିସ ତାରକା ସାନିଆ ମିର୍ଜା ଆରସିବି ମେଣ୍ଟର ନିଯୁକ୍ତ ହୋଇଛନ୍ତି । ସେହିପରି ୟୁପି ୱାରିୟର୍ସ ଅଷ୍ଟ୍ରେଲିଆ ଖେଳାଳି ଆଲିସା ହିଲିଙ୍କୁ ଅଧିନାୟିକା ନିଯୁକ୍ତ କରିଥିବାବେଳେ ଦିପ୍ତୀ ଶର୍ମାଙ୍କୁ ଉପଅଧିନାୟିକା ନିଯୁକ୍ତ କରିଛି ।

ମାର୍ଚ୍ଚ 4 ତାରିଖରୁ ମହିଳା ଆଇପିଏଲ ଆରମ୍ଭ ହେବ । ମୋଟ 22ଟି ମ୍ୟାଚ ଖେଳାଯିବ । 20ଟି ଲିଗ ମ୍ୟାଚ ରହିଛି । ମାର୍ଚ୍ଚ 26ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ସମସ୍ତ ମ୍ୟାଚ ବ୍ରାବୋର୍ଣ୍ଣ ଓ ଡି ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ । ଉଭୟ ଗ୍ରାଉଣ୍ଡରେ 11ଟି ଲେଖାଏଁ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ଗୁଜୁରାଟ ଓ ମୁମ୍ବାଇ ମଧ୍ୟରେ ହେବ । ମୋଟ 5ଟି ଦଳ ଏଥିରେ ଅଂଶ ଗ୍ରହଣ କରିଛନ୍ତି ।

ଗତ ଫେବୃଆରୀ 13 ତାରିଖରେ ମହିଳା ଆଇପିଏଲ ପ୍ରିମିୟର ଲିଗର ନିଲାମୀ ଅନୁଷ୍ଠିତ । ମୋଟ 30 ଜଣ ବିଦେଶୀ ଖେଳାଳି କ୍ରୟ ହୋଇଥିଲା । ସ୍ମୃତି ମାନ୍ଧାନା ସବୁଠୁ ଦାମୀ ଖେଳାଳି ହୋଇଥିଲେ । ଆରସିବି ତାଙ୍କୁ 3.4 କୋଟି ଟଙ୍କାରେ କିଣିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.