ETV Bharat / sports

ଟସି ଜିତିଲା ସନରାଇଜର୍ସ ହାଇଦ୍ରାବାଦ, ପ୍ରଥମେ ବୋଲିଂ କରିବ ଦଳ

author img

By

Published : Apr 14, 2021, 7:06 PM IST

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ। ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏହି ମ୍ୟାଚ ଖେଳାଯାଉଛି। ଅଧିକ ପଢ଼ନ୍ତୁ...

ଟସି ଜିତିଲା ସନରାଇଜର୍ସ ହାଇଦ୍ରାବାଦ, ପ୍ରଥମେ ବୋଲିଂ କରିବ ଦଳ
ଟସି ଜିତିଲା ସନରାଇଜର୍ସ ହାଇଦ୍ରାବାଦ, ପ୍ରଥମେ ବୋଲିଂ କରିବ ଦଳ

ଚେନ୍ନାଇ: ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ। ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏହି ମ୍ୟାଚ ଖେଳାଯାଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟ ଲକ୍ଷ୍ୟରେ ଓହ୍ଲାଇଛି ସନ ରାଇଜର୍ସ ହାଇଦ୍ରାବାଦ। ସେପଟେ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ବାଙ୍ଗାଲୋର ଦଳ ବିଜୟ ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ଦେବଦତ୍ତ ପାଡ୍ଡିକଲ ସାମିଲ ହୋଇଛନ୍ତି। ଫଳରେ ଦଳର ବ୍ୟାଟିଂ ଲାଇନ ମଝବୁତ ହୋଇଛି। ଗତ ମ୍ୟାଚରେ ଦଳ ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗରେ ଭଲ ପ୍ରଦର୍ଶନ କରିଥିଲା। ମହମ୍ମଦ ସିରାଜଙ୍କ ଦମଦାର ବୋଲିଂ ଓ ଏବି ଡିଭିଲିୟର୍ସଙ୍କ ଆକ୍ରାମକ ବ୍ୟାଟିଂ ଉପରେ ଦଳ ଭରସା କରିବ।

ସେପଟେ ସନରାଇଜର୍ସ ହାଇଦ୍ରାବାଦର ପ୍ରମୁଖ ବୋଲର ଭୁବନେଶ୍ବର କୁମାର ମଧ୍ୟ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ। ଅଧିନାୟକ ଡେଭିଡ ୱାର୍ଣ୍ଣର ମଧ୍ୟ ନିଜ ଫର୍ମକୁ ଫେରି ଦଳ ପାଇଁ କିଛି ଯୋଗ ଦାନ କରିବାକୁ ଚେଷ୍ଟା କରିବେ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚୂଡ଼ାନ୍ତ ଏକଦଶ

ବିରାଟ କୋହିଲ (ଅଧିନାୟକ), ଦେବଦତ୍ତ ପାଡ୍ଡିକଲ, ଶାହାବାଜ ଅହମ୍ମଦ, ଗ୍ଲେନ ମାକ୍ସୱେଲ, ଏବି ଡିଭିଲିୟର୍ସ, ୱାଶିଂଟନ ସୁନ୍ଦର, ଡାନିଏଲ କ୍ରିଷ୍ଠିଆନ, କାଏଲ ଜାମିସନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜିବେନ୍ଦ୍ର ଚହଲ।

ସନରାଇଜର୍ସ ହାଇଦ୍ରାବାଦ ଚୂଡ଼ାନ୍ତ ଏକାଦଶ

ଡେଭିଡ ୱାର୍ଣ୍ଣର (ଅଧିନାୟକ), ରିଦ୍ଧିମାନ ଶାହା, ମନିଷ ପାଣ୍ଡେ, ଜନି ବେୟାରଷ୍ଟୋ, ଜେଶନ ହୋଲ୍ଡର, ବିଜୟ ଶଙ୍କର, ଅବଦୁଲ ସମାଦ, ରାଶିଦ ଖାନ, ଭୁବନେଶ୍ବର କୁମାର, ଶାହାବାଦ ନଦୀମ, ଟି ନଟରାଜନ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.