ETV Bharat / sports

IPL 2023: ଆଜି ଶେଷ ଲିଗ ମ୍ୟାଚ, ପ୍ଲେ ଅଫ ପାଇଁ ଜୋରଦାର ଲଢିବେ ମୁମ୍ବାଇ-ବାଙ୍ଗାଲୋର

author img

By

Published : May 21, 2023, 2:15 PM IST

ଚଳିତ ଆଇପିଏଲରେ ଆଜି ରହିଛି ଡବଲହେଡର ମ୍ୟାଚ । ଶେଷ ଦୁଇଟି ଲିଗ ମ୍ୟାଚରେ ପ୍ଲେ ଅଫ ପାଇଁ ଜୋରଦାର ଲଢେଇ କରିବେ ମୁମ୍ବାଇ-ବାଙ୍ଗାଲୋର । ଅଧିକ ପଢନ୍ତୁ

IPL 2023
IPL 2023

ହାଇଦ୍ରାବାଦ: ଆଜି ଆଇପିଏଲରେ ଖେଳାଯିବ ୬୯ ଓ ୭୦ ତମ ମ୍ୟାଚ । ସୁପର ସଣ୍ଡେରେ ଖେଳାଯିବ ଚଳିତ ସିଜିନର ଶେଷ ଦୁଇଟି ଲିଗ ମ୍ୟାଚ । ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ଗୁଜୁରାଟ ଟାଇଟନ୍ସ । ଗୁଜୁରାଟ, ଚେନ୍ନାଇ ଓ ଲକ୍ଷ୍ନୌ ପ୍ଲେ ଅଫରେ ପ୍ରବେଶ କରିସାରିଥିବା ବେଳେ ଆଜି ମୁମ୍ବାଇ ଓ ବାଙ୍ଗାଲୋର ପ୍ଲେ ଅଫରେ ପ୍ରବେଶ ପାଇଁ ଜୋରଦାର ଲଢେଇ କରିବେ । ଆଜି ଅପରାହ୍ନ ୩ଟା ୩୦ ମିନିଟରେ ପ୍ରଥମେ ମୁମ୍ବାଇ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଖେଳାଯିବ । ପ୍ଲେ ଅଫରୁ ବାଦ ପଡିଥିଲେ ମଧ୍ୟ ବିପକ୍ଷ ଦଳକୁ ହରାଇବା ପାଇଁ ଆଜି ଚେଷ୍ଟା କରିବ ଏସଆରଏଚ ।

ମୁମ୍ବାଇ ବର୍ତ୍ତମାନ ସୁଦ୍ଧା ମୋଟ ୧୩ଟି ମ୍ୟାଚ ଖେଳି ୭ଟିରେ ବିଜୟୀ ହୋଇଛି । ମୋଟ ୧୪ ପଏଣ୍ଟ ସହ ଦଳ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ଅନ୍ୟପଟେ ଚଳିତ ସିଜିନରେ ଭଲ ପ୍ରଦର୍ଶନ କରିନପାରି ପଏଣ୍ଟ ଟେବୁଲର ଶେଷରେ ରହି ପ୍ଲେ ଅଫରୁ ବାଦ ପଡିଛି ହାଇଦ୍ରାବାଦ । କିନ୍ତୁ ଆଜି ମୁମ୍ବାଇକୁ ହରାଇ ସିଜିନ ଶେଷ କରିବା ଲକ୍ଷ୍ୟରେ ରହିଛି ହାଇଦ୍ରାବାଦ ।

ଅନ୍ୟପଟେ ସନ୍ଧ୍ୟା ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ଗୁଜୁରାଟ ଟାଇଟନ୍ସ । ଗୁଜୁରାଟ ପୂର୍ବରୁ ପ୍ଲେ ଅଫରେ ପ୍ରବେଶ କରିସାରିଥିବା ବେଳେ ଆଜି ବାଙ୍ଗାଲୋର ପ୍ଲେ ଅଫ ଆଶାକୁ ମଉଳାଇବାକୁ ଚେଷ୍ଟା କରିବ ଦଳ । ଆରସିବି ବର୍ତ୍ତମାନ ସୁଦ୍ଧା ମୋଟ ୧୩ଟି ମ୍ୟାଚ ଖେଳି ୭ଟିରେ ବିଜୟୀ ହୋଇଛି । ମୋଟ ୧୪ ପଏଣ୍ଟ ସହ ଦଳ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଏହି ସ୍ଥାନ ବଜାୟ ରଖିବାକୁ ହେଲେ ଆଜି ଗୁଜୁରାଟର ରଣନୀତିକୁ ଆରସିବିକୁ ବୁଝିବାକୁ ପଡିବ । କାହିଁକିନା ଗୁଜୁରାଟ ଚଳିତ ସିଜିନରେ ଉଚ୍ଚକୋଟିର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ଉଭୟ ବ୍ୟାଟିଂ ଓ ବୋଲି ବିଭାଗ ବେଶ ସୁଦୃଢ ରହିଛି । ପାଣ୍ଡ୍ୟାଙ୍କ ଟିମକୁ ହରାଇବାକୁ ହେଲେ ବାଙ୍ଗାଲୋରକୁ ଜଗି ରଖି ଖେଳିବାକୁ ପଡିବ ।

ଆଜିର ମ୍ୟାଚରେ ଯଦି ବାଙ୍ଗାଲୋର ଓ ମୁମ୍ବାଇ ପରାଜିତ ହୁଅନ୍ତି ତେବେ ଆରସିବିର ରନ ରେଟ ଭଲ ରହିଥିବାରୁ ପ୍ଲେ ଅଫକୁ ଯିବାରେ ଯଥେଷ୍ଟ ସମ୍ଭାବନା ରହିଛି । ଯଦି ଉଭୟ ଦଳ ମଧ୍ୟରୁ କିଏବି ବିଜୟୀ ହୁଏ ତେବେ ସେ ସିଧା ସଳଖ ପ୍ଲେ ଅଫକୁ ପ୍ରବେଶ କରିବ । ଏହାପରେ ଆସନ୍ତା ୨୩ ତାରିଖଠାରୁ ଆରମ୍ଭ ହେବ ପ୍ଲେ ଅଫ ମ୍ୟାଚ । ଗତକାଲି ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ଓ ଲକ୍ଷ୍ନୌର ବିଜୟ ହୋଇଥିଲା । ଫଳରେ ଆସନ୍ତା ୨୩ ତାରିଖରେ ଗୁଜୁରାଟ ଓ ଚେନ୍ନାଇ ମଧ୍ୟରେ ପ୍ରଥମ କ୍ବାଲିଫାୟର ମ୍ୟାଚ ଖେଳାଯିବ । ଏହାପର ଦିନ ଏଲିମିନେଟର ମ୍ୟାଚ ଖେଳାଯିବ । ଆଜିର ଦୁଇଟି ମ୍ୟାଚରେ ଯଦି ମୁମ୍ବାଇ କି ବେଙ୍ଗାଲୁରୁ ବିଜୟୀ ହୁଏ ତେବେ ବିଜୟୀ ଟିମ ଲକ୍ଷ୍ନୌ ସହ ଏଲିମିନେଟର ମ୍ୟାଚ ଖେଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.