ETV Bharat / sports

IPL 2022: ଆଜି ରାଜସ୍ଥାନ-ପଞ୍ଜାବ, ଲକ୍ଷ୍ନୌ-କୋଲକାତା ଆରପାର୍‌ ଲଢେଇ

ଆଇପିଏଲର ୫୨ତମ ମ୍ୟାଚରେ ରାଜସ୍ଥାନ-ପଞ୍ଜାବ ଆରପାର୍‌ ଲଢେଇ । ୫୩ତମ ମ୍ୟାଚରେ ଲକ୍ଷ୍ନୌ ବିପକ୍ଷରେ ନିର୍ଣ୍ଣାୟକ କୋଲକାତାର ନିର୍ଣ୍ଣାୟକ ଲଢେଇ । ଅଧିକ ପଢନ୍ତୁ

author img

By

Published : May 7, 2022, 1:15 PM IST

IPL 2022: ଆଜି RR-PBKS, LSG-KKR ମୁକାବିଲା
IPL 2022: ଆଜି RR-PBKS, LSG-KKR ମୁକାବିଲା

ମୁମ୍ବାଇ: ଆଜି ଆଇପିଏଲରେ ରହିଛି ଡବଲହେଡର ମ୍ୟାଚ୍‌ । ଚଳିତ ସିଜିନର ୫୨ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(RR)କୁ ଭେଟିବ ପଞ୍ଜାବ କିଙ୍ଗ୍ସ(PBKS) ଓ ସନ୍ଧ୍ୟାରେ ୫୩ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ(LSG) ଭେଟିବ କୋଲକାତା ନାଇଟ ରାଇଡର୍ସ(KKR) । ପ୍ରଥମ ମ୍ୟାଚz ଅପରାହ୍ନ ୩ଟା ୩୦ରେ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ପ୍ଲେ-ଅଫ୍‌ ରେସ୍‌ ଜୋରଦାର ହୋଇସାରିଥିବାରୁ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ ।

ରାଜସ୍ଥାନ ଚଳିତ ସିଜିନରେ ମୋଟ ୧୦ଟି ମ୍ୟାଚ ଖେଳି ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଥିବା ବେଳେ ପଞ୍ଜାବ ମୋଟ ୧୦ଟି ମ୍ୟାଚ ଖେଳି ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଫଳରେ ଆଜିର ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ହୋଇପାରେ । ମୟଙ୍କ ଅଗ୍ରୱାଲଙ୍କ ନେତୃାତାଧୀନ ଟିମର ବିଜୟ ଅର୍ଥାତ ତୃତୀୟ ସ୍ଥାନକୁ ଲମ୍ଫ ମାରିବାରେ ପଞ୍ଜାବ । ଅନ୍ୟପଟେ ଆରମ୍ଭର ଦମଦାର ପ୍ରଦର୍ଶନ କରିଥିବା ରାଜସ୍ଥାନ ପୂର୍ବ ୨ଟି ମ୍ୟାଚରେ ପରାଜିତ ହୋଇଥିବାରୁ ପୁଣି ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ରଖିଛି । ପଞ୍ଜାବ ପୂର୍ବ ମ୍ୟାଚରେ ବିଜୟୀ ହୋଇଥିଲା ।

ସେହିପରି ସନ୍ଧ୍ୟାରେ ଆଇପିଏଲର ୫୩ତମ ମ୍ୟାଚ୍‌ ଲକ୍ଷ୍ନୌ ସୁପର ଜିଆଣ୍ଟସ (LSG) ଓ କୋଲକାତା ନାଇଟ ରାଇଡର୍ସ (KKR) ମଧ୍ୟରେ ଖେଳାଯିବ । ଆଜିର ମ୍ୟାଚ୍‌ କୋଲକାତା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଚଳିତ ସିଜିନରେ ମୋଟ ୧୦ଟି ମ୍ୟାଚ ଖେଳି କେବଳ ୪ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ୮ନମ୍ବର ସ୍ଥାନରେ ରହିଛି । ତେଣୁ ପ୍ଲେ ଅଫ ଦୌଡରେ ସାମିଲ ହେବାକୁ ହେଲେ ଆଜିର ମ୍ୟାଚରେ ଦଳକୁ ବିଜୟୀ ହେବାକୁ ପଡିବ ।

ଅନ୍ୟପଟେ ଲକ୍ଷ୍ନୌ ଚଳିତ ସିଜିନରେ ୧୦ଟି ମ୍ୟାଚ ଖେଳି ୭ଟିରେ ବିଜୟୀ ହୋଇଛି । ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ମାତ୍ର ଆନୁଷ୍ଠାନିକ ଭାବେ ପ୍ଲେ-ଟିକେଟ ହାସଲ କରିନାହିଁ । ଏପରି ସ୍ଥିତିରେ ପଏଣ୍ଟ ଟେବୁଲ ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଲକ୍ଷ୍ନୌ ପାଖରେ ସୁଯୋଗ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.