ଶାରଜାହ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଶନିବାର ରହିଛି ଦୁଇଟି ମୁକାବିଲା । ପ୍ରଥମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଜାରି ରହିଥିବାବେଳେ ସନ୍ଧ୍ୟାରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ ।
ପଏଣ୍ଟ ଟେବୁଲର ଶେଷ ଦୁଇଟି ସ୍ଥାନରେ ପଞ୍ଜାବ ଓ ହାଇଦ୍ରାବାଦ ରହିଥିବାବେଳେ, ଟୁର୍ଣ୍ଣାମେଣ୍ଟରେ ସୁରକ୍ଷିତ ରହିବାକୁ ଶେଷ ସୁଯୋଗ ରହିଛି । ସନରାଇଜର୍ସ ହାଇଦ୍ରାବାଦର ପ୍ଲେ-ଅଫ୍ ଆଶା ଆପାତତଃ ଶେଷ ହୋଇସାରିଥିବାବେଳେ, ଆଜିର ମ୍ୟାଚ ପଞ୍ଜାବ ପାଇଁ କର ବା ମର ସଦୃଷ ହୋଇଛି । ରାଜସ୍ଥାନ ବିପକ୍ଷ ଗତ ମ୍ୟାଚ୍ରେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଶେଷ ଓଭରରେ ୪ ରନ୍ କରି ପାରିନଥିଲା ପଞ୍ଜାବ । ନାଟକୀୟ ଢଙ୍ଗରେ ଦୁଇ ରନ୍ରେ ମ୍ୟାଚ୍ ହାରିଥିବା ପଞ୍ଜାବକୁ ପୂର୍ବମ୍ୟାଚର ପରାଜୟକୁ ପାସୋରି ଗୁରୁତ୍ବପୂର୍ଣ୍ଣ ୨ ପଏଣ୍ଟ ହାସଲ କରିବାକୁ ହେବ ।
ଏହି ମ୍ୟାଚ୍ ଚଳିଚ ଆଇପିଏଲ ଟୁର୍ଣ୍ଣାମେଣ୍ଟର ୩୭ତମ ମୁକାବିଲା ହେବ । ବ୍ୟାଟିଂ ପାଇଁ ଅନୁକୂଳ ଶାରଜାହ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।
୨୦୧୬ ସଂସ୍କରଣର ଚମ୍ପିଆନ SRHର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଭଲ ରେକର୍ଡ ରହିଛି ଓ ଉଭୟ ଟିମ ମଧ୍ୟରେ ଖେଳାଯାଇଥିବା ଶେଷ ଦୁଇଟି ମୁକାବିଲାରେ ବାଜିମାତ କରିଛି ଅରେଞ୍ଜ ଆର୍ମୀ । ତେବେ ଗତ ସଂସ୍କରଣରେ ହାଇଦ୍ରାବାଦକୁ ୧୨୭ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ଦେଇନଥିଲା ପଞ୍ଜାବ କିଙ୍ଗ୍ସ । ଫଳରେ ଏହି ମ୍ୟାଚର ଫଳାଫଳ ଟିମର ମନୋବଳ ବଢାଇବାରେ ସହାୟକ ହୋଇପାରେ ।
ସ୍କ୍ବାଡ:
ପଞ୍ଜାବ କିଙ୍ଗ୍ସ: କେଏଲ ରାହୁଲ(କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଶାହାରୁଖ ଖାନ, ମହମ୍ମଦ ସାମି, ନିଥନ ଏଲିସ, ଆଦିଲ ରସିଦ, ମୁରୁଗାଁ ଅଶ୍ବିନ, ହରପ୍ରୀତ ବ୍ରାର, ମୋଇସେସ ହେନରିକ୍ସ, କ୍ରିସ ଜୋର୍ଡାନ, ଆଡନ ମାର୍କ୍ରମ, ମନଦୀପ ସିଂହ, ଦର୍ଶନ ନାଲକାଣ୍ଡେ, ପ୍ରଭସିମ୍ରନ ସିଂହ, ରବି ବିଷ୍ଣୋଇ, ଉତ୍କର୍ଷ ସିଂହ, ଫାବିଏଲ ଆଲେନ, ସୌରଭ କୁମାର, ଜଜାଜ ସାକ୍ସେନା ।
ସନରାଇଜର୍ସ ହାଇଦ୍ରାବାଦ: କେନ ୱିଲିୟମସନ(କ୍ୟାପଟେନ୍), ଡେଭିଡ ୱାର୍ଣ୍ଣର, ମନୀଷ ପାଣ୍ଡେ, ଶେର୍ଫନେ ରଦରଫୋର୍ଡ, ରିଦ୍ଧିମାନ ଶାହା, ଶ୍ରୀବାତ ଗୋସ୍ବାମୀ, ରସିଦ ଖାନ, ବିଜୟ ଶଙ୍କର, ମହମ୍ମଦ ନବି, ଅଭିଶେକ ଶର୍ମା, ଭୁବନେଶ୍ବର କୁମାର, ସିଦ୍ଧାର୍ଥ କୌଲ, ଖଲିଲ ଅହମ୍ମଦ, ଟି ନଟରାଜନ, ବାସିଲ ଥାମ୍ପି, ସନ୍ଦୀପ ଶର୍ମା, ଶାହବାଜ ନଦୀମ, ଅବଦୁଲ ସମାଦ, ଜେ ସୁଚିତ, ଜେସନ ହୋଲ୍ଡର, ବିରାଟ ସିଂହ, ପ୍ରିୟମ ଗାର୍ଗ, କେଦାର ଯାଦବ, ମୁଜୀବ-ଅର-ରେହମାନ, ଜେସନ ରୟ ।
ମ୍ୟାଚ ଆରମ୍ଭ ସମୟ: ସନ୍ଧ୍ୟା ୭.୩୦
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ