ନୂଆଦିଲ୍ଲୀ: ଗତ 5 ବର୍ଷ ହେଲା ଆଇପିଏଲରେ ଭଲ ପ୍ରଦର୍ଶନ କରି ଆସୁଛି ସନ ରାଇଜର୍ସ ହାଇଦ୍ରାବାଦ। 5 ବର୍ଷରେ ଏହି ଦଳ ପ୍ରତ୍ୟେକ ଥର ପ୍ଲେ-ଅଫରେ ସ୍ଥାନ ପକ୍କା କରି ପାରିଛି। ସେଥିମଧ୍ୟରେ 2016 ମସିହାରେ ଦଳ ଚମ୍ପିଆନ ମଧ୍ୟ ହୋଇଥିବା ବେଳେ 2018ରେ ରନର୍ସ ଅପ ହୋଇ ପାରିଥିଲା। ଏହାସତ୍ତ୍ବେ ଅନ୍ୟ ଫ୍ରାଞ୍ଚାଇଜି ଭଳି ଏହି ଦଳ ଏତେଟା ଆଦୃତ ହୋଇ ପାରିନଥିଲା। ଚୁପଚାପ ଲଗାତାର ଉଚ୍ଚ ସ୍ତରୀୟ କ୍ରିକେଟ ଉପରେ ନଜର ରଖି ଆସିଛି ଏହି ଦଳ।
-
Erra tolu kada calm ga style ga unnadu anukunavemo mass oora mass 🔥#ReturnOfTheRisers #OrangeOrNothing #IPL2021 pic.twitter.com/5Xtp5dLuVj
— SunRisers Hyderabad (@SunRisers) April 3, 2021 " class="align-text-top noRightClick twitterSection" data="
">Erra tolu kada calm ga style ga unnadu anukunavemo mass oora mass 🔥#ReturnOfTheRisers #OrangeOrNothing #IPL2021 pic.twitter.com/5Xtp5dLuVj
— SunRisers Hyderabad (@SunRisers) April 3, 2021Erra tolu kada calm ga style ga unnadu anukunavemo mass oora mass 🔥#ReturnOfTheRisers #OrangeOrNothing #IPL2021 pic.twitter.com/5Xtp5dLuVj
— SunRisers Hyderabad (@SunRisers) April 3, 2021
ଗତ ମିନି ନିଲାମୀ ପ୍ରକ୍ରିୟାରେ ଦଳ କେବଳ 3 ଜଣ ଖେଳାଳିଙ୍କୁ କିଣିଥିଲା। ଆଇପିଏଲର 13ତମ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସକୁ ହରାଇ ସନ ରାଇଜର୍ସ ହାଇଦ୍ରାବାଦ ତୃତୀୟ ସ୍ଥାନରେ ରହିଥିଲା। ତେବେ ଦ୍ବିତୀୟ କ୍ବାଲିଫାୟରରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ପରାଜିତ ହୋଇଥିଲା।
-
With you and us together,
— SunRisers Hyderabad (@SunRisers) March 27, 2021 " class="align-text-top noRightClick twitterSection" data="
It's #𝙊𝙧𝙖𝙣𝙜𝙚𝙊𝙧𝙉𝙤𝙩𝙝𝙞𝙣𝙜 🧡#OrangeArmy, we are ready for #IPL2021! Are you? pic.twitter.com/SOoU21yykp
">With you and us together,
— SunRisers Hyderabad (@SunRisers) March 27, 2021
It's #𝙊𝙧𝙖𝙣𝙜𝙚𝙊𝙧𝙉𝙤𝙩𝙝𝙞𝙣𝙜 🧡#OrangeArmy, we are ready for #IPL2021! Are you? pic.twitter.com/SOoU21yykpWith you and us together,
— SunRisers Hyderabad (@SunRisers) March 27, 2021
It's #𝙊𝙧𝙖𝙣𝙜𝙚𝙊𝙧𝙉𝙤𝙩𝙝𝙞𝙣𝙜 🧡#OrangeArmy, we are ready for #IPL2021! Are you? pic.twitter.com/SOoU21yykp
ଡେଭିଡ ୱାର୍ଣ୍ଣରଙ୍କ ତତ୍ତ୍ବାବଧାନରେ ଦଳର ବ୍ୟାଟିଂ ଲାଇନ ଶକ୍ତିଶାଳୀ ହୋଇଛି। 2019 ସିଜିନରେ ୱାର୍ଣ୍ଣର 791 ରନ କରିଥିଲେ। ତାହାଛଡ଼ା ଦଳରେ ଆକ୍ରମକ ବ୍ୟାଟସମ୍ୟାନ ଜନି ବେୟାରଷ୍ଟୋ ମଧ୍ୟ ଅଛନ୍ତି। ଗତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ବିରୁଦ୍ଧରେ ରିଦ୍ଧିମାନ ସାହାଙ୍କ 45 ବଲରେ 87 ରନ ସନ ରାଇଜର୍ସ ବ୍ୟାଟିଂ ଲାଇନର ଗଭୀରତାକୁ ଦର୍ଶାଇଥିଲା।
ଖାଲି ବ୍ୟାଟସମ୍ୟାନ ନୁହେଁ, ଅଭିଜ୍ଞ ଭୁବନେଶ୍ବର କୁମାରଙ୍କ ନେତୃତ୍ବରେ ଦଳର ଶୃଙ୍ଖଳିତ ବୋଲିଂ ମଧ୍ୟ ଦେଖିବାକୁ ମିଳିଛି। ଏହାଛଡ଼ା ଟି ନଟରାଜନଙ୍କ ୟର୍କର ବଲରେ ବିପକ୍ଷ ଦଳ ଧରାଶାୟୀ ହୋଇଛନ୍ତି। ନଟରାଜନଙ୍କ ବୋଲିଂ ଧାର ଇଂଲଣ୍ଡ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚର ଶେଷ ଓଭରରେ ଦେଖିବାକୁ ମିଳିଥିଲା। ଏହାସହ ସନ୍ଦୀପ ଶର୍ମା ମଧ୍ୟ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି। ସ୍ପିନ ବିଭାଗରେ ଶାହାବାଜ ନଦୀମ ଓ ମୁଜିବୁର ରେହମାନଙ୍କ ଉପରେ ଭରସା କରିପାରିବ ଦଳ। ଆଇପିଏଲର 14ତମ ସଂସ୍କରଣରେ ଟାଇଟଲ ହାତେଇବା ପାଇଁ ସନ ରାଇଜର୍ସ ହାଇଦ୍ରାବାଦ ଦଳ ସନ୍ତୁଳିତ ରହିଛି । ବିପକ୍ଷ ଦଳକୁ ସନ ରାଇଜର୍ସ ହାଇଦ୍ରାବାଦ କଡ଼ା ଟକ୍କର ଦେଇପାରେ।
ସନ ରାଇଜର୍ସ ହାଇଦ୍ରାବାଦ ଦଳ:-
ଡେଭିଡ ୱାର୍ଣ୍ଣର (ଅଧିନାୟକ), ଅଭିଷେକ ଶର୍ମା, ବସିଲ ଥାମ୍ପି, ଭୁବନେଶ୍ବର କୁମାର, ଜନି ବେୟାରଷ୍ଟୋ, କେନ ୱିଲିୟମସନ, ମନୀଷ ପାଣ୍ଡେ, ମହମ୍ମଦ ନବୀ, ରାସିଦ ଖାନ, ସନ୍ଦୀପ ଶର୍ମା, ଶାହାବାଜ ନଦୀମ, ଶ୍ରୀବତ୍ସ ଗୋସ୍ବାମୀ, ସିଦ୍ଧାର୍ଥ କାଉଲ, ଖଲିଲ ଅହମ୍ମଦ, ବିଜୟ ଶଙ୍କର, ରିଦ୍ଧିମାନ ସାହା, ଅବଦୁଲ ସମାଦ, ଜେସନ ରୟ, ଜେସନ ହୋଲ୍ଡର, ପ୍ରିୟମ ଗର୍ଗ, ବିରାଟ ସିଂ, କେଦାର ଯାଦବ, ମୁଜିବ-ଉର ରେହମାନ, ଜେ ସୁଚିତ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ