ETV Bharat / sports

IPL 2022: ଟସ୍‌ ଜିତିଲା SRH, ପ୍ରଥମେ ବ୍ୟାଟିଂ କରିବ KKR

କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ଅଧିକ ପଢ଼ନ୍ତୁ

author img

By

Published : Apr 15, 2022, 7:08 PM IST

Updated : Apr 15, 2022, 7:40 PM IST

IPL 2022: ଟସ୍‌ ଜିତିଲା SRH, ପ୍ରଥମେ ବ୍ୟାଟିଂ କରିବ KKR
IPL 2022: ଟସ୍‌ ଜିତିଲା SRH, ପ୍ରଥମେ ବ୍ୟାଟିଂ କରିବ KKR

ମୁମ୍ବାଇ: IPL ୨୦୨୨ରେ ଆଜି ଖେଳାଯାଉଛି ୨୫ତମ ମ୍ୟାଚ୍ । ଆଜିର ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ(KKR) ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ସନ୍‌ରାଇଜର୍ସ ହାଇଦ୍ରାବାଦ(SRH) । ବର୍ତ୍ତମାନ ସୁଦ୍ଧା କୋଲକାତା ୫ଟି ମ୍ୟାଚ୍‌ରୁ ୩ଟିରେ ବିଜୟ ହାସଲ କରି ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ସେପଟେ ହାଇଦ୍ରାବାଦ ୪ଟି ମ୍ୟାଚ୍‌ରୁ ଦୁଇଟିରେ ବିଜୟ ହାସଲ କରି ଅଷ୍ଟମ ସ୍ଥାନରେ ରହିଛି । ଆଜିର ମ୍ୟାଚ୍‌ରେ ବିଜୟ ହାସଲ କରି ପଏଣ୍ଟ ତାଲିକାରେ ଉପରକୁ ଉଠିବା ଲକ୍ଷ୍ୟରେ ରହିଛି ହାଇଦ୍ରାବାଦ । ସେପଟେ କୋଲକାତା ନାଇଟ ରାଇଡର୍ସ ମଧ୍ୟ ଆଜର ମ୍ୟାଚ୍‌ରେ ବିଜୟ ହାସଲ କରି ଗୁଜରାଟ ଲାୟନ୍ସର ସମକକ୍ଷ ହେବାକୁ ଚେଷ୍ଟା କରିବ ।

ଆଜିର ମ୍ୟାଚ୍‌ ପାଇଁ କୋଲକାତା ନାଇଟ ରାଇଡର୍ସ ଦଳରେ ୩ଟି ପରିବର୍ତ୍ତନ ହୋଇଥିବା ବେଳେ ସନ୍‌ରାଇଜର୍ସ ହାଇଦ୍ରାବାଦ ଚୁଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । କୋଲକାତା ଆରୋନ ଫିଞ୍ଚ, ସେଲଡନ ଜ୍ୟାକସନ ଓ ଅମାନ ଖାନଙ୍କୁ ଟିମରେ ସାମିଲ କରିଥିବାବେଳେ, ହାଇଦ୍ରାବାଦ ଆହତ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ସୁଚିତଙ୍କୁ ସାମିଲ କରିଛି ।

ଚୂଡ଼ାନ୍ତ ଏକାଦଶ

କୋଲକାତା ନାଇଟ ରାଇଡର୍ସ: ଆରୋନ ଫିଞ୍ଚ, ଭେଙ୍କଟେଶ ଆୟର, ଶ୍ରେୟସ ଆୟର (ଅଧିନାୟକ), ନୀତୀଶ ରାଣା, ଆନ୍ଦ୍ରେ ରସେଲ, ଶେଲଡନ ଜ୍ୟାକସନ, ପ୍ୟାଟ କମିନ୍ସ, ସୁନୀଲ ନାରିନ, ଉମେଶ ଯାଦବ, ଅମାନ ହାକିମ ଖାନ, ବରୁଣ ଚକ୍ରବର୍ତ୍ତୀ ।

ସନ୍‌ରାଇଜର୍ସ ହାଇଦ୍ରାବାଦ: ଅଭିଷେକ ଶର୍ମା, କେନ୍‌ ୱିଲିୟମସନ୍‌ (ଅଧିନାୟକ), ରାହୁଲ ତ୍ରିପାଠୀ, ନିକୋଲାସ୍‌ ପୁରାନ, ଆଡେନ ମାକ୍ରମ, ଶଶାଙ୍କ ସିଂହ, ଜଗଦିଶା ସୁଚିତ, ଭୁବନେଶ୍ବର କୁମାର, ମାର୍କୋ ଜାନ୍‌ସେନ୍‌, ଉମରାନ ମଲିକ, ଟି ନଟରାଜନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 15, 2022, 7:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.