ETV Bharat / sports

IPL 2022: ଶେଷ ଓଭରରେ ନାଥାନଙ୍କ ବିସ୍ଫୋରକ ବୋଲିଂ, ପଞ୍ଜାବ ଆଗରେ ୧୫୮ ରନ ଟାର୍ଗେଟ

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ପଞ୍ଜାବ କିଙ୍ଗ୍ସ ଆଗରେ ରନ୍‌ର ଟାର୍ଗେଟ ରଖିଛି । ଅଧିକ ପଢନ୍ତୁ

IPL 2022: ଶେଷ ଓଭରରେ ନାଥାନଙ୍କ ବିସ୍ଫୋରକ ବୋଲିଂ, ପଞ୍ଜାବ ଆଗରେ ୧୫୮ ରନ ଟାର୍ଗେଟ
IPL 2022: ଶେଷ ଓଭରରେ ନାଥାନଙ୍କ ବିସ୍ଫୋରକ ବୋଲିଂ, ପଞ୍ଜାବ ଆଗରେ ୧୫୮ ରନ ଟାର୍ଗେଟ
author img

By

Published : May 22, 2022, 9:21 PM IST

Updated : May 22, 2022, 9:35 PM IST

ହାଇଦ୍ରାବାଦ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍‌ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ(SRH) ଓ ପଞ୍ଜାବ କିଙ୍ଗ୍ସ (PBKS)ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ହାଇଦ୍ରାବାଦ ପଞ୍ଜାବ ଆଗରେ ୧୫୮ ରନ୍‌ର ଟାର୍ଗେଟ ରଖିଛି । ପଞ୍ଜାବର ଦ୍ରୁତତମ ବୋଲର ନାଥନ ଏଲିସଙ୍କ ବିସ୍ଫୋରକ ବୋଲିଂ ଦେଖିବାକୁ ମିଳିଛି । ଶେଷ ଓଭରରେ ସେ ୩ଟି ୱିକେଟ ହାତେଇଛନ୍ତି ।

ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୮ ୱିକେଟ ହରାଇ ୧୫୭ ରନ କରିଥିବା ବେଳେ ଅଭିଷେକ ଶର୍ମା ସର୍ବାଧିକ ୪୩ ରନ୍‌ କରିଛନ୍ତି । ଅଭିଷେକ ୨ଟି ଛକା ଓ ୫ଟି ଚୌକା ସହ ସ୍କୋରବୋର୍ଡରେ ଏହି ରନ୍‌ ଯୋଡ଼ିଛନ୍ତି । ହାଇଦ୍ରାବାଦର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରୋାରିଓ ସେଫର୍ଡ ୨ଟି ଲେଖାଏଁ ଚୌକା ଓ ଛକା ସହ ୧୫ ବଲ୍‌ ଖେଳି ୨୬ ରନ୍‌ କରିଛନ୍ତି । ୱାଶିଟନ ସୁନ୍ଦର ୧ଟି ଛକା ଓ ୩ଟି ଚୌକା ସାହାଯ୍ୟରେ ୧୯ ବଲ୍‌ ଖେଳି ୨୫ ରନ୍‌ ସଂଗ୍ରହ କରିଥିଲେ । ପଞ୍ଜାବ ୩ ଓଭର ଚାଲିଥିବା ବେଳେ ପ୍ରଥମ ୱିକେଟ ହରାଇଥିଲା ।

ଏହା ବି ପଢନ୍ତୁ- IPL 2022: ଟସ୍‌ ଜିତିଲେ ଭୁବନେଶ୍ବର, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ

ପଞ୍ଜାବର ଦ୍ରୁତତମ ବୋଲିର ନାଥନ ଏଲିସ ଶେଷ ଓଭରରେ ଚମତ୍କାର ବୋଲିଂ କରି ପଞ୍ଜାବକୁ ୧୫୭ ରନ୍‌ରେ ରୋକିଥିଲେ । ପଞ୍ଜାବ ବୋଲର ହରପ୍ରୀତ ବରାର ମଧ୍ୟ ୩ଟି ୱିକେଟ ନେଇଛନ୍ତି । ଅନ୍ୟ ବୋଲର ମାନଙ୍କ ମଧ୍ୟରେ କଗିସୋ ରବାଡା ୪ ଓଭର ବୋଲିଂ କରି ମାତ୍ର ଗୋଟିଏ ୱିକେଟ ନେଇଥିବା ବେଳେ ୩୮ ରନ୍‌ ଦେଇଥିଲେ ।

Last Updated : May 22, 2022, 9:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.