ETV Bharat / sports

IPL 2023: ଶୁଭମନଙ୍କ ଦମଦାର ବ୍ୟାଟିଂରେ ହାରିଲା RCB, ଫ୍ୟାନ୍ସଙ୍କ ଆକ୍ରୋଶର ଶିକାର ହେଲେ ଗିଲଙ୍କ ଭଉଣୀ - ଗିଲଙ୍କ ଭଉଣୀଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଅଶ୍ଳୀଳ କମେଣ୍ଟ

ଆଇପିଏଲ ୨୦୨୩ର ଶେଷ ଲିଗ୍‌ ମ୍ୟାଚ୍‌ରେ ଶୁଭମନ ଗିଲଙ୍କ ଶତକ ବଳରେ ପ୍ଲେ ଅଫ ରେସରୁ ବାଦ ପଡ଼ିଲା ଆରସିବି । ଏନେଇ ଗିଲଙ୍କ ଭଉଣୀଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଅଶ୍ଳୀଳ କମେଣ୍ଟ କରିଛନ୍ତି କିଛି ଆରସିବି ପ୍ରଶଂସକ । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ ସ୍ବାତୀ ମାଲିୱାଲ । ଅଧିକ ପଢ଼ନ୍ତୁ

RCB ଫ୍ୟାନ୍ସଙ୍କ ଆକ୍ରୋଶର ଶିକାର ହେଲେ ଗିଲଙ୍କ ଭଉଣୀ

author img

By

Published : May 22, 2023, 9:08 PM IST

ନୂଆଦିଲ୍ଲୀ: ସରିଛି ଆଇପିଏଲ ୨୦୨୩ର ଲିଗ୍‌ ପର୍ଯ୍ୟାୟ । ଗତକାଲି (ରବିବାର) ଖେଳାଯାଇଥିବା ଶେଷ ଲିଗ୍‌ ମ୍ୟାଚ୍‌ରେ ଗୁଜୁରାଟ ଟାଇଟନ୍ସ ଠାରୁ ପରାଜିତ ହୋଇ ପ୍ଲେ ଅଫ୍‌ ରେସରୁ ବିଦାୟ ନେଇଛି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ଏହାପରେ ଏବେ ଆରସିବି ପ୍ରଶଂସକଙ୍କ ଟାର୍ଗେଟକୁ ଆସିଛନ୍ତି ଗୁଜରାଟର ପ୍ରାରମ୍ଭିକ ବ୍ୟାଟର ଶୁଭମନ ଗିଲ୍‌ଙ୍କ ଭଉଣୀ ଶାହନିଲ୍‌ ଗିଲ । ଏହି ମ୍ୟାଚ୍‌ରେ ଶୁଭମନ ଗିଲ୍‌ଙ୍କ ଦ୍ବିତୀୟ କ୍ରମାଗତ ଶତକ ବଳରେ ଆର୍‌ସିବି ଟିମ୍‌ ହାରି ଯାଇଥିଲା । ଯେଉଁଥିପାଇଁ ସୋସିଆଲ ମିଡିଆରେ ଗିଲଙ୍କ ଭଉଣୀଙ୍କ ଏକ ପୋଷ୍ଟରେ ନିଜର ଆକ୍ରୋଶ ଜାହିର କରିବା ସହ ଅଶ୍ଳୀଳ ଭାଷାରେ କମେଣ୍ଟ କରିଛନ୍ତି ଆରସିବି ସମର୍ଥକ । ତେବେ ଏଭଳି ଅସଭ୍ୟ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ ସ୍ବାତୀ ମାଲିୱାଲ ।

  • Extremely shameful to see trollers abusing #ShubhmanGill’s sister just because the team they follow lost a match. Previously we had initiated action against people abusing #ViratKohli daughter. DCW will take action against all those who have abused Gill’s sister as well. This… pic.twitter.com/eteGtGgPVm

    — Swati Maliwal (@SwatiJaiHind) May 22, 2023 " class="align-text-top noRightClick twitterSection" data=" ">

ହାରିବା ଓ ଜିତିବା ‌ଖେଳର ଏକ ଅଂଶ । ହେଲେ ଆରସିବି ହାରିଯିବାରୁ ଆରସିବିର କିଛି ପ୍ରଶଂସକ ସୋସିଆଲ୍‌ ମିଡିଆରେ ଶୁଭମନ ଗିଲ୍‌ ଓ ତାଙ୍କ ପରିବାର ଲୋକଙ୍କୁ ଟାର୍ଗେଟ କରିବାକୁ ସମସ୍ତେ ନିନ୍ଦା କରିଛନ୍ତି । କିଛି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଶୁଭମନ୍‌ ଗିଲ୍‌ଙ୍କ ଭଉଣୀ ଶାହନିଲ୍‌ ଗିଲ୍‌ଙ୍କୁ ତାଙ୍କ ପୋଷ୍ଟ୍‌ରେ ଅତି ଖରାପ ଭାଷାରେ କମେଣ୍ଟ୍‌ କରି ଗାଳି କରିଛନ୍ତି । ବିଶେଷ କରି ମ୍ୟାଚ୍‌ ସରିବା ପରେ ଶାହନିଲ୍‌ ତାଙ୍କ ଭାଇ ଶୁଭମନଙ୍କ ଉଦ୍ଦେଶ୍ୟରେ ଯେଉଁ ପୋଷ୍ଟ୍‌ କରିଛନ୍ତି, ସେଥିରେ ତାଙ୍କୁ ଆରସିବି ସମର୍ଥକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି ।

ଗତକାଲି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି ଚଳିତ ସଂସ୍କରଣରେ ଲଗାତାର ଭାବେ ଦ୍ବିତୀୟ ଶତକ ହାସଲ କରିଥିଲେ । କୋହଲିଙ୍କ ୬୧ ବଲରୁ ୧୦୧ ରନର ପାଳି ବଳରେ ଆରସିବି ନିର୍ଦ୍ଧାରିତ ଓଭରରେ ୧୯୭ ରନରେ ପହଞ୍ଚି ପାରିଥିଲା । ହେଲେ ଦ୍ବିତୀୟ ପାଳିରେ ଗୁଜରାଟର ପ୍ରାରମ୍ଭିକ ବ୍ୟାଟର ଶୁଭମନ ଗିଲ ଧୂଆଁଧାର ବ୍ୟାଟିଂ କରି ୫୨ ବଲରୁ ୧୦୪ ରନ କରି ଆରସିବିର ପ୍ଲେ ଅଫ୍‌ ଆଶା ଧୂଳିସାତ କରିଦେଇଥିଲେ । ଏହାପରେ ଶୁଭମନଙ୍କ ଭଉଣୀ ଶାହନିଲ୍‌ ମ୍ୟାଚ୍‌ ସମୟର କିଛି ଫଟୋ ସେୟାର୍‌ କରି ତାଙ୍କ ଭାଇଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ୍‌ କରିଥିଲେ । ହେଲେ ଆରସିବିର କିଛି ପ୍ରଶଂସକ ଏହି ପୋଷ୍ଟରେ ଅତି ଅଶ୍ଳୀଳ ଭାଷାରେ କମେଣ୍ଟ୍‌ କରିଛନ୍ତି । ତେବେ ଏଭଳି କମେଣ୍ଟ୍‌ କରିଥିବା କିଛି ବ୍ୟବହାରକାରୀଙ୍କୁ ନିନ୍ଦା କରିଛନ୍ତି ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ ସ୍ବାତୀ ମାଲିୱାଲ । ପୂର୍ବରୁ ବିରାଟ କୋହଲିଙ୍କ ଝିଅ ପ୍ରତି ସୋସିଆଲ ମିଡିଆରେ ଏଭଳି ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଯେଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା, ଏବେ ଶୁଭମନ ଗିଲଙ୍କ ଭଉଣୀ ପ୍ରତି ଏଭଳି ମନ୍ତବ୍ୟ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଟ୍ବିଟ୍‌ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.