ETV Bharat / sports

ମିଶନ ଅକ୍ସିଜେନ: 20 ଲକ୍ଷ ଦାନ ଦେଲେ ଶିଖର ଧୱନ - shikhar dhawan donation

ଦେଶରେ ହୁ ହୁ ହୋଇ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ସଙ୍କଟ ସ୍ଥିତିରେ ସହାୟତାର ହାତ ବଢ଼ାଇଛନ୍ତି ଭାରତୀୟ ଓପନର ଶିଖର ଧୱନ। ଅଧିକ ପଢ଼ନ୍ତୁ...

ମିଶନ ଅକ୍ସିଜେନ: 20 ଲକ୍ଷ ଟଙ୍କା ଦାନ ଦେଲେ ଶିଖର ଧବନ
ମିଶନ ଅକ୍ସିଜେନ: 20 ଲକ୍ଷ ଟଙ୍କା ଦାନ ଦେଲେ ଶିଖର ଧବନ
author img

By

Published : Apr 30, 2021, 8:37 PM IST

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ସଙ୍କଟ ସ୍ଥିତିରେ ସହାୟତାର ହାତ ବଢ଼ାଇଛନ୍ତି ଭାରତୀୟ ଓପନର ଶିଖର ଧୱନ। ମିଶନ ଅକ୍ସିଜେନ ଅଭିଯାନରେ ସେ ଚଳିତ ଆଇପିଏଲରେ ପାଇଥିବା ସମସ୍ତ ପୁରଷ୍କାର ରାଶି ଓ 20 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଗୁରୁତର କୋରୋନା ସଂକ୍ରମିତଙ୍କ ପାଇଁ ଅକ୍ସିଜେନ ଯୋଗାଇ ଦେବାକୁ ସେ ଏହି ଦାନ ଦେଇଛନ୍ତି ।

ମହାମାରୀ କୋରୋନା ଭାଇରସ ସଂକ୍ରମଣ ବେଳେ ମିଶନ ଅକ୍ସିଜେନ ଅଭିଯାନ ଆରମ୍ଭ କରିଛନ୍ତି ପ୍ରାୟ 250ରୁ ଅଧିକ ଯୁବ ଉଦ୍ୟୋଗୀ । ଗୁରୁତର କୋରୋନା ସଂକ୍ରମିତଙ୍କ ଅକ୍ସିଜେନ ପାଇଁ ଟଙ୍କା ଯୋଗାଡ଼ କରୁଛି ଏହି ସଂସ୍ଥା । ଏହି ଅଭିଯାନରେ ପୂର୍ବରୁ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ମଧ୍ୟ 1 କୋଟି ଟଙ୍କା ଦାନ କରିଥିଲେ ।

ଏହାକୁ ନେଇ ଶିଖର ଧବନ ଟ୍ବିଟ୍ କରି ଲେଖିଛନ୍ତି ଯେ, "ବର୍ତ୍ତମାନ ଦେଶରେ ସଙ୍କଟ ପରିସ୍ଥିତି । ଏହି ସମୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ପରସ୍ପରକୁ ସାହାଯ୍ୟ କରିବା । ବର୍ଷବର୍ଷ ଧରି ଆପଣମାନେ ମୋତେ ଭଲ ପାଇବା ଦେଇ ଆସିଛନ୍ତି । ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ ସବୁବେଳେ କୃତଜ୍ଞ । ବର୍ତ୍ତମାନ ସମୟ ଆସିଛି ମୁଁ କିଛି ଦେଶ ପାଇଁ କରିବ । ଏଥିପାଇଁ ମୁଁ ମିଶନ ଅକ୍ସିଜେନ ଅଭିଯାନରେ 20 ଲକ୍ଷ୍ୟ ଟଙ୍କା ଦାନ ଦେବି । ତାସାଙ୍ଗକୁ ମୁଁ ଚଳିତ ଆଇପିଏଲରେ ହାସଲ କରିଥିବା ସମସ୍ତ ପୁରଷ୍କାର ରାଶିକୁ ଦାନ କରୁଛି । ଏହି ଟଙ୍କା ଗୁରୁତର କୋରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ କିଣା କାମରେ ଲାଗିବ ।"

ଦେଶରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି । କେଉଁଠି ଅକ୍ସିଜେନ ମୃତ୍ୟୁ ହେଉଛି କେଉଁଠି ରୋଗୀଙ୍କୁ ବେଡ ନମିଳିବାରୁ ମୃତ୍ୟୁ ହେଉଛି । ଏଭଳି ସ୍ଥିତିରେ ବିଭିନ୍ନ ଆଇପିଏଲ ଫ୍ରାଞ୍ଚାଇଜି ଓ ଖେଳାଳି କୋରୋନା ଲଢ଼େଇରେ ସାମିଲ ହୋଇ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.