ETV Bharat / sports

ସଞ୍ଜୟ ବାଙ୍ଗର ହେଲେ RCB ମୁଖ୍ୟ କୋଚ

author img

By

Published : Nov 9, 2021, 3:58 PM IST

ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL) ଟିମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ନୂଆ ମୁଖ୍ୟ କୋଚ୍‌ ହେଲେ ପୂର୍ବତନ ଭାରତୀୟ ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର । ଅଧିକ ପଢନ୍ତୁ...

Sanjay Bangar appointed RCB head coach
ସଞ୍ଜୟ ବାଙ୍ଗର ହେଲେ RCB ମୁଖ୍ୟ କୋଚ୍‌

ବେଙ୍ଗାଲୁରୁ: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ଟିମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ନୂଆ ମୁଖ୍ୟ କୋଚ୍‌ ହେଲେ ପୂର୍ବତନ ଭାରତୀୟ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗର । ଆଇପିଏଲର ୨୦୨୨ ସଂସ୍କରଣ ପାଇଁ ବାଙ୍ଗରଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତି କରିଛି RCB ଫ୍ରାଞ୍ଚାଇଜ ।

ପୂର୍ବରୁ ମୁଖ୍ୟ କୋଚ୍‌ ଦାୟିତ୍ବରେ ଥିବା ନ୍ୟୁଜିଲାଣ୍ଡର ମାଇକ ହେସନଙ୍କ ସ୍ଥାନ ନେବେ ବାଙ୍ଗର । ତେବେ ହେସନ ଟିମ ସହିତ ରହିବା ସହ କ୍ରିକେଟ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବେ । UAEରେ ଖେଳାଯାଇଥିବା IPL 2021 ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ପର୍ଯ୍ୟାୟରେ ମାଇକ ହେସନଙ୍କୁ ଅତିରିକ୍ତ ମୁଖ୍ୟ କୋଚ୍‌ ଦାୟିତ୍ବ ନ୍ୟସ୍ତ କରିଥିଲା ଫ୍ରାଞ୍ଚାଇଜ ।

ନୂଆ ଦାୟିତ୍ବ ନେଇ ବାଙ୍ଗର କହିଛନ୍ତି, " RCB ଭଳି ମହାନ ଫ୍ରାଞ୍ଚାଇଜର ମୁଖ୍ୟ କୋଚ୍‌ ଭାବେ ସେବା ପାଇଁ ସୁଯୋଗ ମିଳିଥିବାରୁ ସମ୍ମାନର କଥା । ଆଗକୁ IPL ମେଗା ନିଲାମ ଥିବାରୁ ଅନେକ ଆହ୍ବାନ ରହିଛି । ସ୍କ୍ବାଡ୍‌ରେ ଥିବା ପ୍ରତିଭାବାନ ସଦସ୍ୟ, ମ୍ୟାନେଜମେଣ୍ଟ ଓ ସପୋର୍ଟ ଷ୍ଟାଫ୍‌ଙ୍କ ସହଯୋଗରେ ଭଲ ପ୍ରଦର୍ଶନ ସହିତ ସମସ୍ତ ଫ୍ୟାନ୍ସଙ୍କୁ ଖୁସିହେବାର ମୌକା ଦେବା ଲକ୍ଷ୍ୟ ରହିବ ।"

ବାଙ୍ଗରଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତି ନେଇ RCB ଚେୟାରମ୍ୟାନ ପ୍ରଥମେଶ ମିଶ୍ର ସ୍ପଷ୍ଟ କରିବା ସହ ଭଲ ନେତୃତ୍ବ ନେଇ ଆଶାବାଦୀ ଥିବା କହିଛନ୍ତି ।

ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର କ୍ୟାପଟେନ ପଦରୁ ଓହରିଯିବା ପରେ ଆଗାମୀ ସଂସ୍କରଣର ଆଇପିଏଲରେ ଟିମକୁ ନୂଆ ନେତୃତ୍ବ ମିଳିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.