ETV Bharat / sports

WPL 2023: ବେନ ସୱେର ଆରସିବି ମୁଖ୍ୟ କୋଚ

ଫଟାଫଟ ମହିଳା ପ୍ରିମିୟର ଲିଗ ପାଇଁ ଦିନ ନିକଟତର ହେଉଛି । ଏହାରି ଭିତରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଅଷ୍ଟ୍ରେଲିଆର ବେନ ସୱେରଙ୍କୁ ତାର ମୁଖ୍ୟ କୋଚ ନିଯୁକ୍ତ କରିଛି । ଅଧିକ ପଢନ୍ତୁ

author img

By

Published : Feb 16, 2023, 12:07 PM IST

Updated : Feb 17, 2023, 2:02 PM IST

ben sawyer rcb head coach
ବେନ ସେୱର ଆରସିବି ମୁଖ୍ୟ କୋଚ

ହାଇଦ୍ରାବାଦ: ମହିଳା ପ୍ରିମିୟର ଲିଗ ପାଇଁ ଦିନ ନିକଟତର ହେଉଛି । ଏନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଥିବା ବେଳେ ଦଳ ଗୁଡିକ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବେନ ସୱେରଙ୍କୁ ମହିଳା ଆଇପିଏଲ ପାଇଁ ମୁଖ୍ୟ କୋଚ ଭାବେ ନିଯୁକ୍ତ କରିଛି । କାହାକୁ ମୁଖ୍ୟ କୋଚ କରାଯିବ ତାକୁ ନେଇ ଭାଳେଣି ପଡିଥିଲା ଏହାରି ଭିତରେ ଆରିସିବି ବେନଙ୍କୁ ମୁଖ୍ୟ କୋଚ କରିଥିବା ନେଇ ଟ୍ବିଟ କରି ସୂଚନା ଦେଇଛି ।

ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ପାଇଁ ଆରିସିବି ଅଷ୍ଟ୍ରେଲିଆର ବେନ ସୱେରଙ୍କୁ ମୁଖ୍ୟ କୋଚ ଦାୟିତ୍ବ ଦେଇଛି । 45 ବର୍ଷୀୟ ବେନ ବର୍ତ୍ତମାନ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ ଦାୟିତ୍ବରେ ରହିଛନ୍ତି । ଆରସିବି ନିର୍ଦ୍ଦେଶକ ମାଇକ ହେସେନ ବୁଧବାର ବେନ ସୱେରଙ୍କୁ ମୁଖ୍ୟ କୋଚ ଭାବେ ଘୋଷଣା କରିଛନ୍ତି । ସୱେର ମହିଳା ବିଗ ବାସ ଲିଗ ସିଡନୀ ସିକ୍ସର୍ସ ଦଳର ସହାୟକ କୋଚ ଏବଂ ଇଂଲଣ୍ଡ 'ଦି ହଣ୍ଡ୍ରେଡ ବଲ' ଟୁର୍ଣ୍ଣାମେଣ୍ଟରେ ବର୍ମିଂହାମ ଫୋନିକ୍ସ ଦଳ ପାଇଁ ମଧ୍ୟ ଦାୟିତ୍ବରେ ରହିଛନ୍ତି ।

ଏହା ବି ପଢନ୍ତୁ...WPL 2023: ଖେଳସୂଚୀ ଜାରି କଲା BCCI, ମୁମ୍ବାଇ-ଗୁଜୁରାଟ ପ୍ରଥମ ମୁକାବିଲା

ଆରସିବି ଫ୍ରାଞ୍ଚାଇଜ ତାର ସହାୟକ କୋଚ ଷ୍ଟାଫଙ୍କ ନାମ ମଧ୍ୟ ଘୋଷଣା କରିଛି । ଆରଏକ୍ସ ମୁରଲୀଙ୍କୁ ବ୍ୟାଟିଂ କୋଚ ନିଯୁକ୍ତ କରିଛି । ସେହିପରି ଫିଲ୍ଡିଂ କୋଚ ଭାବେ ଭିଆର ବନିତାଙ୍କୁ ଓ ସହାୟକ କୋଚ ଭାବେ ମାଲେଲୋନାଙ୍କୁ ନିଯୁକ୍ତ କରିଛି । ହିରାନୀଙ୍କୁ ଟିମ ଡାକ୍ତର ଭାବେ ନିଯୁକ୍ତ କରିଛି ଦଳ ।

ଫେବୃଆରୀ 13 ତାରିଖରେ ମହିଳା ଆଇପିଏଲ ନିଲାମୀରେ ଆରସିବି 18 ଜଣ ଖେଳାଳିଙ୍କୁ କ୍ରୟ କରିଥିଲା । ସ୍ମୃତି ମାନ୍ଧନାଙ୍କୁ 3.4 କୋଟିରେ ଦଳ କ୍ରୟ କରିଥିବା ବେଳେ ସେ ସବୁଠୁ ଦାମୀ ଖେଳାଳି । ଗତକାଲି (ବୁଧବାର) ଟେନିସ ତାରକା ସାନିଆ ମିର୍ଜାଙ୍କୁ ଦଳର ପରାମର୍ଶଦାତା ନିଯୁକ୍ତ କରିଛି ।

ଏହା ବି ପଢନ୍ତୁ...WPL 2023: କ୍ରିକେଟରଙ୍କୁ ମନ୍ତ୍ର ଦେବେ ସାନିଆ, RCB ମେଣ୍ଟର ନିଯୁକ୍ତ

ପ୍ରକାଶ ଥାଉକି, ମାର୍ଚ୍ଚ 4 ତାରିଖରୁ ମହିଳା ଆଇପିଏଲ ଆରମ୍ଭ ହେବାକୁ ଯାଉଛି । ମୋଟ 22ଟି ମ୍ୟାଚ ଖେଳାଯିବ । ମାର୍ଚ୍ଚ 26ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ସମସ୍ତ ମ୍ୟାଚ ବ୍ରାବୋର୍ଣ୍ଣ ଓ ଡି ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ । ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଓ ଗୁଜୁରାଟ ଜାଏଣ୍ଟ୍ସ ମୁହାଁମୁହିଁ ହେବେ । ମୋଟ 5ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ।

Last Updated : Feb 17, 2023, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.