ମୁମ୍ବାଇ: ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା। ଏପ୍ରିଲ 9 ତାରିଖରେ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ ସେ ବାୟୋବବଲରେ ରହିବେ। ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଟ୍ବିଟରରେ ରୋହିତ ଆସୁଥିବା ଏକ ଭିଡିଓ ସେୟାର କରିଛି ମୁମ୍ବାଇ ଇଣ୍ଡିଆନ୍ସ ।
-
🙁 Where is RO ➡️ Here we GO! 😎#OneFamily #MumbaiIndians #IPL2021 @ImRo45 https://t.co/epbgkGM3at pic.twitter.com/GCVeKrKr3P
— Mumbai Indians (@mipaltan) March 29, 2021 " class="align-text-top noRightClick twitterSection" data="
">🙁 Where is RO ➡️ Here we GO! 😎#OneFamily #MumbaiIndians #IPL2021 @ImRo45 https://t.co/epbgkGM3at pic.twitter.com/GCVeKrKr3P
— Mumbai Indians (@mipaltan) March 29, 2021🙁 Where is RO ➡️ Here we GO! 😎#OneFamily #MumbaiIndians #IPL2021 @ImRo45 https://t.co/epbgkGM3at pic.twitter.com/GCVeKrKr3P
— Mumbai Indians (@mipaltan) March 29, 2021
ମୁମ୍ବାଇ ଇଣ୍ଡିଆନ୍ସ ଟ୍ବିଟରରେ ଭିଡିଓ ସେୟାର କରି କହିଛି ଯେ, ଯେ କେହି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ରୋହିତ ଖୋଜୁଥିଲେ ଦେଖନ୍ତୁ ।
ଏହାପୂର୍ବରୁ ହାର୍ଦ୍ଧିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା ଓ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଦଳ ସହ ଯୋଗ ଦେଇଥିଲେ। ମୁମ୍ବାଇ କ୍ୟାମ୍ପରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଥିଲେ ସୂର୍ଯ୍ୟକୁମାର ଯାଦବ। ଭାରତ ପକ୍ଷରୁ ଖେଳିବାର ସୁଯୋଗ ମିଳିଥିବାରୁ ସେ ଖୁସି ଜାହିର କରିଛନ୍ତି। ଏହାହିଁ ତାଙ୍କ ସ୍ବପ୍ନ ଥିଲା, ବର୍ତ୍ତମାନ ସେ ଆଗାମୀ ଆଇପିଏଲ ଉପରେ ଫୋକସ କରିବେ। ମୁମ୍ବାଇ କ୍ୟାମ୍ପରେ ଯୋଗ ଦେବା ପରିବାରରେ ଯୋଗ ଦେବା ଭଳି ବୋଲି ସେ କହିଛନ୍ତି ।
ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପରେ ପ୍ରତ୍ୟେକ କ୍ରିକେଟର ନିଜନିଜ ଫ୍ରାଞ୍ଚାଇଜ ସହ ଯୋଗ ଦେବାକୁ ବାହାରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଶେଷ ଦିନିକିଆରେ ଭାରତ 7 ରନରେ ବିଜୟ ଲାଭ କରିଛି । ଇଂଲଣ୍ଡ ବିପକ୍ଷରେ ଟେଷ୍ଟ, ଟି-20 ଓ ଦିନିକିଆ ସିରିଜରେ ବିଜୟ ଲାଭ କରିଛି ଭାରତୀୟ ଦଳ। ଏହାପରେ ପ୍ରତ୍ୟେକ ଖେଳାଳି ଆଇପିଏଲ ଉପରେ ନଜର ରଖିଛନ୍ତି। ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ