ETV Bharat / sports

'ରୋହିତ, ଇଶାନ, ବୁମରାଙ୍କୁ ମୁମ୍ବାଇ ରିଟେନ କରିବା ଆବଶ୍ୟକ' - ବିରେନ୍ଦ୍ର ସେହ୍ବାଗ୍‌ଙ୍କ ମନ୍ତବ୍ୟ

୨୦୨୨ରେ ଆଇପିଏଲ ପୂର୍ବରୁ ହେବ ମେଗା ଅକ୍ସନ । ତେବେ ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା, ଯୁବ ଖେଳାଳି ଇଶାନ କିଷନ ଓ ସ୍ପିଡ୍‌ ଷ୍ଟାର ଜଶପ୍ରୀତ ବୁମରାଙ୍କୁ ରିଟେନ୍‌ କରିବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଓପନର୍‌ ବିରେନ୍ଦ୍ର ସେହ୍ବାଗ୍‌ । ଅଧିକ ପଢ଼ନ୍ତୁ...

Rohit, Ishan, Bumra need to be retained by Mumbai indians says former indian opener virender sehwag
'ରୋହିତ, ଇଶାନ, ବୁମରାଙ୍କୁ ମୁମ୍ବାଇ ରିଟେନ କରିବା ଆବଶ୍ୟକ'
author img

By

Published : Oct 10, 2021, 10:53 PM IST

ନୂଆଦିଲ୍ଲୀ: ୨୦୨୨ରେ ଆଇପିଏଲ ପୂର୍ବରୁ ହେବ ମେଗା ଅକ୍ସନ । ତେବେ ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା, ଯୁବ ଖେଳାଳି ଇଶାନ କିଷନ ଓ ସ୍ପିଡ୍‌ ଷ୍ଟାର ଜଶପ୍ରୀତ ବୁମରାଙ୍କୁ ରିଟେନ୍‌ କରିବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଓପନର୍‌ ବିରେନ୍ଦ୍ର ସେହ୍ବାଗ୍‌ । ଚଳିତ ବର୍ଷ ପ୍ଲେ-ଅଫରେ ପହଞ୍ଚି ପାରିନାହିଁ ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଏହାଏକ ଶକ୍ତିଶାଳୀ ଦଳ ଭାବରେ ଉଭା ହୋଇଛି ।

୨୦୨୨ରେ ଆଇପିଏଲରେ ୧୦ଟି ଫ୍ରାଞ୍ଚାଇଜି ଟାଇଟଲ ପାଇଁ ପ୍ରତିଦ୍ବନ୍ଦିତା କରିବେ । ଏହାକୁ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଆଇପିଏଲର ୧୫ତମ ସିଜିନ ଆରମ୍ଭ ହେବାରୁ ପୂର୍ବରୁ ମେଗା ଅକ୍ସନ ହେବ । ମେଗା ଅକ୍ସନ ପାଇଁ ନିୟମ ଏଯାଏଁ ଘୋଷଣା ହୋଇନାହିଁ । ତେବେ ପ୍ରତ୍ୟେକ ଫ୍ରାଞ୍ଚାଇଜି ଅଧିକରୁ ଅଧିକ ୩ଜଣ ଖେଳାଳିଙ୍କୁ ରିଟେନ୍‌ କରିବେ ବୋଲି ଚର୍ଚ୍ଚା ହେଉଛି ।

ତେବେ ଏଭଳି ନିୟମ ଥିଲେ ମୁମ୍ବାଇ ରୋହିତ ଶର୍ମା, ଇଶାନ କିଷନ ଓ ଜଶପ୍ରୀତ ବୁମରାଙ୍କୁ ରିଟେନ୍‌ କରିବା ଦରକାର ବୋଲି କହିଛନ୍ତି ବିରେନ୍ଦ୍ର ସେହ୍ବାଗ । ବର୍ତ୍ତମାନ ସୁଦ୍ଧା ସମସ୍ତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଜବରଦସ୍ତ ପ୍ରଦର୍ଶନ କରି ଆସିଛି । ୫ଥର ଟାଇଟଲ ହାସଲ କରି ସାରିଛି ଦଳ । ଆଗକୁ ମଧ୍ୟ ଦଳ ଶକ୍ତିଶାଳୀ ହୋଇ ରହିବାକୁ ହେଲେ ଏହି ତିନି ଜଣ ଖେଳାଳି ନିତାନ୍ତ ଆବଶ୍ୟକ ବୋଲି ଏକ ସାକ୍ଷାତକାରରେ ମତ ଦେଇଛନ୍ତି ବିରେନ୍ଦ୍ର ସେହ୍ବାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.