ETV Bharat / sports

IPL 2023: ଆଜି ପଞ୍ଜାବ-ରାଜସ୍ଥାନ ଲଢେଇ, ସମ୍ମାନ ପାଇଁ ଖେଳିବେ ଦୁଇ ଦଳ

ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ରହିଛି । ଏହା ଆଇପିଏଲର 66ତମ ଲିଗ ମ୍ୟାଚ । ଅଧିକ ପଢନ୍ତୁ

author img

By

Published : May 19, 2023, 1:19 PM IST

IPL 2023
punjab kings vs rajasthan royals

ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି 66ତମ ମ୍ୟାଚ ଖେଳାଯିବ । ଏଥିରେ ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ଘରୋଇ ଗ୍ରାଉଣ୍ଡରେ ଖେଳିବ ପଞ୍ଜାବ । ଆଇପିଏଲ ଲିଗ ପର୍ଯ୍ୟାୟରୁ ଭଲ ଆରମ୍ଭ କରିଥିବା ପଞ୍ଜାବ ଓ ରାଜସ୍ଥାନ ଧିମା ପଡି ଯାଇଛନ୍ତି । ଫ୍ଲେ ଅଫ ଖେଳିବାକୁ ଦଳକୁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡିବ । ଯଦିଓ ଦୁଇ ଦଳ ପାଇଁ ପ୍ଲେ ଅଫ ରେସରେ ପ୍ରବେଶ କରିବା ଆଶା କମ ତେବେ ସମ୍ମାନ ପାଇଁ ଖେଳିବେ ପଞ୍ଜାବ ଓ ରାଜସ୍ଥାନ ।

RRVSPBKS: ଇଣ୍ଡିଆନ ପ୍ରିମିୟର ଲିଗ 2023ରେ ଭଲ ଆରମ୍ଭ କରିଥିବା ଦୁଇ ଦଳ ପଞ୍ଜାବ ଓ ରାଜସ୍ଥାନ ପାଇଁ ପ୍ଲେ ଅଫରେ ପ୍ରବେଶ କରିବା ସ୍ବପ୍ନ ହୋଇଛି । ପ୍ରଥମରୁ ଦୁଇ ଦଳ ଜବରଦସ୍ତ ଆରମ୍ଭ କରିଥିଲେ । ବିଶେଷ କରି ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ଶୀର୍ଷରେ ଥିଲା ମାତ୍ର ଧୀରେ ଟେବୁଲ ଷଷ୍ଠ ସ୍ଥାନକୁ ଖସି ଆସିଛି । ଦଳ ଏଯାବତ ମୋଟ 13ଟି ମ୍ୟାଚ ଖେଳି 6ଟି ମ୍ୟାଚ ଜିତିଛି । ପଞ୍ଜାବ ମଧ୍ୟ 13ଟି ମ୍ୟାଚ ଖେଳି 6ଟି ମ୍ୟାଚ ଜିତି ରନ ରେଟ ଆଧାରରେ ଟେବୁଲ ଅଷ୍ଟମ ସ୍ଥାନରେ ରହିଛି । ଦୁଇ ଦଳ ପାଇଁ ପ୍ଲେ ଅଫରେ ପ୍ରବେଶ କରିବା ସହଜ ନଥିଲେ ମଧ୍ୟ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡିବ । ଦୁଇ ଦଳର ଆରମ୍ଭ ଭଲ ଥିଲା ମାତ୍ର ପରେ ଗୋଟିଏ ପରେ ଗୋଟିଏ ମ୍ୟାଚ ହାରି ପ୍ରଥମ 5ମ ସ୍ଥାନରୁ ବାଦ ପଡିଥିଲେ । ଦୁଇ ଦଳ ମଧ୍ୟରେ ମୋଟ 25ଟି ମ୍ୟାଚ ଖେଳାଯାଇଛି । ଏଥିରେ ରାଜସ୍ଥାନ 14ଟି ପଞ୍ଜାବ 11ଟି ମ୍ୟାତ ଜିତିଛି । ଗତ 5 ତାରିଖରେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ 5 ରନରେ ବାଜି ମାରି ନେଇଥିଲା ।

ଏହା ବି ପଢନ୍ତୁ...INDVSAUS Hockey Series: 2-4 ଗୋଲରେ ପ୍ରଥମ ମ୍ୟାଚ ହାରିଲା ଭାରତ

ଏହା ବି ପଢନ୍ତୁ...IPL 2023: ଆରସିବିର ବିରାଟ ବିଜୟ, ହାରିଲା ହାଇଦ୍ରାବାଦ

RR ସମ୍ଭାବ୍ୟ ଏକାଦଶ: ଜୋସ ବଟଲର/ଡୋ ରୁଟ, ଯଶସ୍ବୀ ଜୈସ୍ବାଲ, ସଞ୍ଜୁ ସାମସନ (ଅଧିନାୟକ), ଦେବଦତ୍ତ ପାଡିକଲ, ସିମରନ ହେତମାୟର, ଧ୍ରୁବ ଜୁରେଲ, ରବି ଚନ୍ଦ୍ରନ ଅଶ୍ବିନ, ଜାସନ ହୋଲ୍ଡର/ଆଡାମ ଜାମ୍ପାସ, ଟ୍ରେଣ୍ଟ ବୋଲ୍ଡ, ସନ୍ଦିପ ଶର୍ମା, ୟୁଝବେନ୍ଦ୍ର ଚହଲ ।

PBKS ସମ୍ଭାବ୍ୟ ଏକାଦଶ: ଶିଖର ଧାୱନ(ଅଧିନାୟକ), ଭାନୁକା ରଜାପକ୍ଷ, ଲିଆମ ଲିଭିଂଷ୍ଟୋନ୍‌, ଜିତେଶ ଶର୍ମା, ଶାହରୁଖ ଖାନ, ହରପ୍ରୀତ ବ୍ରାର, ରିଶି ଧାୱନ, ସାମ କରନ/କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.