ETV Bharat / sports

IPL 2023: ରୟାଲ୍ସ କ୍ୟାପ୍ଟେନ ସଞ୍ଜୁ ସାମସନଙ୍କୁ 12 ଲକ୍ଷ ଟଙ୍କା ଜରିମାନା, ଶୃଙ୍ଖଳା ଭାଙ୍ଗିଲେ ଅଶ୍ବିନୀ

author img

By

Published : Apr 14, 2023, 3:35 PM IST

ରାଜସ୍ଥାନ ରୟାଲ୍ସ କ୍ୟାପ୍ଟେନ ସଞ୍ଜୁ ସାମସନ ଗଣିବେ ତଣ୍ଡ । ଆଇପିଏଲ 17ତମ ମୁକାବିଲାରେ ଚେନ୍ନାଇ ବିପକ୍ଷରେ ସ୍ଲୋ ଓଭର ପାଇଁ ଜରିମାନା ଗଣିବେ ସଞ୍ଜୁ ସାମସନ । ଅଧିକ ପଢନ୍ତୁ

rajasthan royals captain fined
ରୟାଲ୍ସ କ୍ୟାପ୍ଟେନ ସଞ୍ଜୁ ସାମସନଙ୍କୁ 12 ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କୁ ଜରିମାନା ହୋଇଛି । ଆଇପିଏଲ 17ତମ ମ୍ୟାଚରେ ଚେନ୍ନାଇ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସ୍ଲୋ ଓଭର ବୋଲିଂ ପାଇଁ ସଞ୍ଜୁ ସାମସନଙ୍କୁ 12 ଲକ୍ଷ ଟଙ୍କା ଜରିମାନ କରାଯାଇଛି । ନିର୍ଦ୍ଧାରିତ ସମୟରେ 20 ଓଭର ବୋଲିଂ କରି ନଥିବାରୁ ସାମସନଙ୍କ ଉପରେ ଏହି ଫାଇନା ଲାଗୁ ହୋଇଛି । ଚଳିତ ସିଜନରେ ପ୍ରଥମ ଥର ଧିମା ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଦଣ୍ଡିତ ହୋଇଛି ।

ଆଇପିଏଲ ଆଚରଣ ସଂହିତା ଅନୁଯାୟୀ ଅଧିନାୟକ ସଞ୍ଜୁ ସାମନଙ୍କ ମ୍ୟାଚ୍‌ ଫି'ରୁ 12 ଲକ୍ଷ ଟଙ୍କା କାଟି ନିଆଯିବ । ପୂର୍ବରୁ ଆରସିବି ଅଧିନାୟକ ଫାଫ ଡ୍ଲୁପେସିଙ୍କୁ ମଧ୍ୟ ଧିମା ବୋଲିଂ ପାଇଁ ଜରିମାନା ହୋଇଥିଲା । ରାଜସ୍ଥାନ ବିପକ୍ଷ ମ୍ୟାଚରେ ଚେନ୍ନାଇର ଏମଏସ ଧୋନୀ ଓ ଜାଡେଜା ବ୍ୟାଟିଂ କରୁଥିଲେ । ସନ୍ଦୀପ ଶର୍ମା ବୋଲିଂ କରୁଥିଲେ । ଶେଷ ଓଭରରେ ବିଜୟ ପାଇଁ 21 ରନ ଦରକାର ଥିଲା । ମାତ୍ର ଚେନ୍ନାଇ ବିଜୟ ଲକ୍ଷ୍ୟ ହାସଲ କରି ପାରିନଥିଲା । ଏହି ବିଜୟ ସହ ଟେବୁଲ ଟପରେ ରହିଛି ରାଜସ୍ଥାନ । ଚେନ୍ନାଇର ଏହା ଦ୍ବିତୀୟ ପରାଜୟ ।

ଏହା ବି ପଢନ୍ତୁ....IPL 2023: ଆଜି କୋଲକାତା-ହାଇଦ୍ରାବାଦ ମୁକାବିଲା

ଶୃଙ୍ଖଳା ଭାଙ୍ଗିଲେ ଆର. ଅଶ୍ବିନୀ: ରାଜସ୍ଥାନ ରୟାଲ୍ସର ଅନ୍ୟ ଜଣେ ପ୍ଲେୟାର ରବିଚନ୍ଦ୍ରନ ଅଶ୍ବିନୀ ଶୃଙ୍ଖଳା ଭାଙ୍ଗି ଦଣ୍ଡିତ ହୋଇଛନ୍ତି । ରାଜସ୍ଥାନର ପ୍ରମୁଖ ସ୍ପିନର ଅଶ୍ବିନୀ ଚେନ୍ନାଇ ବିପକ୍ଷ ମ୍ୟାଚରେ ଅମ୍ପୟାରଙ୍କ କିଛି ନିଷ୍ପତ୍ତିକୁ ନେଇ ଗଣମାଧ୍ୟମ ଆଗରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଯାହାକୁ ନେଇ ସେ ଦଣ୍ଡିତ ହୋଇଛନ୍ତି । ଏନେଇ ସେ ତାଙ୍କ 25 ପ୍ରତିଶତ ମ୍ୟାଚ ପାଉଣା ହରାଇଛନ୍ତି । ମ୍ୟାଚ ଅଫିସିଆଲଙ୍କ ବିପକ୍ଷରେ ଗଣମାଧ୍ୟମକୁ କହି ଅଶ୍ବିନୀ ଆଇପିଏଲ ଆଚାର ସଂହିତାର 2.7 ଧାର ଉଲ୍ଲଘଂନ କରିଥିଲେ । ମ୍ୟାଚ ସମୟରେ କାକର ପଡିଥିବାରୁ ଅମ୍ପାୟାର ବଲ ବଦଳାଇଥିଲେ । ଅମ୍ପାୟରଙ୍କ ଏହି ବଲ ପରିବର୍ତ୍ତନ ଅଶ୍ବିନୀଙ୍କୁ ଚକିତ କରିଥିବା ନେଇ ଗଣମାଧ୍ୟମ ଆଗରେ ଅସନ୍ତୋଷ ପ୍ରକାଶ କରିଥିଲେ ।

ପ୍ରକାଶଥାଉ, ଗତ 12 ତାରିଖରେ ଚେନ୍ନାର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ 17ତମ ମୁକାବିଲା ଖେଳାଯାଇଥିଲା । ଏଥିରେ 4 ୱିକେଟରେ ଜିତିଥିଲା ସଞ୍ଜୁ ସାମସନଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚରେ ବିଳମ୍ବରେ 20 ଓଭର ଶେଷ କରିବା ପାଇଁ ସାମସନଙ୍କୁ 12 ଲକ୍ଷ ଟଙ୍କା ଜରିମାନା ହୋଇଛି । ପ୍ରଥମ ଥର ପାଇଁ ଧିମା ବୋଲିଂ ପାଇଁ ଦଣ୍ଡିତ ହୋଇଛନ୍ତି ସଞ୍ଜୁ । ଏହି ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରବିଚନ୍ଦ୍ରନ ଅଶ୍ବିନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.