ETV Bharat / sports

IPL 2022 Qualifier-1: ଗୁଜୁରାଟକୁ ୧୮୯ ରନ୍‌ ଟାର୍ଗେଟ ଦେଲା ରାଜସ୍ଥାନ - ଗୁଜୁରାଟକୁ ୧୮୯ ରନ୍‌ ଟାର୍ଗେଟ

ଇଡେନଗାଡେନ୍‌ରେ ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଲାୟନ୍ସ ମଧ୍ୟରେ ଖେଳା ଯାଉଥିବା ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଗୁଜୁରାଟକୁ ୧୮୯ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି ରାଜସ୍ତାନ । ଅଧିକ ପଢ଼ନ୍ତୁ

IPL 2022 Qualifier1 : ଗୁଜୁରାଟକୁ ୧୮୯ ରନ୍‌ ଟାର୍ଗେଟ ଦେଲା ରାଜସ୍ତାନ

author img

By

Published : May 24, 2022, 9:54 PM IST

Updated : May 24, 2022, 10:01 PM IST

କୋଲକାତା: ଇଡେନଗାଡେନ୍‌ରେ ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଲାୟନ୍ସ ମଧ୍ୟରେ ଖେଳା ଯାଉଥିବା ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଗୁଜୁରାଟକୁ ୧୮୯ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି ରାଜସ୍ତାନ । ବଟଲର୍‌ଙ୍କ ଧୂଆଁଦାର ବ୍ୟାଟିଂ ବଳରେ ଗୁଜୁରାଟକୁ ବଡ଼ ଟାର୍ଗଟେ ଦେବାକୁ ସକ୍ଷମ ହୋଇଛି ରାଜସ୍ତାନ ।

ଟସ୍‌ ଜିତି ପ୍ରଥମେ ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଗୁଜୁରାଟ । ଇନିଂସ ଆରମ୍ଭରୁ ଶୃଙ୍ଖଳିତ ବୋଲିଂ କରିଥିଲେ ଗୁଜୁରାଟ ବୋଲର । ଏହାପରେ ମାତ୍ର ୧୧ ରନ୍‌ ଦଳୀୟ ସ୍କୋର୍‌ ବେଳେ ରାଜସ୍ଥାନ ପ୍ରଥମ ୱିକେଟ ହରାଇଥିଲା । ସେପଟେ ଓପନର ଜଶ ବଟଲର୍‌ ଆକ୍ରାମକ ବ୍ୟାଟିଂ କରିଥିଲେ । ଏହାପରେ ଅଧିନାୟକ ସଞ୍ଜୁ ସାମସନ୍‌ ମଧ୍ୟ ବଡ଼ ସଟ୍‌ କରିଥିଲେ । ସଞ୍ଜୁ ସାମସନ୍‌ ୨୬ଟି ବଲ୍‌ରୁ ଦ୍ରୁତ ୪୭ ରନ୍‌ କରି ଆଉଟ ହୋଇଥିଲେ । ଏପଟେ 56 ବଲରେ 89 ରନର ଦମଦାର ଇନିଂସ ଖେଳିଛନ୍ତି ବଟଲର ।

ସେପଟେ ବଟଲର୍‌ ମଧ୍ୟ ଆକ୍ରାମକ ବ୍ୟାଟିଂ ଜାରି ରଖିଥିଲେ । ଦେବଦତ୍ତ ପାଦ୍ଦିକଲ ମଧ୍ୟ କିଛି ସମୟ ପିଚ୍‌ରେ ବିତାଇବାକୁ ସକ୍ଷମ ହୋଇଥିଲେ ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ଦଳ ୬ ୱିକେଟ ହରାଇ ୧୮୮ ରନ୍‌ କରିଛି ।

ସେପଟେ ପ୍ରଥମରୁ ଭଲ ବୋଲିଂ କରିଥିବା ଗୁଜୁରାଟ ବୋଲର ମହଙ୍କା ସାବ୍ୟସ୍ତ ହୋଇଥିଲେ । ମହମ୍ମଦ ସାମୀ ସର୍ବାଧିକ ୪ ଓଭର ବୋଲିଂ କରି ୪୩ ରନ୍‌ ଖର୍ଚ୍ଚ କରିଛନ୍ତି । ଦଳ ପକ୍ଷରୁ ସାମୀ, ୟଶ ଦୟାଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ସାଇ କିଶୋର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ତେବେ ଗୁଜୁରାଟ ଏହି ବିଶାଳ ଲକ୍ଷ୍ୟର ପିଛା କିଭଳି କରିବ ତାହାରି ଉପରେ ହିଁ ନଜର ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 24, 2022, 10:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.